November 14, 2025
Home » ଏସ.ଏଚ.ଜି. ମହିଳା ଗ୍ରୁପ୍ ଙ୍କୁ ମାଛଚାଷ କରି ସ୍ବାବଲମ୍ବୀ କରାଇବାରେ ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି

ଏସ.ଏଚ.ଜି. ମହିଳା ଗ୍ରୁପ୍ ଙ୍କୁ ମାଛଚାଷ କରି ସ୍ବାବଲମ୍ବୀ କରାଇବାରେ ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି

0
WhatsApp Image 2025-10-15 at 11.27.52 AM

 

ଛତ୍ରପୁର: ଭାରତ ସରକାରଙ୍କ ଅଧିନରେ ଅଧିକୃତ ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନ ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ସୌଜନ୍ୟରେ ଗାଆଁ ପୋଖରୀରେ ମାଛ ଚାଷ କରିବା ନିମନ୍ତେ ଏସ.ଏଚ.ଜି. ମହିଳା ଗ୍ରୁପ୍ ଙ୍କୁ ପ୍ରୋତ୍ସାହନ ଯୋଗାଇ ମହିଳାମାନଙ୍କୁ ସ୍ୱାବାଲମ୍ବନଶୀଳ କରାଇବାରେ ପ୍ରତିଷ୍ଠାନ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରି ଅଭିନବ ପ୍ରୟାସ ଜାରି ରଖିଛନ୍ତି ।

ଚଳିତ ବର୍ଷ ମଧ୍ୟ ଏସ.ଏଚ.ଜି. ମହିଳା ଗ୍ରୁପ୍ ମାଧ୍ୟମରେ ମାଛ-ଜାଆଁଳା ଏବଂ ମାଛ ଖାଦ୍ୟ ଦାନା ଯୋଗାଇ ଦିଆଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ମହିଳାମାନଙ୍କୁ ତାଲିମ ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ଉଚ୍ଚକର୍ତ୍ତୃପକ୍ଷ କହିଛନ୍ତି ।
ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଛତ୍ରପୁର ବ୍ଲକ୍ ର ଚାରୋଟି ଗ୍ରାମ ପଞ୍ଚାୟତର ୨୬ ଟି ପୋଖରୀରେ ସର୍ବମୋଟ ୨୫ ଶହ କିଲୋଗ୍ରାମ ମାଛ-ଜାଆଁଳା ଏବଂ ୧୦ ଟନ୍ ମାଛଖାଦ୍ୟ ଅବା ଦାନା ଏସ.ଏଚ.ଜି. ମହିଳା ଗ୍ରୁପ୍ ଙ୍କ ମାଧ୍ୟମରେ ପ୍ରତିଟି ଗାଁ କୁ ଯୋଗାଇ ଦିଆଯାଇଛି ।

 


ମାଛ ଚାଷ କରିବାରେ ପ୍ରତ୍ୟକ୍ଷ ଭାବେ ମହିଳା ଗୋଷ୍ଠୀ ନିଜେ ନିଜେ ସ୍ୱାବାଲମ୍ବନଶୀଳ ହୋଇପାରିବେ, ଅବା ମହିଳାମାନେ ରୋଜଗାରକ୍ଷମ ହୋଇପାରିବେ ତେଣୁ ଆଇ.ଆର.ଇ.ଏଲ୍. (ଇଣ୍ଡିଆ) କର୍ତ୍ତୃପକ୍ଷ ଏହି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ପୋଖରୀରେ ମାଛ-ଜାଆଁଳା ଛଡ଼ା ଯିବା ପ୍ରକ୍ରିୟାକରଣ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସନ୍ନିକଟ ପାଲିଆ-ଛତ୍ରପୁର ( ଜି.ଏନ.ପାଲେମ୍) ଠାରେ ମଙ୍ଗଳବାର ଶୁଭାରମ୍ଭ ହୋଇଛି । ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସାମାଜିକ ଦାୟିତ୍ଵ ବୋଧ (ସିଏସଆର୍) ଦାୟିତ୍ଵରେ ଥିବା ଅଧିକାରୀ ଡିଜିଏମ୍ ପ୍ରୋଜେକ୍ଟ,ରିସର୍ଚ୍ଚ ମୁଖ୍ୟ ଶ୍ୟାମ ସୁନ୍ଦର ମଲ୍ଲିକ, ସିନିୟର୍ ମ୍ୟାନେଜର ସିଏସଆର୍ ରିସର୍ଚ୍ଚ ଦୀପକ୍ ମିଶ୍ର ସକ୍ରୀୟ ଯୋଗଦେଇ ମହିଳାଗୋଷ୍ଠୀ ଏବଂ ଗ୍ରାମବାସୀ ଙ୍କୁ ଉତ୍ସାହିତ କରିଥିଲେ ।।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *