February 21, 2026
Home » ଏସ ଆଇ ମହାଘୋଟଲାର ମୋଷ୍ଟ ଓ୍ବାଣ୍ଟେଡ୍ ମୁନା ମହାନ୍ତି କ୍ରାଇମବ୍ରାଞ୍ଚ୍ ହାତରେ ଧରାପଡ଼ି ଗିରଫ ।

ଏସ ଆଇ ମହାଘୋଟଲାର ମୋଷ୍ଟ ଓ୍ବାଣ୍ଟେଡ୍ ମୁନା ମହାନ୍ତି କ୍ରାଇମବ୍ରାଞ୍ଚ୍ ହାତରେ ଧରାପଡ଼ି ଗିରଫ ।

0
WhatsApp Image 2025-10-18 at 1.26.35 PM

 

ନୟାଗଡ଼:ଓଡ଼ିଶା ରାଜ୍ୟ କାହିଁକି ସାରା ଦେଶରେ ଚର୍ଚ୍ଚା ପାଲଟିଥିବା ଓଡ଼ିଶା ଏସ ଆଇ ପରୀକ୍ଷା ମହାଘୋଟାଲାର ମୋଷ୍ଟ ଓ୍ବାଣ୍ଟେଡ ମୁନା ମହାନ୍ତି ସହ ୩ଜଣଙ୍କୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଜଣାପଡିଛି । ଗିରଫ ପରେ ସମସ୍ତଙ୍କୁ ବ୍ରହ୍ମପୁର ନିଆଯାଇଥିବା ସୂଚନା ମିଳିଛି ।ଏହି ମହାଘୋଟାଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବେ ବି ଫେରାର ଅଛି।ପୋଲିସ ଏବେ ମଧ୍ୟ ତାର ସନ୍ଧାନ ପାଇପାରିନାହିଁ । ଦଶପଲ୍ଲା ବ୍ଲକର ପୂର୍ବତନ ଅଧ୍ଯକ୍ଷ ଏହି ଘୋଟାଲାର ଆସାମୀକୁ ଲୁଚେଇ ରଖୁଥିଲେ ବୋଲି ଟୁପୁଟାପ ହେଉଥିଲା ବେଳେ ଏସ ଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ମୋଷ୍ଟ ଓ୍ୱାଣ୍ଟେଡ ମୁନା ମହାନ୍ତି ଗିରଫ ହେବା ଘଟଣା ନୟାଗଡ଼ ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି ।ଗୁରୁବାର ପ୍ରଥମେ କ୍ରାଇମବ୍ରାଞ୍ଚ ବିଶେଷ ଖବର ପାଇ ଏକ ସ୍ଥାନରେ ଚଢ଼ାଉ କରିଥିଲା, କିନ୍ତୁ ଚଢ଼ାଉ ପୂର୍ବରୁ ମୁନା ସୁରାକ ପାଇ ଫେରାର ହୋଇଯାଇଥିଲା। ପରେ କ୍ରାଇମବ୍ରାଞ୍ଚ ତାକୁ ଧରିବାରେ ସଫଳ ହୋଇଛି। ଏହି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ରହିଛି। ଶଙ୍କର ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିବା ଶୁଣିବାକୁ ମିଳିଛି । ତେବେ ଏହି ମାମଲାରେ ପୂର୍ବରୁ ୧୧୯ ଜଣଙ୍କୁ ଗିରଫ କରା ଯାଇଥିଲା। ମୁନାର ଗିରଫଦାରି ପରେ ଗିରଫ ସଂଖ୍ୟା ୧୨୦ରେ ପହଞ୍ଚିଛି।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *