December 20, 2025
Home » ଏମଭି ୨୬ ଗ୍ରାମରେ ଦ୍ରୁତ ଗତିରେ ଚାଲିଛି ଜିଲ୍ଲା ପ୍ରଶାସନର ଥଇଥାନ

ଏମଭି ୨୬ ଗ୍ରାମରେ ଦ୍ରୁତ ଗତିରେ ଚାଲିଛି ଜିଲ୍ଲା ପ୍ରଶାସନର ଥଇଥାନ

0
WhatsApp Image 2025-12-12 at 8.19.49 PM (1)

ସାମ୍ପ୍ରତିକ ଗୋଷ୍ଟି ସଂଘର୍ଷ ପରେ ମାଲକାନଗିରି ଜିଲ୍ଲାର ଏମଭି-୩୬ ଗାଁରେ ଶାନ୍ତି ଫେରିବା ସହ ପ୍ରଭାବିତ ସମ୍ପ୍ରଦାୟର ପ୍ରତିନିଧିମାନେ ହିଂସାରୁ ନିବୃତ୍ତ ରହିବାକୁ ପ୍ରତିଶ୍ରୁତି ଦେବା ପରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏମଭି ୨୬ ଗ୍ରାମ ରେ ଥଇଥାନ ଦ୍ରୁତ ଗତିରେ ଚାଲିଛି ଏବଂ ସ୍ଥିତି ଉପରେ କଡ଼ା ନଜର ରଖି ରିଲିଫ୍ କାର୍ଯ୍ୟ ଅତି ଯତ୍ନ ସହକାରେ କରିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ କ୍ରମେ ଜିଲ୍ଲା କର୍ତ୍ତୃପକ୍ଷ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ସହ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଉପ ଜିଲ୍ଲାପାଳ, ପିଏ ଆଇଟିଡିଏ, ଜିଲା ମଙ୍ଗଳ ଅଧିକାରୀଙ୍କ ସମେତ ସମସ୍ତ ବିଡ଼ିଓ ତହସିଲଦାର ଉପସ୍ଥିତ ରହି ପୀଡ଼ିତଙ୍କୁ ରିଲିଫ୍ କାର୍ଯ୍ୟରେ ତଦାରଖ କରି କମ୍ବଳ, କିଚେନ ସେଟ୍, ମଗ୍, ବାଲ୍ଟି, ଟାରପଲିନ, ଶାଢ଼ୀ, ଲୁଙ୍ଗି, ଗାମୁଛା, ବଡ଼ ଜାରକିନ୍, ୫ ରୁ ୩୦ ବର୍ଷୀୟଙ୍କ ପାଇଁ ପୋଷାକ ବଣ୍ଟନରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି।


ଓଡ଼ିଶା ରେଡକ୍ରସ୍ ସୋସାଇଟିରୁ ବିଭିନ୍ନ ରିଲିଫ୍ ସାମଗ୍ରୀ ଅଣାଯାଉଛି। ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ ଚାଲିଛି। ଏବଂ ହିଂସା ସମୟରେ ଜଳିଯାଇଥିବ ଘର ଏବଂ ସମ୍ପତ୍ତି ପାଇଁ ପ୍ରଶାସନ କ୍ଷତିପୂରଣ ଏବଂ ସହାୟତା ପ୍ରତିଶ୍ରୁତି ଦେଇଛି।ଶୁକ୍ରବାର ଦିନ ୩ ରୁ ୬ ବର୍ଷ ର ଶିଶୁ ଙ୍କ ପାଇଁ ୬ ଦିନ ର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଉକ୍ତ ଶିଶୁଙ୍କୁ ଆସନ୍ତାକାଲି ଆହୁରି ୧୦ ଦିନ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ। ପ୍ରଶାସନ ପକ୍ଷରୁ ସମ୍ପ୍ରଦାୟ ରୋଷେଇ ଘର ମାଧ୍ୟମରେ ଖାଦ୍ୟ ବଣ୍ଟନ ଜାରି ରହିଛି।ଟିପିଏସଓଡିଏଲ ର କର୍ମଚାରୀ ଅହରହ ଦିନରାତି ଉପସ୍ଥିତ ରହି ବିଦ୍ୟୁତ୍ ସଂଯୋଗୀକରଣ ପୁନଃସ୍ଥାପିତ କାର୍ଯ୍ୟ କରୁଛନ୍ତି ।

ଦକ୍ଷିଣାଞ୍ଚଳ ଡିଆଇଜି ନିଜେ ପୀଡିତ ଗ୍ରାମରେ ଉପସ୍ଥିତ ରହି ସୁରକ୍ଷା ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ବିଗତ ୭୦ ଘଣ୍ଟାରୁ ଅଧିକ ସମୟ ଧରି କୌଣସି ଅପ୍ରୀତିକର ଘଟଣା ଘଟି ନଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ସୁନିଶ୍ଚିତ କରିବାକୁ ,ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ବାହିନୀ ବିଏସଏଫ, ସିଆରପିଏଫ, ଆରଏଏଫ ଓ ସ୍ଥାନୀୟ ପୋଲିସ କାର୍ଯ୍ୟରେ ନିୟୋଜିତ ହୋଇ ସଜାଗ ରହିଛନ୍ତି । ଇଣ୍ଟରନେଟ୍ ସେବା ଅସ୍ଥାୟୀ ଭାବରେ ବନ୍ଦ କରାଯାଇଥିବା ବେଳେ ସେହିପରି ଆହୁରି ୨୪ ଘଣ୍ଟା ପାଇଁ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।ଶାନ୍ତି କମିଟି ବୈଠକ ପରେ,ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ବିସ୍ଥାପିତ ବାସିନ୍ଦା ଘରକୁ ଫେରିଥିବା ବେଳେ ଶୁକ୍ରବାର ଦିନ ଆହୁରି ଅଧିକ ଗ୍ରାମବାସୀ ନିଜ ନିଜ ଘରକୁ ଫେରିଛନ୍ତି।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *