ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ

ରାଜ୍ୟ ସରକାର ଆହ୍ୱାନ କ୍ରମେ ଏପ୍ରିଲ ୦୧ ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ସମୟକୁ ଓଡ଼ିଆ ପକ୍ଷ ରୂପେ ପାଳନ କରାଯାଉଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଏପ୍ରିଲ ୦୩ ଆଜିର ଦିନକୁ ପାରମ୍ପରିକ ପୋଷାକ ପରିଧାନ ଦିବସ ରୂପେ ପାଳନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଚିନ୍ତନ କକ୍ଷରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ନବୀନ ଚନ୍ଦ୍ର ନାୟକ ଏଡିଏମ ସାଧାରଣ , ସମ୍ମାନୀତ ଅତିଥି ଭାବେ ନିହାର ରଞ୍ଜନ କହଁରଏଡିଏମ ରାଜସ୍ବ, ଲୁଲୁମ୍ବ ସିଂ ଧାରଣା,ଆସିଷ୍ଟାଣ୍ଟ ଡାଇରେକ୍ଟର ( ହେଣ୍ଡିକ୍ରାଫ୍ଟ ), ବିଜୟ କୁମାର ଦାସ ଡିଆଇସି ସାଧାରଣ ପରିଚାଳକ,, ବସନ୍ତ କୁମାର ପ୍ରଧାନ ଡିଆଇପିଆରଓ , ସୁସ୍ମିତା ବାଉରୀ ଡିସିଓ ମଞ୍ଚାସିନ ଥିବା ବେଳେ ଉକ୍ତ ପାରମ୍ପରିକ ପୋଷାକ ପରିଧାନ ଦିବସ ନେଇ ମଞ୍ଚାସିନ ଥିବା ଅତିଥିବୃନ୍ଦ ନିଜ ନିଜର ଅନୁଭୂତି ସହ ବକ୍ତବ୍ୟ ରଖିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଚିନ୍ତନ କକ୍ଷରେ ଜିଲ୍ଲା ସ୍ତରୀୟ ଓ ଅନ୍ୟାନ୍ୟ କର୍ମକର୍ତ୍ତାବୃନ୍ଦ ଯଥା ସମ୍ଭବ ପାରମ୍ପରିକ ପୋଷାକ ପରିଧାନ କରି ଆୟୋଜିତ ସଭାରେ ଅଂଶଗ୍ରହଣ କରିଥିଲେ ।
ଏଥିସହ ଉକ୍ତ ଦିବସ ଅବସରରେ ରାୟଗଡ଼ା ଜିଲ୍ଲାପାଳ ଜିଲ୍ଲାର ସମସ୍ତ କର୍ମଚାରୀମାନେ ପ୍ରତି ସୋମବାର ଦିନ ଉକ୍ତ ପାରମ୍ପରିକ ପୋଷାକ ପରିଧାନ କରିବା ପାଇଁ ନିର୍ଦ୍ଦେଶ ହୋଇଥିବା ନେଇ ଏଡିଏମ( ସାଧାରଣ) ସୂଚନା ଦେଇଛନ୍ତି। ଏଥି ପୂର୍ବରୁ ଶୁକ୍ରବାର ଦିନ ପାରମ୍ପରିକ ପୋଷାକ ପରିଧାନ ସକାଶେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଚିନ୍ତନ କକ୍ଷରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଓ ଅନ୍ୟାନ୍ୟ କର୍ମକର୍ତ୍ତାବୃନ୍ଦ ଯଥା ସମ୍ଭବ ପାରମ୍ପରିକ ପୋଷାକ ପରିଧାନ କରି ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲାରୁ ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ