ଏନ୍ଏସି ଘୋଷଣା ତାଲିକାରେ କଣ୍ଟାମାଳକୁ ଉପେକ୍ଷା
ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ କୁ ସବଡ଼ିଭିଜନ ଓ ଏନଏସି ମାନ୍ୟତା ଦାବିନେଇ ଆଜି ଅପରାହ୍ନ ୫ଘଣ୍ଟା ସମୟରେ କଣ୍ଟାମାଳ ଓକିଲ ସଂଘ ସଭାପତି ଦୂତିଆ ଚରଣ ସାହୁ ଙ୍କ ଅଧ୍ୟକ୍ଷତାରେ କଣ୍ଟାମାଳ ବାର ଆସୋସିଏସନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଓକିଲ ସଂଘ,ବଣିକ ସଂଘ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସମେତ ଅଂଚଳର ସଚେତନ ନାଗରିକଙ୍କ ସମେତ ବିଭିନ୍ନ ସଂଗଠନ ର ସଦସ୍ୟ ଯୋଗଦେଇଥିଲେ l ବୌଦ୍ଧ ଜିଲ୍ଲାର ସର୍ବାଧିକ ପଞ୍ଚାୟତ ଓ ଲୋକସଂଖ୍ୟା ଥିବା କଣ୍ଟାମାଳ ବ୍ଲକ କୁ ସବଡ଼ିଭିଜନ ଓ ଏନ୍ଏସି ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି l ସମସ୍ତ ପାରିପାର୍ଶ୍ଵିକ ଦୃଷ୍ଟିରୁ ସବଡ଼ିଭିଜନ ଓ ନୂତନ ଏନଏସି ନିମନ୍ତେ ଜିଲ୍ଲାର କଣ୍ଟାମାଳ ହିଁ ଏକମାତ୍ର ଦାବିଦାର ରହିଆସିଛି l ନୂତନ ଏନଏସି ପାଇଁ ଆବଶ୍ୟକ ସମସ୍ତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି କଣ୍ଟାମାଳ ଓକିଲ ସଂଘ ଓ ଜନସାଧାରଣ ବିଭିନ୍ନ ସମୟରେ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ନିକଟରେ ଦାବି ରଖି ଆସିଛନ୍ତି । ରାଜ୍ୟରେ ନୂଆ ଏନଏସି ପାଇଁ ଗତ ଅଗଷ୍ଟ ୩୧ତାରିଖରେ ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଥିଲା। ଏଥିରେ ୧୦ ଜିଲ୍ଲା ରେ ୧୬ ଏନ୍ଏସି ଓ ୩ ଜିଲ୍ଲାରେ ୭ଟି ଏନଏସି ରୁ ମ୍ୟୁନିସିପାଲିଟି ଗଠନ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ହେଲେ ଏହି ବିଜ୍ଞପ୍ତିରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳର କୌଣସି ନାମ ନ ଥିଲା, ଯାହାକୁ ନେଇ କଣ୍ଟାମାଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। କଣ୍ଟାମାଳ ଏକ ଏନଏସି ହେବାକୁ ଯାଉଥିବା ନେଇ କଣ୍ଟାମାଳବାସୀ ବେସ ଆଶାବାଦୀ ଥିଲେ l ଏନେଇ କଣ୍ଟାମାଳ ବାସୀ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ହେଁ ନୂତନ ଏନ୍ଏସି ତାଲିକା ଘୋଷଣା କଣ୍ଟାମାଳ ଜନସାଧାରଣଙ୍କୁ ନିରାଶ ହେବାକୁ ପଡ଼ିଛି। ଏହାକୁ ନେଇ କଣ୍ଟାମାଳରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଗମନାଗମନ ଦୃଷ୍ଟିରୁ କଣ୍ଟାମାଳ ଚାରିଟି ଜିଲ୍ଲାର ସଂଯୋଗ ସ୍ଥଳ l ଏନଏସି ଗଠନ ପାଇଁ ଆବଶ୍ୟକତା ଠାରୁ ଅଧିକ ଲୋକ ସଂଖ୍ୟା ରହିଛି l ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ମଧ୍ୟରୁ କଣ୍ଟାମାଳ ଅନ୍ୟତମ l ଏଠାରେ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ,ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ,ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, କଣ୍ଟାମାଳ ଦେୱାନୀ ଓ ଫୌଜଦାରୀ ଅଦାଲତ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ଥାନା, ଓଡିଶା ଆଦର୍ଶ ବିଦ୍ୟାଳୟ, ନାକ ମାନ୍ୟତାପ୍ରାପ୍ତ କଣ୍ଟାମାଳ କଲେଜ,ଆଇସିଡ଼ିଏସ କାର୍ଯ୍ୟାଳୟ ସମେତ ପ୍ରାୟ ସମସ୍ତ ବ୍ଲକସ୍ତରୀୟ ସରକାରୀ କାର୍ଯ୍ୟାଳୟ ରହିଛି l କଣ୍ଟାମାଳ କୁ ସବଡ଼ିଭିଜନ ମାନ୍ୟତା ପ୍ରଦାନ ପାଇଁ କଣ୍ଟାମାଳ ଓକିଲ ସଂଘ ସହ ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣ ପକ୍ଷରୁ ଆନ୍ଦୋଳନ କରାଯାଇଛି l ଏହା ଏକ ପ୍ରଧାନ ବାଣିଜ୍ୟ କେନ୍ଦ୍ର । ସବଡ଼ିଭିଜନ ଓ ଏନ୍ଏସି ପାଇଁ ସମସ୍ତ ସାଧନଯୋଗ୍ୟତା ତଥା ସମ୍ଭାବ୍ୟତା ରହିଛି। l ସରକାର ତୁରନ୍ତ ଏହାର ଆବଶ୍ୟକତାକୁ ଉପଲବ୍ଧ କରି କଣ୍ଟାମାଳ କୁ ସବଡ଼ିଭିଜନ ଓ ଏନଏସି ଘୋଷଣା ପାଇଁ ସାଧାରଣରେ ଦାବି ହେଉଛି l ଦାବି ପୂରଣ ନ ହେଲେ ଅଗାମୀ ଦିନରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘୋଷଣା କରିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
