July 6, 2025
Home » ଏନସିସି ଗ୍ରୁପ ମୁଖ୍ୟାଳୟର ୭୬ ତମ ପ୍ରତିଷ୍ଠା ଦିବସ ଓ ଏନସିସି ସାଇକ୍ଲୋଥନ ଉଦଯାପନ ସମାରୋହ

ଏନସିସି ଗ୍ରୁପ ମୁଖ୍ୟାଳୟର ୭୬ ତମ ପ୍ରତିଷ୍ଠା ଦିବସ ଓ ଏନସିସି ସାଇକ୍ଲୋଥନ ଉଦଯାପନ ସମାରୋହ

0
WhatsApp Image 2025-04-04 at 7.23.58 AM

ଏନସିସିର ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ତ୍ତବ୍ୟ ଏବଂ ଉତ୍ସର୍ଗୀକୃତ ପଥରେ ଚାଲିବା ପାଇଁ ଆହ୍ଵାନ: ମହାମହିମ ରାଜ୍ୟପାଳ ଓଡିଶାର ବିକାଶ କାହାଣୀରେ ଯୁବବର୍ଗଙ୍କ ଅବଦାନ ଅନସ୍ଵୀକାର୍ଯ୍ୟ। ଆମ ପାଇଁ ଏହା ଗର୍ବର ବିଷୟ ଯେ ଆମ ରାଜ୍ୟର ଏନସିସି କ୍ୟାଡେଟ୍ ମାନେ ଏହି ପରିବର୍ତ୍ତନଶୀଳ ଯାତ୍ରାର ଅଗ୍ରଭାଗରେ ରହିଛନ୍ତି। ରାଜ୍ୟର ବିକାଶ ନିମନ୍ତେ ଶୃଙ୍ଖଳିତ, ଦାୟିତ୍ଵବାନ ଏବଂ ଦୂରଦୃଷ୍ଟିସମ୍ପନ୍ନ ଯୁବକ ଭାବରେ ଏନସିସି କ୍ୟାଡେଟ୍ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି, ବୈଷୟିକ ପ୍ରଗତି, ସମାଜ କଲ୍ୟାଣ କ୍ଷେତ୍ରରେ ପ୍ରତ୍ୟେକ ଯୁବକ ଜଣେ ଜଣେ ପରିବର୍ତ୍ତନର ମଶାଲ ହୁଅନ୍ତୁ । ଏନସିସିର ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ତ୍ତବ୍ୟ ଏବଂ ଉତ୍ସର୍ଗୀକୃତ ପଥରେ ଚାଲିବା ପାଇଁ ଅନ୍ୟମାନଙ୍କୁ ଅନୁପ୍ରେରିତ କରିବାକୁ ଓଡିଶାର ମହାମହିମ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଆହ୍ଵାନ ଦେଇଛନ୍ତି ।

କଟକ ଏନସିସି ଗ୍ରୁପ ମୁଖ୍ୟାଳୟର ୭୬ ତମ ପ୍ରତିଷ୍ଠା ଦିବସ ଏବଂ ଏନସିସି ବିଶାଳ ସାଇକ୍ଲୋଥନ ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହାମହିମ ରାଜ୍ୟପାଳ ଦୀର୍ଘ ୨୩ ଦିନବ୍ୟାପୀ ଚାଲିଥିବା ସାଇକ୍ଲୋଥନ ୮୫୦ କିଲୋମିଟର ପଥ ଅତିକ୍ରାନ୍ତ କରି ୧୫ଟିଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ସଂରକ୍ଷଣ, ମହିଳା ସଶକ୍ତିକରଣ, ନିଶା ନିବାରଣ, ସାଇବର ସୁରକ୍ଷା, ଡିଜିଟାଲ ସାକ୍ଷରତା, ସଡ଼କ ସୁରକ୍ଷା ଆଦି ଉପରେ ସଚେତନତାର ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଇଥିବା କ୍ୟାଡେଟମାନଙ୍କର ନିଷ୍ଠା, ଉଦ୍ୟମ, ଦେଶପ୍ରେମ ଓ ଉତ୍ସର୍ଗୀକୃତ ମନୋଭାବର ପ୍ରଶଂସା କରିଥିଲେ ।

ଏହି ଅବସରରେ ରାଜ୍ୟପାଳ ସାଇକ୍ଲୋଥନରେ ଅଂଶଗ୍ରହଣ କରିଥିବା ୨୧ ଜଣ କ୍ୟାଡେଟଙ୍କୁ ପୁରସ୍କୃତ କରିଥିଲେ। ମେଜର ଆଶୁତୋଷ ତ୍ରିପାଠୀ ଏନସିସି ସାଇକ୍ଲୋଥନର ଟିମ ଲିଡର ମହାମହିମ ରାଜ୍ୟପାଳଙ୍କୁ କ୍ଷୁଦ୍ରାକାର ପତାକା ପ୍ରଦାନ କରିଥିଲେ। ଗତ ମାର୍ଚ୍ଚ ମାସ ୧୨ ତାରିଖରେ ପୁରୀ ଠାରୁ ଆରମ୍ଭ ହୋଇଥିବା ଏହି ସାଇକ୍ଲୋଥନ ଆଜି ଉଦଯାପିତ ହୋଇଥିଲା ।
ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ଏନସିସି କ୍ୟାଡେଟମାନଙ୍କର ଉଦ୍ୟମକୁ ପ୍ରଶଂସା କରିବା ସହ ସାଇକେଲ ଶୋଭାଯାତ୍ରାକୁ ସଫଳ କରିବାରେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡିଶା ଯୁବ ପ୍ରଶିକ୍ଷଣ ସଂସ୍ଥାର ଭୂମିକାକୁ ପ୍ରଶଂସା କରି ଏହି ଅଭିଯାନ ସାମୁହିକ ପ୍ରୟାସର ଶକ୍ତି ଏବଂ ସଚେତନତାକୁ ପୂରଣ କରିବାରେ ସମର୍ଥ ହୋଇଛି ବୋଲି କହିଥିଲେ।
ଏହି ଅବସରରେ ରାଜ୍ୟପାଳ ନବନିର୍ମିତ ଏନସିସି ମୁଖ୍ୟାଳୟ ଭବନକୁ ଉଦଘାଟନ କରିବା ସହ ପୁରୁଣା ସଚିବାଳୟ ପରିସର ମଧ୍ୟରେ ଥିବା ସମ୍ପ୍ରସାରିତ ଏନସିସି କ୍ୟାଣ୍ଟିନ ପରିଦର୍ଶନ କରିଥିଲେ ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *