July 1, 2025
Home » ଏପ୍ରିଲ ୧୪ ରୁ ଆରମ୍ଭ ହେବ ପାରାଦୀପ କ୍ରିକେଟ ଲିଗ

ଏପ୍ରିଲ ୧୪ ରୁ ଆରମ୍ଭ ହେବ ପାରାଦୀପ କ୍ରିକେଟ ଲିଗ

0
WhatsApp Image 2025-03-20 at 11.26.55 PM

ପାରାଦୀପ – ପାରାଦୀପ ର ମଧୁବନ ଖେଳ ପଡିଆ ଠାରେ ଆସନ୍ତା ୧୪ ଏପ୍ରିଲ ରେ ପାରାଦୀପ କ୍ରିକେଟ ଲିଗ (ପିସିଏଲ) ର ତୃତୀୟ ସଂସ୍କରଣ ଗଙ୍ଗାଧର ଜେନା ଟ୍ରଫି ର ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଏନେଇ ଖେଳାଳୀ ନିଲାମ ପକ୍ରିୟା ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଲାମ ପକ୍ରିୟାରେ ୧୫୫ ଜଣ ଖେଳାଳୀ ମାନଙ୍କୁ ଅର୍ନ୍ତଭୁକ୍ତ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୨୦ଜଣ ଖେଳାଳୀଙ୍କୁ ୮ ଗୋଟି ଟିମର ମାଲିକ ଚୟନ କରିଛନ୍ତି । ବିନୟ କୁମାର ପାଇକରାୟ ଏବଂ ଅରୁଣ କୁମାର ମହାରଣା ଉଭୟ ସର୍ବାଧିକ ୧୪,୫୦୦/- ଟଙ୍କା ଲେଖାଏଁ ନିଲାମରେ କିଣା ଯାଇଥିବା ବେଳେ ଅମିତ କୁମାର ସାହୁ ୧୩ ହଜାର ଟଙ୍କାରେ କିଣା ଯାଇଛନ୍ତି । ଆୟୋଜିତ ଏହି ନିଲାମ ପକ୍ରିୟା ରେ ଜେସିସି ଓ୍ବାରିଅର, ଜିଡିସି ବ୍ଲାଷ୍ଟର, ଶ୍ରୀରାମ ସ୍ପୋର୍ଟିଙ୍ଗ, ବାବା ସାଇ ଡାଇମଣ୍ଡିୟାନସ୍, ପାରାଦୀପ ସୁପର କିଙ୍ଗସ୍, ମହାକାଳ ଓ୍ବାରିୟର୍ସ, ସ୍ୟାଣ୍ଡ ବିଚ ପାନ୍ଥର, ଡିକେଟି ଷ୍ଟାର୍ସ ଦଳର ମାଲିକ ମାନଙ୍କ ସହ ପିସିଏଲ କମିଟି ସଭାପତି ରବି ଦାସ, ଉପସଭାପତି ଅକ୍ଷୟ ସୂତାର ଓ ସୁବାଷ ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ପତି, ସମ୍ପାଦକ ଜତୀନ ଦାସ, ଯୁଗ୍ମ ସମ୍ପାଦକ ଅଧିର ସାହୁ ଓ ଭରଦ୍ବାଜ ସାହୁ, କୋଷାଧ୍ୟକ୍ଷ ପ୍ରଶାନ୍ତ ସାହୁ, ବରିଷ୍ଠ ସଭ୍ୟ ଅଜିତ ଦାସ, ଉତ୍କଳ ରାଉତ, ରବୀନ୍ଦ୍ର ସ୍ବାଇଁ, ସତ୍ୟ ରଞ୍ଜନ ପ୍ରଧାନ, ଶୁଭ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *