November 13, 2025
Home » ଏନ ଏ ସି ଘୋଷଣା ଦାବିରେ ସୁବଳୟା ବନ୍ଦ l

ଏନ ଏ ସି ଘୋଷଣା ଦାବିରେ ସୁବଳୟା ବନ୍ଦ l

0
WhatsApp Image 2025-10-25 at 3.22.02 PM

 

ସୁବର୍ଣ୍ଣପୁର — ନିକଟ ଅତୀତରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୨ଟି ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଗଠନ ନେଇ ଘୋଷଣା କରିଥିଲେ । ଏଥିରେ ସୁବଳୟା ଅଞ୍ଚଳ ବାଦ ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୀଷଣ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ସୁବଳୟା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଦିନ ୧୨ ଘଣ୍ଟିଆ ସୁବଳୟା ଅଞ୍ଚଳରେ ବନ୍ଦ ପାଳନ କରାଯାଇଥିଲା । ବନ୍ଦ ପାଳନ ଫଳରେ ସ୍ଥାନୀୟ ପରିବା ବଜାର, ଦୋକାନ, ଯାନ ବାହାନ ଚଳାଚଳ, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଆଦି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସୁବଳୟା ସମେତ ପ୍ରାୟ ୫ଟି ପଞ୍ଚାୟତର ଲୋକେ ଏଥିରେ ସାମିଲ ହୋଇଥିଲେ । ସୁବଳୟା ଉନ୍ନୟନ କ୍ରିୟାନୁଷ୍ଠାନ କମିଟିର ହରିହର ସାହୁ, ଯଦୁମଣି ମେହେର, ଧୂବା ମେହେର, ଟୁନା ଅଧିକାରୀ, ଯୋଗିନ୍ଦ୍ର ମେହେର, ଟିଟୁ ମେଘା, ଗୋପାଳ ବେହେରା, ପିତାମ୍ବର ବେହେରା, ସଦାନନ୍ଦ ମହାନନ୍ଦ ପ୍ରମୁଖ ଏଥିରେ ନେତୃତ୍ୱ ନେଇଥିଲେ । କମିଟି ପକ୍ଷରୁ ପ୍ରକାଶ ଯେ , ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଅଞ୍ଚଳ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ତଥା ଜନସଂଖ୍ୟା ବହୁଳ ଅଞ୍ଚଳ ଅଟେ । ଗଡ଼ଜାତ ଅମଳରୁ ତା,୧/୪/୧୯୫୪ ଯାଏ ସୁବଳୟା ଏକ ପୌର ପାଳିକା ଭାବେ ମାନ୍ୟତା ପାଇଥିଲା । ୧୯୫୪ରେ ସୁବଳୟାକୁ ମ୍ୟୁନିସିପାଲଟି ବଦଳରେ ଏକ ଗ୍ରାମ ପଞ୍ଚାୟତରେ ପରିଣତ କରିଦିଆଯାଇଥିଲା । ଏଠାରେ ଥାନା, ସ୍ବାସ୍ଥ୍ୟକେନ୍ଦ୍ର, ବନାଞ୍ଚଳ କାର୍ଯ୍ୟାଳୟ ସହ ସ୍କୁଲ, କଲେଜ, ବ୍ୟାଙ୍କ, ଡାକଘର ଏବଂ ଅନ୍ୟ ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ଏଠାରୁ ରାଜ୍ୟର ପ୍ରମୁଖ ସହରମାନଙ୍କୁ ଗମନାଗମନର ବ୍ୟବସ୍ଥା ମଧ୍ୟ ରହିଛି । ସମସ୍ତ ଯୋଗ୍ୟତା ପୂରଣ କରୁଥିବା ସୁବଳୟା ଅଞ୍ଚଳକୁ ଶୀଘ୍ର ଏନଏସି ଘୋଷଣା କରାଯିବାକୁ ସୁବଳୟା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି । ଅନ୍ୟଥା ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *