March 12, 2026
Home » “ଓଡ଼ିଆ ଗୌରବ ୨୦୨୬” ସମ୍ମାନରେ  ସମ୍ମାନିତ ହେବେ ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ରାଉତ।

“ଓଡ଼ିଆ ଗୌରବ ୨୦୨୬” ସମ୍ମାନରେ  ସମ୍ମାନିତ ହେବେ ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ରାଉତ।

0
1000976905
ନୟାଗଡ:  ନୟାଗଡ ଓଡ଼ିଶାର ସର୍ବ ଜନାଦୃତ ସର୍ବ ପ୍ରଥମ ରାଜନୈତିକ ହାସ୍ୟ ବ୍ୟଙ୍ଗ କାର୍ଯ୍ୟକ୍ରମ ଦି ଗ୍ରେଟ ଓଡ଼ିଶା ପଲି୍ଟିକାଲ ସର୍କସର  ଅଭିନେତା ତଥା ବ୍ୟଙ୍ଗ କବି ରବୀନ୍ଦ୍ର ରାଉତଙ୍କୁ  ମଧ୍ୟପ୍ରଦେଶ ଇନ୍ଦୋର ଠାରେ “ଇନ୍ଦୋର ପ୍ରବାସୀ ଓଡ଼ିଆ ସମାଜ ” ଦ୍ୱାରା ଉତ୍କଳ ଦିବସ ଅବସରରେ “ଓଡ଼ିଆ ଗୌରବ ୨୦୨୬”  ସମ୍ମାନ ଏପ୍ରିଲ ୫ତାରିଖରେ ସମ୍ମାନୀତ କରିବା ପାଇଁ ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଅଛି। ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ଏହା ପୂର୍ବରୁ ରାଜ୍ୟ ବାହାରେ ମୁମ୍ବାଇ ଓ ଚେନ୍ନାଇ ଠାରେ ସମ୍ମାନୀତ ହୋଇଛନ୍ତି। ଯାହାକି ଆମ ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ନୟାଗଡ଼ ସହରତଳି ଗାଁ ମୁକ୍ତପୁରରେ ଏକ କ୍ଷୁଦ୍ର ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ରବୀନ୍ଦ୍ର ୨୦୧୦ ମସିହାରେ ପଲି୍ଟିକାଲ ସର୍କସରେ ଭାଗନେଇ ସେହିବର୍ଷ ରାଜ୍ୟସ୍ତରରେ ବିଜୟୀ ହୋଇ ନୟାଗଡ଼ ଜିଲ୍ଲାକୁ ଗୌରାବାନ୍ୱିତ କରିଥିଲେ। ଏହା ପରଠୁ ସେ ଆଉ କେବେ ପଛକୁ ଫେରି ଚାହିଁନାହାଁନ୍ତି ।
ଅନେକବାର ଦୁର୍ଘଟଣାର ଶିକାର ହୋଇଥିଲେ ମଧ୍ୟ  ସେ କଳା ଜଗତରୁ କେବେ ଦୁରେଇ ଯାଇ ନାହାଁନ୍ତି । ଦୀର୍ଘ ୧୬ବର୍ଷ ମଧ୍ୟରେ ଅନେକ ଓଡ଼ିଆ ଧାରା ବାହିକ, ଚଳଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। “ବ୍ୟଙ୍ଗ କଲମ” ଭଳି ଏକ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଉଛନ୍ତି । ଏଭଳି ଜଣେ ଉଦୀୟମାନ ଯୁବ ଅଭିନେତା, ବ୍ୟଙ୍ଗ କବି ତଥା ସମ୍ପାଦକଙ୍କୁ ପାଇ ନୟାଗଡ଼ ଜିଲ୍ଲା କାହିଁକି ସାରା ରାଜ୍ୟ ଆଜି ଗୌରାବାନ୍ୱିତ । ସେ ଓଡ଼ିଶାର ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ ହୋଇଛନ୍ତି । ଏଥିପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ସୁ ଦୀର୍ଘ ଚଲାପଥ କୁସୁମିତ କରନ୍ତୁ, ଏହି କାମନା କରିଛନ୍ତି ନୟାଗଡ ଜିଲ୍ଲାବାସୀ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *