ଏବେବି ଜଳୁଛି ପ୍ରଦୀପ ହୋଇ’ ପୁସ୍ତକ ଉନ୍ମୋଚିତ
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 5500; AI_Scene: (-1, -1); aec_lux: 223.8642; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 32;
ନୟାଗଡ଼ : ନୟାଗଡ ସହରସ୍ଥ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ସଙ୍ଗୀତକାର ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଲିଖିତ ପୁସ୍ତକ ‘ଏବେବି ଜଳୁଛି ପ୍ରଦୀପ ହୋଇ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି।

ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟଭୂଷଣ ବିଜୟ କୁମାର ଚୌଧୁରୀ ଓ ମାଇନିଙ୍ଗ ଅଫିସର ଦେବବ୍ରତ ମହାନ୍ତି ଯୋଗଦେଇ ପୁସ୍ତକର ସମୀକ୍ଷା କରିବା ସହିତ ପୁସ୍ତକକୁ ୧୯୪୦ ମସିହାରୁ ଏଯାବତ୍ ନୟାଗଡ଼ ଜିଲ୍ଲାର ସଂସ୍କୃତି, ସାହିତ୍ୟ ଓ ସଙ୍ଗୀତର ଏକ ଦସ୍ତାବିଜ୍ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଶିଶୁ ସାହିତ୍ୟିକା ,କବି ,ଶିକ୍ଷାବିତ୍ ବସିରିନ ବିବି ,ଅଧ୍ୟାପିକା ନୀଳିମା ନନ୍ଦ, କଣ୍ଠଶିଳ୍ପୀ ଅଧ୍ୟାପିକା ଜୟଶ୍ରୀ ଦେବୀ,ପୈ।ର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, , ବରିଷ୍ଠ ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ ଓ ସାମ୍ବାଦିକ ଏମ୍ ଔରଙ୍ଗଦେବ ପ୍ରମୁଖ ସଙ୍ଗୀତାକାର ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିବା ସହିତ ପୁସ୍ତକରେ ସ୍ଥାନୀତ ବିଷୟ ପରିପାଟି ଅନନ୍ୟ ବୋଲି ଅଭିହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ପୁତ୍ର ଆଟି ଇଞ୍ଜିନିୟର ସୁଜିତ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ ।୮୦ ବର୍ଷ ଅତିକ୍ରମ କରିଥିବା ଶ୍ରୀ ପଟ୍ଟନାୟକଙ୍କ ଭଉଣୀ ପ୍ରଫେସର ଜ୍ୟୋତିର୍ମୟୀ ଦାଶ ତାଙ୍କ ଭାଇଙ୍କୁ ଏକ ବହୁମୁଖି ପ୍ରତିଭାର ଅଧିକାରୀ ବୋଲି ବକ୍ତବ୍ୟରେ ଅଭିହିତ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କ ନାତୁଣୀ ଶ୍ରଦ୍ଧାଶ୍ରୀଙ୍କ ଇଂରାଜୀ ବକ୍ତୃତା ସମସ୍ତଙ୍କୁ ଆଚମ୍ବିତ କରିଥିଲା।ସିଭିଲ ସୋସାଇଟିର ଚେୟାରମ୍ୟାନ ଗୋଦାବରୀ ସାହୁ ଶ୍ରୀଯୁକ୍ତ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ସବିତା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ପୁସ୍ତକ ଉନ୍ମୋଚନ ଉତ୍ସବର ଶେଷ ପର୍ଯ୍ୟାୟରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଝିଅ ପାବଲୋଭା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଏହି ପୁସ୍ତକ ଉନ୍ମୋଚନ ଉତ୍ସବକୁ ସଂଯୋଜନା କରିଥିଲେ କବି ,କଳାକାର ଗୋପୀନାଥ ସେଠୀ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
