July 5, 2025
Home » ଓଡ଼ିଆ ପକ୍ଷ ୨୦୨୫ ଅବସରରେ ଜିଲ୍ଲାସ୍ତରୀୟ ଯୁବ ଲେଖକ ସମ୍ମିଳନୀର ଉଦଯାପନୀ ଓ ପୁରସ୍କାର ବିତରଣ

ଓଡ଼ିଆ ପକ୍ଷ ୨୦୨୫ ଅବସରରେ ଜିଲ୍ଲାସ୍ତରୀୟ ଯୁବ ଲେଖକ ସମ୍ମିଳନୀର ଉଦଯାପନୀ ଓ ପୁରସ୍କାର ବିତରଣ

0
WhatsApp Image 2025-04-12 at 12.20.22 PM

ଓଡ଼ିଆ ପକ୍ଷ ୨୦୨୫ ଅବସରରେ ଜିଲ୍ଲାସ୍ତରୀୟ ଯୁବ ଲେଖକ ସମ୍ମିଳନୀର ଉଦଯାପନୀ ଓ ପୁରସ୍କାର ବିତରଣ ସମାରୋହ ସରକାରୀ ମହାବିଦ୍ୟାଳୟ କୋରାପୁଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସମଗ୍ର କୋରାପୁଟ ଜିଲ୍ଲାରୁ ପାଖାପାଖି ୧୫ ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇଥିଲେ। ପ୍ରବନ୍ଧ, ଗଳ୍ପ ଓ କବିତା ଲିଖନକୁ ଘେନି ହୋଇଥିବା ପ୍ରତିଯୋଗିତାରେ ସମସ୍ତ ମହାବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପ୍ରତ୍ୟେକ ବିଭାଗରୁ ୩ ଜଣ ଲେଖାଏଁ କୃତକାର୍ଯ୍ୟ ହୋଇଥିଲେ।

ଉଦଯାପନୀ ଉତ୍ସବରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ଜୟପୁରଙ୍କ ସମେତ କୋରାପୁଟର ବହୁ ସାହିତ୍ୟିକ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *