July 1, 2025
Home » ଓଡ଼ିଆ ଲିପି ଗଠନରେ ସୁବର୍ଣ୍ଣପୁରର ମହତ୍ବପୂର୍ଣ୍ଣ ଭୂମିକା ରହିଛି : ଐତିହ୍ୟ ଆଲୋଚନା ‘ସୁବର୍ଣ୍ଣପୁରର ଶିଳାଲେଖ’ରେ ବକ୍ତାଙ୍କ ମନ୍ତବ୍ୟ l

ଓଡ଼ିଆ ଲିପି ଗଠନରେ ସୁବର୍ଣ୍ଣପୁରର ମହତ୍ବପୂର୍ଣ୍ଣ ଭୂମିକା ରହିଛି : ଐତିହ୍ୟ ଆଲୋଚନା ‘ସୁବର୍ଣ୍ଣପୁରର ଶିଳାଲେଖ’ରେ ବକ୍ତାଙ୍କ ମନ୍ତବ୍ୟ l

0
WhatsApp Image 2025-01-26 at 3.10.13 PM

ସୁବର୍ଣ୍ଣପୁର –ଐତିହ୍ୟର ସଂରକ୍ଷଣ ପାଇଁ କାର୍ଯ୍ୟରତ ସର୍ବଭାରତୀୟ ଅନୁଷ୍ଠାନ ଇନଟାକ୍ ର ସୋନପୁର ଶାଖା ତରଫରୁ ଏକ ଐତିହ୍ୟ ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁରର ଶିଳାଲେଖ ଶୀର୍ଷକରେ ଅନୁଷ୍ଠିତ ଏହି ଆଲୋଚନାରେ ବକ୍ତାଭାବେ ବିଶିଷ୍ଟ ଐତିହାସିକ ସୁଦାମ ନାଏକ ଉପସ୍ଥିତ ରହି ଓଡ଼ିଆ ଲିପି ଗଠନରେ ସୁବର୍ଣ୍ଣପୁରର ମହତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଉଲ୍ଲେଖ କରିଥିଲେ । ଖମ୍ବେଶ୍ଵରୀ ଶିଳାଲେଖ ସମେତ ସୁବର୍ଣ୍ଣପୁରର ବିଭିନ୍ନ ଶିଳାଲେଖ ଉପରେ ଶ୍ରୀ ନାଏକ ବିସ୍ତୃତ ଆଲୋଚନା କରିଥିଲେ। ଐତିହାସିକ ଡ଼ଃ. ସନ୍ତୋଷ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ସାହିତ୍ୟିକ ଆର୍ତ୍ତତ୍ରାଣ ବାବୁ ସମ୍ମାନିତ ଅତିଥିଭାବେ ମଂଚାସୀନ ଥିଲେ। ଏହି ଅବସରରେ ନୂତନ ଭାବେ ଇନଟାକ୍ ର ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ସିଦ୍ଧାର୍ଥ କୁମାର ଅଗ୍ରୱାଲ ଏବଂ ଦେବକୀନନ୍ଦନ ମିଶ୍ରଙ୍କୁ ସ୍ୱାଗତ କରାଯାଇଥିଲା । ଚିତ୍ତ ରଂଜନ ତରାସିଆ, ପ୍ରଦୀପ ମିଶ୍ର, ସିତାଂଶୁ ମିଶ୍ର, ବ୍ରତାନନ୍ଦ ଭୋଇ, ବିଭୂତି ଓତା, ଡଃ. ସୌରଭ ରଂଜନ ଖମାରୀ ପ୍ରମୂଖ ଆଲୋଚନାରେ ଭାଗ ନେଇଥିଲେ। ଇନଟାକ୍ ସୋନପୁର ଚେପ୍ଟରର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏବଂ ସଂଯୋଜନାରେ ଆୟୋଜିତ ଏହି ସଭାରେ ସହ-ଆବାହକ ବନମାଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *