November 13, 2025
Home » ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ।

ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ।

0
WhatsApp Image 2025-08-08 at 12.44.54 PM

ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ ହୋଇଯାଇଛି। ଆଜି ଡୁଙ୍ଗୁରି ପଦରସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଶ୍ରୀମତି ରୁକ୍ମଣୀ ନାୟକ ଏବଂ ଆଶା କର୍ମୀ ଶ୍ରୀମତି ତିଳୋତ୍ତମା ଜାନି ୱାର୍ଡ ମେମ୍ବର ଭବାନୀ ମଙ୍ଗରାଜଙ୍କ ଉପସ୍ଥିତି ରେ ରାମକି ଫାଉଣ୍ଡେସନର ଡାକ୍ତର ବିମଳ ଚରଣ ଷଡଙ୍ଗୀ, ଭେଷଜ ବିତରକ ଜ୍ୟୋଷ୍ଣାମୟୀ ବେହେରାଙ୍କ ଦ୍ୱାରା ସ୍ତନ୍ୟପାନ ର ଉପାଦେୟତା ଏବଂ ପୁଷ୍ଟିକର ଖାଦ୍ୟ ଉପରେ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ସଚେତନ କରାଯାଇଥିଲା|

ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୫୦ ଜଣ ମହିଳା ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ପିସି, ଷ୍ଟାଫ ନର୍ସ ପଙ୍କଜିନି ରଣା, ଏଲଟି ନିତୁ ନାୟକ,ପାଇଲଟ ନିରଞ୍ଜନ ହାତୀ ଓ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ଥିଲେ ।ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ପକ୍ଷରୁ ସମାଜର ପରିବେଶକୁ ସଫା ସୁତୁରା ରଖିବା ପାଇଁ ସ୍ବାସ୍ଥ୍ୟ ପରୀକ୍ଷା ଦ୍ବାରା ନିରନ୍ତର ଉଦ୍ୟମ କଳାହାଣ୍ଡି ଜିଲ୍ଲାରେ ଜାରି ରଖିଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା କରି ଆସୁଛି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *