ଓଡ଼ିଆ ପକ୍ଷ ପାଳନ
ଓଡ଼ିଆ ପକ୍ଷ ପାଳନ ୨୦୨୫ ଅବସରରେ ଜିଲ୍ଲା ପ୍ରଶାସନ; କନ୍ଧମାଳ ଓ ଶ୍ରୀ ଅନ୍ନ ଅଭିଯାନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସେବାଶ୍ରମ ସଂସ୍କୃତ ବିଦ୍ୟା ପିଠ; ଫୁଲବାଣୀ ଠାରେ ଆମ ରୁଚି ଖାଦ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ ମୂଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଯେ ଓଡ଼ିଶାର ଆଦିବାସୀ ସମୁଦାୟ ରେ ଶ୍ରୀଅନ୍ନ ବା ସିଲେଟ ଏକ ପାରମ୍ପାରିକ ଖାଦ୍ୟ ଏହାର ପ୍ରୋତ୍ସାହନ ସ୍ଥାନୀୟ ସଂସ୍କୃତି ଓ ଜୀବନଶୈଳୀକୁ ସଂରକ୍ଷଣ କରୁଛି।ଶ୍ରୀ ଅନ୍ନ କେବଳ ଏକ ଶସ୍ୟ ନୁହେଁ; ବରଂ ସ୍ବାସ୍ଥ୍ୟ; ପରିବେଶ ଓ ଅର୍ଥନୀତି ର ଏକ ସ୍ଥାୟୀ ସମାଧାନ।ଏହାକୁ ଆମ ଖାଦ୍ୟରେ ସାମିଲ କଲେ ଆମେ ନିଜର ସ୍ବାସ୍ଥଜୀବନ ସହିତ ଚାଷୀ ଓ ପରିବେଶର ମଙ୍ଗଳ ପାଇଁ ଯୋଗଦାନ ଦେଇପାରିବା।ଏହି କାର୍ଯ୍ୟକ୍ରମ ରେ ପ୍ରକଳ୍ପ ପ୍ରଶାସକ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ; ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ହେମନ୍ତ ଦାସ; ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ; ଜେଲ ଅଧ୍ୟୀକ୍ଷକ ଶ୍ରୀ ହେମନ୍ତ କୁମାର ସେଠୀ; ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଅନ୍ନ ଅଭିଯାନର ସବିତା ସୁବୁଦ୍ଧି. ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଅନ୍ନ ଅଭିଯାନ ଶ୍ରୀ ବିଦେଶ କୁମାର ଦୋଷୀ. ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଅନ୍ନ ଅଭିଯାନ ଶ୍ରୀ ସୁରେଶ କୁମାର ମହାପାତ୍ର. ଅଧ୍ୟାପକ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀ ଡ଼ା ଚନ୍ଦ୍ର ଶେଖର ଦାସ.ପ୍ରଧାନ ଶିକ୍ଷକ ସେବାଶ୍ରମ ସଂସ୍କୃତ ବିଦ୍ୟା ପିଠ ଫୁଲବାଣୀ ଶ୍ରୀ ଧିରେନ୍ଦ୍ର କୁମାର ସ୍ଵାଇଁ. ସହକାରୀ ଶିକ୍ଷୟିତ୍ରୀ ପ୍ରଣତି ତ୍ରିପାଠୀ. ଜନନୀ ସ୍ବୟସହାୟିକା ଗୋଷ୍ଠୀ ର କର୍ମକର୍ତ୍ତା. ସେବାଶ୍ରମ ସଂସ୍କୃତ ବିଦ୍ୟା ପିଠ ଶିକ୍ଷକ.ଶିକ୍ଷୟତ୍ରୀ ଓ ଛାତ୍ର ମାନଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
