December 22, 2025
Home » ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପରବ ୨୦୨୪ ହେବ ଉଦଘାଟନ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରସ୍ତୁତି ସରିଯାଇଛି …ଜିଲ୍ଲାପାଳ

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପରବ ୨୦୨୪ ହେବ ଉଦଘାଟନ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରସ୍ତୁତି ସରିଯାଇଛି …ଜିଲ୍ଲାପାଳ

0
WhatsApp Image 2024-12-13 at 2.00.07 PM

ଚଳିତ ବର୍ଷ ଜିଲ୍ଲା ସଂସ୍କୃତି ପରିଷଦ କୋରାପୁଟ ଆନୁକୂଲ୍ୟରେ ପ୍ରାକୃତିକ କୀର୍ତ୍ତିରାଜିରେ ଭରପୁର ସହ କଳାର ଗନ୍ତାଘର କୋରାପୁଟର ସ୍ଥାନୀୟ କଳା,ସଂସ୍କୃତି ଓ ପରମ୍ପରାର ଗୌରବକୁ ପାରମ୍ପାରିକ ନୃତ୍ୟ ସଂଗୀତ ମାଧ୍ୟମରେ ଉଜ୍ଜୀବିତ କରିବାର ଲକ୍ଷ୍ୟ ନେଇ ଆସନ୍ତା ତା ୧୪-୧୨-୨୦୨୪ ରିଖ ଠାରୁ ତା ୧୮-୧୨-୨୦୨୪ ରିଖ ପର୍ଯ୍ୟନ୍ତ କୋରାପୁଟର ପରବ ପଡିଆ କେଛଲା ରୋଡରେ ପାଳନ କରିବାକୁ ଯାଉଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ ୧୪-୧୨-୨୦୨୪ ତାରିଖ ଅପରାହ୍ନ ଘ ୪:୩୦ ମି. ସମୟରେ ପରବ ଓ ପଲ୍ଲିଶ୍ରୀ ମେଳା ୨୦୨୪ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମହୋତ୍ସବଟିକୁ ଶୁଭ ଉଦ୍‌ଘାଟନ କରିବେ ।

ଏଣୁ,ଜିଲ୍ଲାପାଳ ଉପ ଜିଲ୍ଲାପାଳ କୋରାପୁଟ ବିଧାୟକ ରାଗୁରାମ ମାଛ ଜିଲ୍ଲା ପ୍ରଶାସନର ସମସ୍ତ ସରକାରୀ ଅଧିକାରୀ ୧୨/୧୨/୨୪ ତାରିଖ ଗୁରୁବାର ଦିନ ନୂତନ କୋରାପୁଟ ପରବ ପଡିଆକୁ ଯାଇ ପରିଦର୍ଶନ କରିଥିବା ବେଳେ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତରେ ପହଞ୍ଚିଛି। ।କୋରାପୁଟରେ ପରବ ଓ ପଲ୍ଲିଶ୍ରୀ ମେଳା ୨୦୨୪ ଉପଲକ୍ଷେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସରି ଯାଇଛି । ତେଣୁ ଜିଲ୍ଲା,ସହରର ତଥା ଆଖପାଖରେ ଥିବା ପ୍ରତ୍ୟେକ ଅଞ୍ଚଳବାସୀମାନଙ୍କ ମଧରେ ପରବ ନେଇ ଅତି ଉତ୍ସାହିତ ସହ ଉତ୍ସବମୁଖର ହୋଇଯାଇଛି। ଚଳିତ ବର୍ଷ ଏଥିରେ ସ୍ଥାନୀୟ ଲୋକନୃତ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ଲୋକନୃତ୍ୟ ପରିବେଷଣ କରାଯିବ । ତେବେ ମହୋତ୍ସବର ପ୍ରଥମ ଦିନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟ ଅତିଥି , ଅତିଥିଗଣକଙ୍କ ଦ୍ଵାରା ମଞ୍ଚରେ ସମ୍ମାନିତ କରାଯିବ।
ଓର୍ମାସ ଦ୍ଵାରା ଚଳିତ ବର୍ଷ ୩୫୦ ରୁ ଉର୍ଦ୍ଧ୍ବ ଷ୍ଟଲ ହେବାର ବ୍ୟବସ୍ଥା ରହିଛି । ଏଥିରେ ସ୍ଥାନୀୟ ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ଜିନିଷ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ଆସି ଖୋଲିବେ । ପାଞ୍ଚ ଦିନର କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ,ସମସ୍ତ ବିଧାନସଭା ମଣ୍ଡଳୀର ବିଧାୟକଗଣଙ୍କ ସମେତ ଅନ୍ୟାନ୍ୟ ବାରାନନ୍ୟ ଅତିଥିଙ୍କ ସମେତ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିବେ ।

ଏହି ଅବସରରେ ୧୪-୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପରବ ପଡିଆ ଝଳକିବ। ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧରେ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ପତଙ୍ଗ ମହୋତ୍ସବ,ଟ୍ରନ୍ ଡ୍ୟାନ୍ସ,ସଙ୍ଗୀତମୟ ଅତିଶବାଜି, ହସ୍ତଶିଳ୍ପ ଗ୍ରାମ,କୃଷି ଜନ୍ତପତି ମେଳା ରହିଥିବା ବେଳେ ୧୪ ତାରିଖରେ ଢେମସା ନୃତ୍ୟ (ଦୁରୁଆ),ଓଡିଶୀ ନୃତ୍ୟ,ଘୁଡ଼ୁକା,ଘୁମୁରା,ଜେମସା ନୃତ୍ୟ,କଲାରୀ ପାଲଟୁ,ସାନ୍ତାଳୀ,ଆସାମୀ ବାଗୁରୁମ୍ଭା କଳା ନୃତ୍ୟ ପରିବେଷଣ କରିବାକୁ ଥିବା ବେଳେ ବିଶେଷ ଆକର୍ଷଣ ସୁନାମ କଣ୍ଠଶିଳ୍ପୀ ଗାୟକ ଅଭିଜିତ୍ ମଜୁମଦାର ଏବଂ ଦୀପ୍ତି ରେଖା ପାଢ଼ୀଙ୍କ ଦ୍ଵାରା ପରିବେଷିତ ବିଭିନ୍ନ ଗାନରେ ନାଚି ଝୁମିବେ ଦର୍ଶକ ବୃନ୍ଦ। ସେହିପରି ୧୫ ଡ଼ିସେମ୍ବର ୨୦୨୪ ଜେମସା (କୋଟପାଡ),ଢ଼ାପ୍ ନୃତ୍ୟ, ରଂଯୋଡ଼ି,ବିହ୍ନ,ମାଲଖମ୍ବ,ହରିହର କ୍ୟାନ୍ତ ଗ୍ରୁପ୍,କାଠି ନାଚ ସହ ବିଶେଷ ଆକର୍ଷଣ ତାରା ତାରିଣୀ ବ୍ୟାଣ୍ଡ, ଟ୍ରେନ୍ ଡ୍ୟାନ୍ସ ଗ୍ରୁପ୍, ଅନୁରାଧା ପାଣିଗ୍ରାହୀ, ନମିତା ମେଲେକା ଗୀତଗାନ କାର୍ଯ୍ୟକ୍ରମ ରହିଛି । ସେହିପରି ୧୬ ଡ଼ିସେମ୍ବର ୨୦୨୪ କନ୍ଧ ଜେମସା (ପଟ୍ଟାଙ୍ଗି),କଣ୍ଢେଇ ନାଚ,ଲାଞ୍ଜିଆ ସୌରା (ରାୟଗଡ) ନୃତ୍ୟ,ନୃତ୍ୟଶ୍ରୀ ଇ.ଜେଡ୍.ସି.ସି ଡାନ୍ସ ଗ୍ରୁପ୍, ପ୍ରେରଣା ଡାନ୍ତି ଗ୍ରୁପ୍,ମୟୂରଭଞ୍ଜ ଛଉ ଥିବା ବେଳେ ବିଶେଷ ଆକର୍ଷଣ ସ୍ବୟମ୍ ପାଢ଼ୀ, ଅନ୍ତରା ଚକ୍ରବର୍ତୀ, ବର୍ଣ୍ଣାଳି ହୋତା, ସୁନିଲ କୁମାର ପରିଡା ରହିଛି। ସେହିପରି ୧୭ ଡ଼ିସେମ୍ବର ୨୦୨୪ ଢେମସା (ଲକ୍ଷ୍ମୀପୁର /ପଦମପୁର),ବେଣ୍ଟ ବାଜା
,ସାହି ନାଟ,କୋଲି ନୃତ୍ୟ (ମୁମ୍ବାଇ),ଚକ୍ର ନୃତ୍ୟ,ଦଣ୍ଡ ହଳିଆ ଢେମସା (ନବରଙ୍ଗପୁର),ବେଙ୍ଗଲ କ୍ରିୟେଟିଭ (EZCC),ବିଶେଷ ଆକର୍ଷଣ ଇନଫ୍ୟୁଜନ ବ୍ୟାଣ୍ଡ ରହିଛି । ସେହିପରି ୧୮ ଡ଼ିସେମ୍ବର ୨୦୨୪ ଗଦବା ଡେମସା (ଲମତାପୁଟ),ଲାୱଣୀ (ମହାରାଷ୍ଟ୍ର),ଛରି ନୃତ୍ୟ (ରାଜସ୍ଥାନ),ପରଜା ନୃତ୍ୟ,କାଲ୍ ବେଲିଆ,ମୁଭ ଦ ୱାର୍ଡ଼,CCI ଡାନ୍ସ ଗ୍ରୁପ୍,ବିଶେଷ ଆକର୍ଷଣ ପବନଦୀପ ଏବଂ ଅରୁଣିତା ଜାଞ୍ଜିଲାଲ୍ ଙ୍କ ମନ୍ତ୍ରମୁଗ୍ଧ ସଙ୍ଗୀତ ଗାନ ପରିବେଷଣ ରେ ଝୁମିବ କୋରପୁଟ ।

ଜନସାଧାରଣ ଶାନ୍ତିର ସହ ସୁବିଧାରେ ସମସ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭାଗ କରିବା ସହ ପାର୍କିଂ,ଗମନାଗମନ ପାଇ ଜିଲ୍ଲାପ୍ରଶାସନ ସମସ୍ତ ସୁବିଧା କରିଛି । ଏଣୁ ,ସୁରକ୍ଷା ଓ ଜନସାଧାରଣଙ୍କ ସୁବିଧା ଗମନାଗମନ,ଜନସାଧାରଣ ଶାନ୍ତିର ସହ ସୁବିଧାରେ ସମସ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭାଗ କରିବା ସହ ପାର୍କିଂ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଥିପାଇଁ ଜିଲ୍ଲାପ୍ରଶାସନ ରୁଟ ମେପ ଜାରି କରିଛି । କୋରାପୁଟରେ ପରବ -୨୦୨୪ ଉପଲକ୍ଷେ କୋରାପୁଟ ଜିଲ୍ଲାପାଳ କୋରାପୁଟ ସହରର ମ୍ୟୁନିସିପାଲିଟି ଅଞ୍ଚଳରେ ଭାରୀ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶନାମା ପତ୍ର ଜାରି କରିଛନ୍ତି। ପରବ ୨୦୨୪ ଓ ବହୁତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସୁବିଧାରେ ଗମନାଗମନର ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ୧୪/୧୨/୨୪ ତାରିଖ ସକାଳ ୦୬ ଘଣ୍ଟିକାରୁ ୧୮/୧୨/୨୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ବେଳେ ୧୪/୧୨/୨୪ ତାରିଖରୁ ଉପରୋକ୍ତ ନିର୍ଦ୍ଦେଶଗୁଡ଼ିକ କାର୍ଯ୍ୟକାରୀ ହେବ । ନିର୍ଦ୍ଦେଶନାମାନୂଯାୟୀ କୋରାପୁଟକୁ ଆସୁଥିବା ଭାରୀ ସାମଗ୍ରୀ ଯାନ ପାଇଁ ଜୟପୁର (ବାରିନୀପୁଟ) ରୁ ମା ମଙ୍ଗଳା ମନ୍ଦିର ଛକ ପର୍ଯ୍ୟନ୍ତ “ ନୋ ଏଣ୍ଟ୍ରି ” କଡାକଡି ପାଳନ କରାଯିବ । ଏଥିପାଇଁ ଭାରୀ ଯାନଗୁଡିକ ରାନିଗଡା ମାର୍ଗ ଦେଇ ସ୍ଥାନାନ୍ତରିତ କରାଯିବା ସହ ୨୬ ନମ୍ବର ଜାତୀୟ ରାଜପଥ ରେ ଭାରୀ ଯାନବାହାନର ବେଆଇନ ପ୍ରବେଶ ବିରୋଧରେ ଆରଟିଓ, କୋରାପୁଟ ଏବଂ ପୋଲିସ ଦ୍ୱାରା ମିଳିତ କାର୍ଯ୍ୟକାରିତା କରାଯିବ ।ପରବ ୨୦୨୪ର ସୁଗମ କାର୍ଯ୍ୟ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସକାଶେ କୋରାପୁଟ ଜିଲ୍ଲାପାଳଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାର ନକଲ କୋରାପୁଟ ପୋଲିସ ଅଧୀକ୍ଷକଙ୍କ ନିକଟକୁ ପଠାଇଛନ୍ତି ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *