July 7, 2025
Home » *ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନରେ ପାଳନ ହେଲା ବର୍ଣ୍ଣବୋଧ ବଣ୍ଟନ ଉତ୍ସବ

*ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନରେ ପାଳନ ହେଲା ବର୍ଣ୍ଣବୋଧ ବଣ୍ଟନ ଉତ୍ସବ

0
WhatsApp Image 2025-04-07 at 2.54.03 PM

ଓଡ଼ିଆ ପକ୍ଷ – ୨୦୨୫ ପାଳନ ଅବସରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସପ୍ତମ ଦିନ ଅର୍ଥାତ ୭ ଏପ୍ରିଲରେ ଜିଲ୍ଲାବ୍ୟାପୀ ‘ବର୍ଣ୍ଣବୋଧ ଉତ୍ସବ’ ପାଳନ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାରେ ବର୍ଣ୍ଣବୋଧ ଉତ୍ସବ ପାଳନ କରାଯାଇଛି। ଆଜି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସଦରମହକୁମା ସ୍ଥିତ ବି ବି ଗୁଡା ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଶିଶୁଙ୍କୁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରିଛନ୍ତି। ଓଡ଼ିଆ ପିଲାଙ୍କ ବିଦ୍ୟାରମ୍ଭର ଆଦ୍ୟ ପୁସ୍ତକ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହେବା ଓ ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ କରିବା ପାଇଁ ଆମେ ସମସ୍ତେ ପ୍ରଯତ୍ନ ହେବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଏହି ଅବସରରେ ପ୍ରକାଶ କରିଛନ୍ତି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଶୈକ୍ଷିକ ସଂଯୋଜକ, ଶେଷ ଶଙ୍କର ମହାଲିକ, ଶୈକ୍ଷିକ ପରାମର୍ଶଦାତା ସୀତାରାମ ଗୌଡ ଓ ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମରେ ସିନ୍ଧ୍ରିମାଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ପଟଲା ଓ ବି ବି ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଚିତାରାଣୀ ମଣ୍ଡଳ ସମ୍ପୃକ୍ତ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସୀମାନ୍ତରେ ଥିବା ଚିତ୍ରକୋଣ୍ଡା, ମୋଟୁ ନିକଟବର୍ତ୍ତୀ ବିଚ୍ଛିନ୍ନାଞ୍ଚଳରେ ଅବସ୍ଥିତ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷାର ପ୍ରସାର ଓ ପିଲାଙ୍କ ମଧ୍ୟରେ ଏହା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଜିଲ୍ଲା ଶିକ୍ଷା ବିଭାଗ ସହଯୋଗ କରିଛି। ସମସ୍ତ ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଛି ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *