December 20, 2025
Home » ଓଟିଭି ସିଟିଜେନସ୍ ଆୱାର୍ଡ, ରାଜ୍ୟପାଳ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବିଜୟ ପଣ୍ଡା 

ଓଟିଭି ସିଟିଜେନସ୍ ଆୱାର୍ଡ, ରାଜ୍ୟପାଳ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବିଜୟ ପଣ୍ଡା 

0
WhatsApp Image 2025-12-07 at 4.42.26 PM

ନରସିଂହପୁର ଓଟିଭି ଦ୍ୱାରା ପରିଚାଳିତ ଓଡିଶା ସିଟିଜେନେସ ଆୱାର୍ଡ 2025 ସମାଜସେବା ପାଇଁ ସାମାଜିକ ସଂଗଠନ ସାର୍ପ ର ସମ୍ପାଦକ ବିଜୟ କୁମାର ପଣ୍ଡା ସମ୍ବର୍ଦ୍ଧିତ ହୋଇଛନ୍ତି। ଶ୍ରୀ ପଣ୍ଡା ନରସିଂହପୁର ରେ ଏକଲବ୍ୟ ଡିଫେନ୍ସ ଏକାଡେମୀ ଖୋଲି ମାଗଣାରେ ପୋଲିସ ଓ ଆର୍ମି ଚାକିରୀ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛନ୍ତି ଯେଉଁଥିରେ ଏପର୍ଯ୍ୟନ୍ତ 282 ଜଣ ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ବେଳେ ସେଥି ମଧ୍ୟରୁ 37 ଜଣ ସରକାରୀ ଚାକିରୀ ରେ ନିଯୁକ୍ତି ପାଇଛନ୍ତି, ସେହିପରି ବଡମ୍ବା ଓ ନରସିଂହପୁର ବ୍ଲକରେ ମହାମାରୀ ରୂପ ନେଇଥିବା କିଡ଼ନୀ ରୋଗ ଏହାର ନିରାକରଣ ପାଇଁ ସଚେତନତା ସୃଷ୍ଟି କରିବାସହ ସ୍ୱଳ୍ପ ମୂଲ୍ୟରେ ବିଭିନ୍ନ ଗ୍ରାମରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସହିତ ରକ୍ତଦାନ ଶିବିର, ମିନି ମାରାଥନ, ମେଧାବୀ ଅଭିନନ୍ଦନ ଆଦି ବିଭିନ୍ନ ସାମାଜିକ କାର୍ଯ୍ୟ କରି ସମାଜ ସେବା କ୍ଷେତ୍ରରେ ନିଜକୁ ସାମିଲ କରିବା ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ପଣ୍ଡା ଙ୍କୁ ଓଟିଭି ଦ୍ୱାରା ଆୟୋଜିତ ଓଡିଶା ସିଟିଜେନସ୍ ଆୱାର୍ଡ ପ୍ରତିଯୋଗିତା ରେ ସାମିଲ କରାଯାଇ ସମାଜ ସେବା ପାଇଁ ଓଡିଶା ସିଟିଜେନେସ୍ ଆୱାର୍ଡ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ବସ୍ତି ପ୍ରିମିୟମ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମ ରେ ଓଡ଼ିଶାର ରାଜ୍ୟପାଳ ଡ଼ ହରିବାବୁ କମ୍ଭମପତି ଙ୍କ ଦ୍ୱାରା ଶ୍ରୀ ପଣ୍ଡା ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଓଟିଭିର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଜାଗି ମଙ୍ଗତ ପଣ୍ଡା, ଓଟିଭିର ଏକଜୁକେଟିଭ ଏଡିଟର ରାଧାମାଧବ ମିଶ୍ର ଙ୍କ ସହିତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *