February 23, 2025
Home » ଓଁ ଶ୍ରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ଓଁ ଶ୍ରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

0

ବ୍ରହ୍ମପୁର, ସ୍ଥାନୀୟ ଲାଞ୍ଜିପଲ୍ଲି ସ୍ଥିତ ଯାତ୍ରା ପଡିଆ ଠାରେ ରବିବାର ସନ୍ଧ୍ୟାରେ ଓଁ ଶ୍ରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ନନ୍ଦିନୀ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥ୍‌ ରୂପେ ମାନ୍ୟବର ସାଂସଦ ବ୍ରହ୍ମପୁର ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ, ମୁଖ୍ୟବକ୍ତା ରୂପେ ପ୍ରାକୃନ ଏସପି ଭିଜିଲାନ୍ସ, କୀଟ ବିଶ୍ବବିଦ୍ୟାଳୟର ବିଶିଷ୍ଠ ପ୍ରବନ୍ଧିକ ଶ୍ରୀ ଦେବଦତ୍ତ ପଟ୍ଟନାୟକ, ସମ୍ମାନିତ ଅତିଥ୍‌ ରୂପେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧୂକାରୀ ଦେବେନ୍ଦ୍ର ବେହେରା, ଅନ୍ୟତମ ସମ୍ମାନିତ ଅତିଥ୍‌ ରୂପେ ପ୍ରମେୟ ଡିଜିଏମ ଅମ୍ବିକା ପ୍ରସାଦ ଦାଶ, ବରିଷ୍ଠ ଶିକ୍ଷାବିତ୍ ଶ୍ରୀ କେ. କୃଷ୍ଣମୂର୍ଷି ପ୍ରମୁଖ ଯୋଗଦାନ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଆଚାର୍ଯ୍ୟା ଗାୟତ୍ରୀ ପଣ୍ଡାଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନକରାଯାଇ ସଭାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା ।ବିଦ୍ୟାଳୟର ସମ୍ପାଦକ ବିରଞ୍ଚି ନାରାୟଣ ଦାସ ଅତିଥ୍‌ ପରିଚୟ ପ୍ରଦାନ କରିଥିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।


ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ଅତିଥ୍‌ ମାନଙ୍କ ଦ୍ବାରା ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ସଭା କାର୍ଯ୍ୟ ଶେଷରେ ଆଚାର୍ଯ୍ୟ ଆନନ୍ଦ ବକ୍ସି ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ବିଦ୍ୟାମନ୍ଦିର ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *