February 5, 2025
Home » ଏଜି ଅଫିସର ଦ୍ୱିତୀୟ ମହଲାରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବା ଫଳରେ ସାଇରନ ବାଜି ଉଠିଥିଲା

ଏଜି ଅଫିସର ଦ୍ୱିତୀୟ ମହଲାରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବା ଫଳରେ ସାଇରନ ବାଜି ଉଠିଥିଲା

0

ଭୁବନେଶ୍ୱର-ଆଜି ମାଧ୍ୟାନ୍ନରେ ଏଜି ଅଫିସର ଦ୍ୱିତୀୟ ମହଲାରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବା ଫଳରେ ସାଇରନ ବାଜି ଉଠିଥିଲା l ଯାହା ଫଳରେ ଭୁବନେଶ୍ୱର ଅଗ୍ନିଶମ ବିଭାଗର କର୍ମଚାରୀ ଓ ବେସାମରିକ ପ୍ରତିରକ୍ଷା ସଂଗଠନ ଓ ସେଣ୍ଟ ଜନ ଆମ୍ବୁଲାନ୍ସର ଆମ୍ବୁଲାନ୍ସ ପହଞ୍ଚି ଯାଇଥିଲା l ତତ୍କାଳ ଏଜି ଆମ୍ବୁଲାନ୍ସ ଡିଭିଜନର ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ ଅଗ୍ନି ନିର୍ବାପକ ଯନ୍ତ୍ର ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ l ଦମକଳ ବାହିନୀ ସହ ରାଜ୍ୟ ସିଭିଲ ଡିଫେନ୍ସ ବାହିନୀ ପହଞ୍ଚି ଯିବା ସହ ମିଳିତ ଅନୁସନ୍ଧାନ, ଉଦ୍ଧାର, ପ୍ରାଥମିକ ଚିକିତ୍ସା କାର୍ଯ୍ୟ ଆରମ୍ଭ କରାଯିବା ସହିତ ଆହତ ମାନଙ୍କୁ ଆମ୍ବୁଲାନ୍ସରେ ତତ୍କାଳ ଡାକ୍ତରଖାନା ପଠା ଯାଇଥିଲା l


ଏହା ଥିଲା ଏକ ପରୀକ୍ଷାମୂଳକ ସତର୍କତା କାର୍ଯ୍ୟକ୍ରମ l ଓଡିଶା ପ୍ରତ୍ୟେକ ବର୍ଷ କିଛି ନା କିଛି ବଡ ଧରଣର ପ୍ରାତୃକିକ ବିପର୍ଯ୍ୟୟ ଯଥା ଅଂଶୁଘାତ, ବ୍ରଜପାତ, ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ ଲ ସେଥିପାଇଁ ଏଜି କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ସମୟୋଚିତ ପଦକ୍ଷେପ ନେବା, ବିପର୍ଯ୍ୟୟ ପରିଚାଳନା, ରିଲିଫ, ଉଦ୍ଧାର କରିବାର କାର୍ଯ୍ୟଶୈଳୀ ଓ ଯୋଜନା ଉପରେ ତାଲିମ ପ୍ରଦାନ ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହ ସମନ୍ୱୟ ସ୍ଥାପନ ପାଇଁ ଏହି କାର୍ଯ୍ୟକ୍ରମ ଏଜି କାର୍ଯ୍ୟାଳୟ ଓ ଏଜି ଆମ୍ବୁଲାନ୍ସ ଡିଭିଜନ ଦ୍ୱାରା ଦୀର୍ଘ 40 ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଅଛି l ପ୍ରଧାନ ମହାଲେଖାକାର ଶ୍ରୀ ଡି. ସାହୁ କହିଥିଲେ ବିଦେଶରେ ମୁଁ ଏହିଭଳି ଡ୍ରିଲ ଦେଖିଛି କିନ୍ତୁ ଭାରତ ବର୍ଷରେ ବିପର୍ଯ୍ୟୟ ପ୍ରଶମନ ପାଇଁ ଏଭଳି ତାଲିମ କାର୍ଯ୍ୟକ୍ରମ ଦେଖିବା ମୋ ପାଇଁ ପ୍ରଥମ ଓ ପ୍ରାକୃତିକ ବିପର୍ଯୟ ସମ୍ମୁଖୀନ ହେଉଥିବା ଓଡିଶାର ଧନ ଜୀଵନ ରକ୍ଷା ପାଇଁ ଜନସାଧାରଣଙ୍କୁ ତାଲିମ ପାଇଁ ପଦକ୍ଷେପ ନେବାକୁ ସେ ମତ ପ୍ରକାଶ କରିଥିଲେ l

ଏହି ଅଭ୍ୟାସ ଡ୍ରିଲ ବେଳେ ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ, ଉପ ମହାଲେଖାକାର ହେମେନ୍ଦ୍ର ସିଂହ, ଭାର୍ଗବ ରାମ,ସୁଶ୍ରୀ ଅଭିରୁଚି କଲ୍ୟାଣ ଅଧିକାରୀ ଅଶୋକ କୁମାର ପଣ୍ଡା, ଶରତ କୁମାର ନାୟକ ଓ ଏଜି ରିକ୍ରେସନ କ୍ଲବର ସମ୍ପାଦକ ଭି. ଆନନ୍ଦ ଭଟ ଉପସ୍ଥିତ ଥିଲେ l ସେଣ୍ଟ ଜନ ଏଜି ଡିଭିଜନ ସ୍ବେଛାସେବୀମାନଙ୍କ ସହ ଭୁବନେଶ୍ୱର ସିଟି ଅଗ୍ନିଶମ ବିଭାଗ ନିର୍ଭୁଲ ଭାବେ ଆହତଙ୍କ ଉଦ୍ଧାର, ସ୍ଥାନାନ୍ତର ଓ ପ୍ରାଥମିକ ଚିକିତ୍ସା ପ୍ରଦାନ ସହ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇବାକୁ ସହାୟତା କରିଥିଲେ l ଏହାକୁ ଏଜି ଡିଭିଜନର ମୁଖ୍ୟ ପୁରୁଷୋତ୍ତମ ବଳ, ଡ଼ ନମିତା ପଟ୍ଟନାୟକ,ଡ଼ ବିକ୍ରମ ମହାନ୍ତି , ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତ, ଜ୍ଞାନ ରଞ୍ଜନ ବେହେରା ଓ ତାଙ୍କ ଟିମ, ବେସାମରିକଅ ପ୍ରତିରକ୍ଷା ସଂଗଠନର ଡେପୁଟି କଣ୍ଟ୍ରୋଲର ସୌମ୍ୟ ରଞ୍ଜନ ପ୍ରଧାନ, ଜ୍ୟୋତି ରଞ୍ଜନ ମହାପାତ୍ର, ଦୀପକ ଗିରି, ଜ୍ଞାନେନ୍ଦ୍ର ମଲ୍ଲିକ, ରାଜେନ୍ଦ୍ର ଦୋରା, ବିଶ୍ୱରଞ୍ଜନ କୁମାର, ରୋନିତା ବଡ଼ଜେନା ଓ ଏଜି ଆମ୍ବୁଲାନ୍ସ ଡିଭିଜନର ଦୀପ୍ତି ରାୟ, ସୁରେଶ ମହାନ୍ତି, ଶିବନାଥ ମହାପାତ୍ର, ସଞ୍ଜୟ ଯାଦବ, ବବିତା ସେଠୀ, ପ୍ରକାଶ ଚନ୍ଦ୍ର ଗୌଡ଼ ଏହି ମକ ଡ୍ରିଲକୁ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *