July 2, 2025
Home » ଓଡ଼ିଆ ପକ୍ଷ ପାଳନରେ କଳାକାର ଙ୍କୁ ସନମାନ

ଓଡ଼ିଆ ପକ୍ଷ ପାଳନରେ କଳାକାର ଙ୍କୁ ସନମାନ

0
WhatsApp Image 2025-04-10 at 6.49.29 PM

ତିର୍ତ୍ତୋଲ ବ୍ଲକରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ର ଏକାଧିକ କଳାକାର ଙ୍କୁ ସନମାନୀତ କରାଯାଇଛି। ଓଡ଼ିଆ ନାଟକ, ଆଲବମ,ଧାରାବାହିକ ଏବଂ ଚଳଚିତ୍ର ଜଗତରେ ସାରା ଓଡ଼ିଶାରେ ନିଜର ଏକ ସୋତନ୍ତ୍ର ସ୍ଥାନ ତିଆରି କରିବା ସହ ତିର୍ତ୍ତୋଲ ଅଞ୍ଚକୁ ଗୌରବନିତ କରିଥିବା କଳାକାର ଙ୍କୁ ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ସନମାନୀତ କରାଯାଇଛି। ବ୍ଲକ ପ୍ରଶାସନ ଦ୍ୱାରା ଏହି ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୁବ ନିର୍ଦେଶକ, ନାଟ୍ୟକାର ଏବଂ ଅଭିନେତା ଚନ୍ଦ୍ରକାନ୍ତ ବାରିକ, ନାଟ୍ୟ ନିର୍ଦେଶକ ରଞ୍ଜନ ବିଶ୍ୱାଳ, ନାଟ୍ୟକାର ଅଭିନେତା ନିର୍ଦେଶକ କିଶୋର ଖଣ୍ଡୁଆଳ, ଗୀତିକାର ଅରୁଣ ମନ୍ତ୍ରୀ ଙ୍କ ପିତା ଜଗୁ ମନ୍ତ୍ରୀ, ଓଡ଼ିଆ ଚଳଚିତ୍ର ଜଗତର ନିର୍ଦେଶକ, ସଂଗୀତକାର ଏବଂ ପ୍ରଯୋଜକ ଏବଂ ଗୀତିକାର ଅରୁଣ ମହାନ୍ତି, ଯାତ୍ରା ଅଭିନେତା ବଟକୃଷ୍ଣ ଜେନା ପ୍ରମୁଖ ଯୋଗଦେଇ ନିଜର କଳାକାର ଜୀବନର ଅନୁଭୂତି କୁ ଉପସ୍ଥିତ ଶତାଧିକ ତିର୍ତ୍ତୋଲ ବାସୀଙ୍କ ଆଗରେ ପ୍ରକାଶ କରିଥିଲେ। ବ୍ଲକ ର ଚେୟାର ମ୍ୟାନ, ଭାଇସ ଚେୟାରମ୍ୟାନ, ବିଡ଼ିଓ ଏ ବିଡ଼ିଓ ଙ୍କ ଦ୍ୱାରା ନିମନ୍ତ୍ରିତ କଳାକାରଙ୍କୁ ସରକାର ଙ୍କ ଦ୍ୱାରା ସ୍ୱୀକୃତି ସାର୍ଟିଫିକେଟ, ଉପଢ଼ୋକନ ପୁଷ୍ପଗୋଛ ପ୍ରଦାନ କରାଯାଇ ଥିଲା

ରିପୋଟ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *