ଏମ୍ପାୟାର୍ସ ପକ୍ଷରୁ ପାରାଦୀପ ରେ ଆନ୍ତର୍ଜାତୀୟ ପଖାଳ ଦିବସ ପାଳିତ
ପାରାଦୀପ – ମାର୍ଚ୍ଚ ୨0 ତାରିଖ ଆନ୍ତର୍ଜାତୀୟ ପଖାଳ ଦିବସ ପରିପ୍ରେକ୍ଷୀରେ ପାରାଦୀପ ସ୍ଥିତ ହୋଟେଲ ଏମ୍ପାୟାର୍ସ ପକ୍ଷରୁ ଏହି ଦିବସ ପାଳନ ର ଶୁଭାରମ୍ଭ ହୋଇଯାଇଛି l ଗୁରୁବାର ଦିନ ହୋଟେଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ହୋଟେଲ ର ସାଧାରଣ ପରିଚାଳକ ସନ୍ତୋଷ ମିଶ୍ର, ସିନିଅର ମାର୍କେଟିଙ୍ଗ ଓ ସେଲ୍ସ ମ୍ୟାନେଜର ଏମ.ଏମ.ଖାନ ଏବଂ ସେଫ ବା ମୁଖ୍ୟ କୁକ ମନମୋହନ ମଲ୍ଲିକ ପ୍ରତିବର୍ଷ ପରି ଚଳିତ ଗ୍ରୀଷ୍ମ କାଳରେ ହୋଟେଲ ପକ୍ଷରୁ ସୁସ୍ୱାଦୁ ଓଡିଶା ର ପ୍ରସିଦ୍ଧ ପଖାଳ ଆକର୍ଷଣୀୟ ମୂଲ୍ୟରେ ପରିବେଷଣ କରାଯିବ ବୋଲି ସୂଚନା ଦେଇଥିଲେ l ଏଥିରେ ପଖାଳ ସହିତ ଚୁନା ମାଛ ଭଜା, ଭାକୁର ମାଛ ଫ୍ରାଏ, ଚିଙ୍ଗୁଡ଼ି ଭଜା, ଶୁଖୁଆ ରାଇ, ଛୁଇଁ ଭଜା, ବଡିଚୁରା, ସାଗ ଭଜା, ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା, ପୋଟଳ ଭଜା, ଆମ୍ବ ଚଟଣି, କେରଲା ଚିପ୍ସ, ଟମାଟୋ ଚଟଣି, ପାଚିଲା ଆମ୍ବ ଓ ବିଭିନ୍ନ ପ୍ରକାରର ମିଠା ପରିବେଷଣ କରାଯିବ ପଖାଳ ପରିବେଷଣ କରାଯିବ l ଏହି ମାସାଧିକାଲା ପଖାଳ ପରିବେଷଣ କାର୍ଯ୍ୟକ୍ରମରେ ସାଧାରଣରେ ବହୁ ସଂଖ୍ୟାରେ ଯୋଗଦେଇ ଏହି ପ୍ରସିଦ୍ଧ ଓଡ଼ିଆ ଖାଦ୍ୟର ଭରପୁର ମଜା ନେବାକୁ ହୋଟେଲ କତୃପକ୍ଷ ଙ୍କ ତରଫରୁ ନିମନ୍ତ୍ରଣ କରାଯାଇଛି l
