February 5, 2026
Home » ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗରେ ସ୍ବତନ୍ତ୍ର ପଦାଧିକାରୀ ନିଯୁକ୍ତ ହେଲେ ପ୍ରାକ୍ତନ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗରେ ସ୍ବତନ୍ତ୍ର ପଦାଧିକାରୀ ନିଯୁକ୍ତ ହେଲେ ପ୍ରାକ୍ତନ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ

0
WhatsApp Image 2026-01-14 at 5.48.34 PM

 

ଭୁବନେଶ୍ୱର / ବ୍ରହ୍ମପୁର : ଓଡ଼ିଶା ପ୍ରଦେଶ ସୃଷ୍ଟି ଉଦ୍ୟମର ପ୍ରଥମ ସଭା ଯେଉଁ ସଭାଗୃହରେ ଅନୁଷ୍ଠିତ ହୋଇଥିଲା ଯାହାକି ଓଡ଼ିଶାର ପ୍ରଥମ ଜାତୀୟ ସଭାଗୃହ ଭାବରେ ଓଡ଼ିଆ ଜାତି ଗ୍ରହଣ କରିସାରିଛି ସେହି “ଉତ୍କଳ ଆଶ୍ରମ”ର ପରିଚାଳନା ଦାୟିତ୍ବ ନିର୍ବାହ କରୁଥିବା ଉତ୍କଳ ଆଶ୍ରମ ନ୍ୟାସର ସମ୍ପାଦକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗରେ ସ୍ବତନ୍ତ୍ର ପଦାଧିକାରୀ ଭାବେ ସରକାର ନିଯୁକ୍ତି ଦେବା ଏକ ସୁଖଦ ସମ୍ବାଦ । ଏଥିପାଇଁ ଭାଷା ଆନ୍ଦୋଳନ , ଓଡ଼ିଶା ତରଫରୁ ଡ ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କୁ ଅଭିନନ୍ଦନ ଜଣାଇବା ସହ ସରକାରଙ୍କୁ ମଧ୍ୟ ସାଧୁବାଦ ଜଣାଉଛୁ | ଆଶା ରଖୁଛୁ ଭାଷା ଆନ୍ଦୋଳନ,ଓଡ଼ିଶାର ଦୀର୍ଘଦିନର ଦାବି ଯେ “ଉତ୍କଳ ଆଶ୍ରମ”, ବ୍ରହ୍ମପୁରର ସ୍ଥାପନା (୨୨ ଜାନୁଆରୀ ୧୯୨୫)ପରିସରକୁ ଐତିହାସିକ ସ୍ମାରକୀ ଭାବେ ଘୋଷଣା ନିମନ୍ତେ ମହାନୁଭବ ଡ ପାଢ଼ୀ ଏହି ଅନୁଷ୍ଠାନର ତଥା ଓଡ଼ିଶାର ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଉଦ୍ୟମ କରିବେ ବୋଲି ଆଶା ଓ ବିଶ୍ୱାସ |

ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ବ୍ରହ୍ମପୁର ଠାରେ ମାନ୍ୟବର ମନ୍ତ୍ରୀ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ସୁରଜ ସୂର୍ଯ୍ୟବଂଶୀ ଏବଂ ଆଇନ ମନ୍ତ୍ରୀ ପୃଥିବୀ ରଞ୍ଜନ ହରିଚନନ୍ଦନଙ୍କ ସହ ଭାଷା ଆନ୍ଦୋଳନ ଓଡ଼ିଶାର ବ୍ରହ୍ମପୁର ସଭାପତି ଡ଼ ସାଗର ରଞ୍ଜନ ତ୍ରିପାଠୀ ଆଲୋଚନା କରିବା ସହିତ ଲିଖିତ ଭାବେ ମଧ୍ୟ ଜଣାଇଥିଲେ |ଏପରିକି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଏହି ବିଷୟରେ ଲିଖିତ ଭାବେ ଭାଷା ଆନ୍ଦୋଳନ ଓଡିଶା ତରଫରୁ ପତ୍ର ପ୍ରଦାନ କରାଯାଇଛି | ଜାତୀୟ କର୍ତ୍ତବ୍ୟ ଦୃଷ୍ଟିରୁ ଗଞ୍ଜାମ ମାଟିର ଅସ୍ମିତାକୁ ସମ୍ମାନ ଜଣାଇବା ସହ ଆମ ଜାତିର ସ୍ଵାଭିମାନ ପାଇଁ ପ୍ରେରଣା ପୂର୍ଣ୍ଣ କାର୍ଯ୍ୟ କରିବେ ବୋଲି ଡ଼ ପାଢ଼ୀଙ୍କଠାରୁ ଭାଷା ଆନ୍ଦୋଳନ ଆଶା କରେ | ସୂଚନା ଯୋଗ୍ୟ ଯେ ଆଗାମୀ ୨୨ ଜାନୁଆରୀ ୨୦୨୬ ରେ ଏହି ଭବ୍ୟ ଅନୁଷ୍ଠାନ ଉତ୍କଳ ଆଶ୍ରମ ପ୍ରତିଷ୍ଠାର ଶହେ ବର୍ଷ ପୂରଣ କରିବ। ଏହା ଐତିହାସିକ ସ୍ମାରକୀ ଭାବେ ଘୋଷଣା କରାଗଲେ ଆମ ମାଟିର ବରପୁତ୍ର ତଥା ଉତ୍କଳ ଆଶ୍ରମ ପ୍ରତିଷ୍ଠାତା ରାଜା କୃପାମୟ ଦେବଙ୍କ ପ୍ରତି ସମ୍ମାନ ହେବ ବୋଲି ଭାଷା ଆନ୍ଦୋଳନ ଓଡ଼ିଶାର ଅଧକ୍ଷ ଚକ୍ରଧର ମହନ୍ତ, ସଭାପତି ,ଜାନକୀଶ ବଡ଼ପଣ୍ଡା, ଆବାହକ ପବିତ୍ର ମହାରଥା ଏବଂ ଡ଼ ସାଗର ରଞ୍ଜନ ତ୍ରିପାଠୀ, ସଭାପତି ଭାଷା ଆନ୍ଦୋଳନ ,ଓଡ଼ିଶା, ବ୍ରହ୍ମପୁର ସାରଦା ପ୍ରସାଦ ମହାପାତ୍ର , ନବକିଶୋର ପ୍ରଧାନ, ଡମ୍ବୁର ଧର ହରଣସିଂହ,ଦାଶରଥି ଗୁମାନସିଂହ ,ନାରାୟଣ ଖୁଣ୍ଟିଆ ପ୍ରମୁଖ ଏକ ପ୍ରେସ ବାର୍ତ୍ତାରେ ପବିତ୍ର ମହାରଥା , ଆବାହକ ଭାଷା ଆନ୍ଦୋଳନ,ଓଡ଼ିଶାଜଣାଇଛନ୍ତି |

Leave a Reply

Your email address will not be published. Required fields are marked *