November 23, 2025
Home » ଏମ୍‌ଏସ୍‌ପି ଦରରେ ବିକ୍ରି କରାଯିବ ବାଲି ଚୋରା ବାଲିରେ ମାଲାମାଲା ହେଉଥିବା ଅଫିସରଙ୍କ ସର୍ବନାଶ

ଏମ୍‌ଏସ୍‌ପି ଦରରେ ବିକ୍ରି କରାଯିବ ବାଲି ଚୋରା ବାଲିରେ ମାଲାମାଲା ହେଉଥିବା ଅଫିସରଙ୍କ ସର୍ବନାଶ

0
WhatsApp Image 2025-11-22 at 8.30.12 PM

 

ଭୁବନେଶ୍ୱର:ମୋହନ ମାଝୀ ସରକାର ଜିଲ୍ଲାରେ ବେଆଇନ ଲଘୁଖଣିଜ ପଦାର୍ଥ ବା ବାଲି ଚୋରାରେ ଉତ୍ତୋଳନ କରି ମାଲାମାଲ ହେଉଥିବା ପ୍ରଶାସନିକ ଅଧିକାରୀ ଓ ବାଲି ବେପାରୀଙ୍କ ସର୍ବନାଶ କରିଛନ୍ତି।କ୍ୟାବିନେଟ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ର ସଂଶୋଧନ କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ପରେ ଏ ନେଇ ବଡ଼ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।
ଏମ୍‌ଏସ୍‌ପି ଦରରୁ ଟଙ୍କାଟିଏ ମଧ୍ୟ ଅଧିକ ଦରରେ ବିକ୍ରି ହେବନି ବାଲି । ଅଥାର୍ତ ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ । ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି । ଗତକାଲି କ୍ୟାବିନେଟ ବୈଠକରେ ଲଘୁଖଣି ପାଇଁ ନିଲାମୀରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ସରକାର ।ପ୍ରଥମଥର ପାଇଁ ବାଲିରେ ଲାଗୁ ହେବ ଏମ୍‌ଏସ୍‌ପି । ମନଇଚ୍ଛା ଦର ବଢାଇ ବାଲି ବିକ୍ରି କରିପାରିବେନି ଲିଜ୍‌ଧାରୀ । ସରକାର ନିଦ୍ଧାର୍ରିତ କରିଥିବା ଏମ୍‌ଏସ୍‌ପି ଦରରେ ହିଁ ବାଲି ବିକ୍ରି କରାଯିବ । ଏମ୍‌ଏସ୍‌ପି ଦରରୁ ଟଙ୍କାଟିଏ ମଧ୍ୟ ଅଧିକ ଦରରେ ବିକ୍ରି ହେବନି ବାଲି । ଅଥାର୍ତ ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ । ଏମ୍‌ଏସ୍‌ପି ଲାଗୁ ହେବା ଦ୍ବାରା ଟିକେ ଶସ୍ତାରେ ଲୋକଙ୍କୁ ମିଳିବ ବାଲି । ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି । ଗତକାଲି କ୍ୟାବିନେଟ ବୈଠକରେ ଲଘୁଖଣି ପାଇଁ ନିଲାମୀରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ସରକାର । ଏଣିକି ଇ-ଲଟେରୀ ଜରିଆରେ ମିଳିବ ଲଘୁ ଖଣି । ସେହିଭଳି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ ଲାଇସେନ୍ସ ଦେବେ ସରକାର । ବିନା ଷ୍ଟୋରେଜ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି କରିବେ ନାହିଁ । ଗତକାଲି କ୍ୟାବିନେଟ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ର ସଂଶୋଧନ କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ପରେ ଏ ନେଇ ବଡ଼ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *