ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ l
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଯାଲୋଇ ଡିଗ୍ରୀ କଲେଜ ଓ ଆମ ଓଡ଼ିଶା ର ମିଳିତ ଆନୁକୂଲ୍ୟରେ “ଓଡ଼ିଆ ପକ୍ଷ 2026” ପାଳନ ଉପଲକ୍ଷେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବୀରମହାରାଜପୁର ମାନ୍ୟବର ବିଧାୟକ ଇଂ.ରଘୁନାଥ ଜଗଦଲା ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଉପଲକ୍ଷେ କଲେଜରେ ସମସ୍ତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଭିଭାବକ ମାନଙ୍କ ଉପସ୍ଥିତିରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଓକିଲ ଶ୍ରୀବଳଦେବ ପ୍ରସାଦ ବେଦବାକ ସଭାପତିତ୍ୱ କରିଥିଲେ। ଉଲୁଣ୍ଡା ବ୍ଲକର ‘ଆତ୍ମା’ ଅନୁଷ୍ଠାନର ସଭାପତି ଶ୍ରୀବାସୁଦେବ ମିଶ୍ର, ବରିଷ୍ଠ ଇଂରାଜୀ ଅଧ୍ୟାପକ ଶ୍ରୀରଞ୍ଜନ ମହଲା, ଯାଲୋଇ ସରପଞ୍ଚ ଶ୍ରୀମତୀ ମିଶ୍ର ଓ କଲେଜ ଅଧ୍ୟକ୍ଷ ଶ୍ରୀଗିରିଧାରୀ ହୋତା ପ୍ରମୁଖ ଯୋଗ ଦେଇଥିଲେ। ଏହି ରକ୍ତଦାନ ଶିବିରରେ ମୋର 25 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
