ଓଡ଼ିଆ ସମ୍ମାନ ବିଭାଗ ଆନୁକୁଲ୍ୟ ରେ ” କୁନ୍ତଳା କୁମାରୀ ଙ୍କ ସୃଷ୍ଟି ବୈଚିତ୍ର୍ୟ” ଶୀର୍ଷକ ସଂପାନ
ମଠକରଗୋଳା ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୂକୂଲ୍ୟ ରେ ଏକ ରାଜ୍ୟ ସ୍ତରୀୟ ସଂପାନ ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷ ରେ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଛି ।ଉକ୍ତ ସଂପାନ ରେ ସାତ ଗୋଟି ସନ୍ଦର୍ଭ ଛାତ୍ର ଛାତ୍ରୀ ରଶ୍ମିତା ନାୟକ,ସ୍ଵର୍ଣ୍ଣଲକ୍ଷ୍ମୀ ରଣା ,ପୂର୍ଣ୍ଣିମା ଦାସ,ମାନସୀ ମହାରଣା,ରତ୍ନମଞ୍ଜରି ନାଟିଆ,ସଙ୍ଗୀତ ବିଶ୍ଵାଳ ଙ୍କ ଦ୍ଵାରା ପାଠ କରାଯାଇଥିଲା ।ବିଭାଗୀୟ ମୁଖ୍ୟ ଶ୍ରୀମତୀ ଅମିତାଞଳି ମିଶ୍ର ବିଷୟବସ୍ତୁ ର ସାମଗ୍ରୀକ ଦିଗ ଉପରେ ଆଲୋକପାତ କରିଥିଲେ ।

ଓଡିଆ ବିଭାଗ ର ଅଧ୍ୟାପକ ଶ୍ରୀ ମନୋରଞ୍ଜନ ବେହେରା,ଓ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ସାହୁ ,ବାଣିଜ୍ୟ ବିଭାଗ ମୁଖ୍ୟ ସୁଧାଂଶୁ ଶେଖର ପାତ୍ର, ଇଂରାଜୀ ଭାଷା ବିଭାଗ ମୁଖ୍ୟ ଶ୍ରୀମତୀ ସ୍ଵପ୍ନିତା ରାଉତ କବି ନେତ୍ରୀ,ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତ ଙ୍କ ଜନ୍ମ ଇତିହାସ, ତାଙ୍କର ସାହିତ୍ୟ କୃତି ଉପରେ ବିଶଦ ଆଲୋଚନା କରିଥିଲେ । ସଂପାନ ର ବିଷୟ ବିଶେଷଜ୍ଞ ,ମୁଖ୍ୟ ବକ୍ତା,ବଜିରାଉତ୍ ସ୍ମୃତି ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଶ୍ରୀ ଆଲୋକ ରଞ୍ଜନ ଷଡ଼ଙ୍ଗୀ ତାଙ୍କ ର ଦିକ୍ଷାନ୍ତ ବକ୍ତବ୍ୟ ମାଧ୍ୟମ ରେ କବି ନେତ୍ରୀ ଡକ୍ଟର ଶକୁନ୍ତଳା କୁମାରୀ ଙ୍କ ରଚନା ରେ ଲୁକ୍କାୟିତ ଦର୍ଶନ,ପ୍ରେମ ର ସଂଜ୍ଞା ନିରୂପଣ ,ଆଶା ଓ ନିରାଶର ଭାବଧାରା,ସାମାଜିକ ସଂସ୍କାରବାଦୀ ଚେତନା, ସ୍ୱଳ୍ପ।ୟୂଷ ମନୁଷ୍ୟ ର ଆକାଶଛୁଆଁ ଆଶାର ସଂଚାର ଇତ୍ୟାଦି ର ସାମଗ୍ରୀକ ଦିଗ ଉପରେ ଆଲୋଚନା କରିଥିଲେ ।

ସଭାପତି ପ୍ରାଧ୍ୟାପକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ ପଠିତ ସନ୍ଦର୍ଭ ଓ କୁନ୍ତଳା କୁମାରୀ ସାବତ ଙ୍କୁ ଓଡ଼ିଶା ର ସରୋଜିନୀ ନାଇଡୁ କହିବାର ଯଥାର୍ଥତା ଓ କବିନେତ୍ରୀ ଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ କୁ ଆଲୋଚନା କରିଥିଲେ । ସନ୍ଦର୍ଭ ପାଠକ ମାନଙ୍କ ର ବିଷୟ ଗୁଡ଼ିକୁ ଅତି ସୁନ୍ଦର ଭାବେ ପ୍ରତିବେଦକ ଅଧ୍ୟାପିକା ସ୍ଵପ୍ନିତା ରାଉତ ବିଶ୍ଳେଷଣ କରିଥିଲେ ।ଅଧ୍ୟାପକ ଶ୍ରୀ ମନୋରଞ୍ଜନ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।
kamkhyanagar epa ru rajkishor rout nka report epa news
