August 27, 2025
Home » ଓଡ଼ିଆ ସାମ୍ବାଦିକଙ୍କୁ ଆସିଲା ଧମକପୂର୍ଣ୍ଣ ମେଲ୍..

ଓଡ଼ିଆ ସାମ୍ବାଦିକଙ୍କୁ ଆସିଲା ଧମକପୂର୍ଣ୍ଣ ମେଲ୍..

0
WhatsApp Image 2024-11-30 at 5.57.34 PM

ଭୁବନେଶ୍ବର: ଆରମ୍ଭ ହୋଇଛି ସର୍ବଭାରତୀୟ ଡିଜିପି ଓ ଆଇଜି ସମ୍ମିଳନୀ । ପୁଣି ଧମକ ଦେଲା ଗୁରପତୱନ୍ତ ପନ୍ନୁ। ଗୁରପତୱନ୍ତ ପନ୍ନୁ ନାଁରେ ଓଡ଼ିଆ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ଜଣାପଡ଼ିଛି। ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂହ ପନ୍ନୁ ନାଁରେ ବରିଷ୍ଠ ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଆସିଛି ଧମକପୂର୍ଣ୍ଣ ମେଲ୍‌। ଏହି ମେଲ୍‌ରେ ପୁନର୍ବାର ଡିଜିପି ସମ୍ମିଳନୀକୁ ଟାର୍ଗେଟ କରି ଧମକ ଦିଆଯାଇଛି। ଡିଜିପି ସମ୍ମିଳନୀରେ ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ପନ୍ନୁ ଘୋଷଣା କରିଛି। ଏହା ସହିତ ଭୁବନେଶ୍ଵର ବିମାନବନ୍ଦରକୁ ମଧ୍ୟ ଟାର୍ଗେଟ କରାଯାଇଛି। ରବିବାର ଭୁବନେଶ୍ଵରରୁ ବିମାନ ଉଡ଼ାଣ ନ କରିବାକୁ ମେଲରେ ଚେତାବନୀ ଦିଆଯାଇଛି। ତେବେ ମେଲଟି ପନ୍ନୁ ନିଜେ କରିଛି ନାଁ ତା’ ନାଁରେ ଆଉ କେହି ବ୍ୟକ୍ତି ଏପରି କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ଡିଜିପି ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ମଧ୍ୟ ପନ୍ନୁ ଏକ ଭିଡିଓ ବାର୍ତ୍ତା ଜାରି କରି ସମ୍ମିଳନୀକୁ ପଣ୍ଡ କରିବାକୁ ଧମକ ଦେଇଥିଲା। ସେ କହିଥିଲା ଯେ, ହିନ୍ଦୁତ୍ଵ ଚିନ୍ତାଧାରା ଅଧୀନରେ ଏହି ଡିଜିପି ସମ୍ମିଳନୀ କରାଯାଉଛି। ଖଲିସ୍ତାନ ଶିଖଙ୍କ ସମର୍ଥନକାରୀ, କାଶ୍ମୀରୀ ଯୋଦ୍ଧା, ଆତଙ୍କବାଦୀ ଏବଂ ମାଓବାଦୀଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଉଛି। ମୋଦୀ-ଶାହ-ଡୋଭାଲ ଭୁବନେଶ୍ଵରକୁ ବଡ଼ ବିପଦ ଆଣୁଛନ୍ତି ବୋଲି ସେ କହିଥିଲା। ଛଦ୍ମବେଶରେ ଆସି ଭୁବନେଶ୍ଵରର ମନ୍ଦିର, ହୋଟେଲରେ ଲୁଚି ରହି ଏହି ସମ୍ମିଳନୀକୁ ଭଣ୍ଡୁର କରିବାକୁ ପନ୍ନୁନ ଖଲିସ୍ତାନୀମାନଙ୍କୁ ଆହ୍ବାନ କରିଥିଲା।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *