ଐତିହାସିକ୍ ବିଶ୍ଵ ପ୍ରସିଦ୍ଧ ଚନ୍ଦନ ମେଳା

ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପୁରୀରେ ପାଳିତ ହୁଏ l ଶ୍ରୀ ଶ୍ରୀ ଶ୍ରୀ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଓ ଅନ୍ୟାନ୍ୟ ଦେବାଦେବୀ ମାନେ ଚନ୍ଦନ ବିଭୂଷିତ ହୋଇ ନରେନ୍ଦ୍ର ପୋଖରୀରେ ଚନ୍ଦନ ଚାପ ଖେଳନ୍ତି, ତଦନୁଯାୟୀ ଓଡ଼ିଶାର ଏକ ପ୍ରାଚୀନ ଓ ବୃହତ ଗ୍ରାମ କଲା -ସଇଡ଼ା (ଦେଓଗଡ ଜିଲ୍ଲା) ଗତ-ତା ୦୨/୦୫/୩୦୨୫ ଠାରୁ ୦୯/୦୫/୨୦୨୫ ରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ଚନ୍ଦନ ଯାତ୍ରା ର ଅଧିଷ୍ଠାତା ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ମଦନ ମୋହନ ଙ୍କର ଚନ୍ଦନ ଯାତ୍ରା ର ଆଜି ପ୍ରଥମ ତଥା ମୁଖ୍ୟ ଦିବସ ନିର୍ଦ୍ଧାରିତ ସମୟରେ ମହାପ୍ରଭୁ ମନ୍ଦିର ରୁ ବାହାରି ଘଣ୍ଟ ହୁଳହୁଳି ଦୂଲଦୁଲି ସଂକୀର୍ତ୍ତନ୍ୟ ନାଦରେ ନରେନ୍ଦ୍ର ପୋଖରୀ ସଦୃଶ ବଡ଼ବନ୍ଧ ରେ ପ୍ରଭୁ ଚାପ ଖେଳିଲେ l
ଶ୍ରୀ ଅରୁଣ କୁମାର ସାହୁ, ସାଂସଦ ସମ୍ବଲପୁର ଙ୍କ ପ୍ରତିନିଧି ତଥା ବିଜେପି ଜିଲ୍ଲା ସଭାପତି ଙ୍କ ପାଇଁ ଉକ୍ତ ଦିନଟି ବହୁ ଗୁରୁତ୍ୱ ରଖି ଥିବାରୁ ସେ ତଥା ତାଙ୍କ ପରିବାର ଓ ସଂଗଠନ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମ କୁ ଆରମ୍ଭରୁ ଶେଷ ଯାଏ ପ୍ରତ୍ୟକ୍ଷ ତତ୍ୱାବଧାନ କରିଥିଲେ l ଶ୍ରୀ ଯୁକ୍ତ ସତ୍ୟନାରାୟଣ ପାଣି, ସରପଞ୍ଚ କଲା, ସକ୍ରିୟ ସହଯୋଗ କରିଥିଲେ l ଏମାନଙ୍କ ପ୍ରେରଣାରେ ଚନ୍ଦନ ମେଳା କମିଟି ର କାର୍ଯ୍ୟକର୍ତ୍ତା ଅଧିକ ଉତ୍ସାହିତ ହୋଇଥିଲେ l ଯାତ୍ରାର ପାରମ୍ପରିକ ଦୋକାନ ବଜାର ସହିତ ଯାତ୍ରା ଇନ୍ଦ୍ରଭୁବନ ଏ ଯାତ୍ରାକୁ ଗାରିମାମୟ କରୁଛି।
ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )