December 20, 2025
Home » ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

0
WhatsApp Image 2025-12-19 at 12.16.24 PM

ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ବର୍ଦ୍ଧିତ…

କଳାହାଣ୍ଡି ଜିଲ୍ଳା ଭବାନୀ ପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡିଶା ଅବସର ପ୍ରାପ୍ତ କର୍ମଚାରୀ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ମୁଖପତ୍ର ‘ସେବା ‘ପତ୍ରିକାର ଶୁଭ ଉନ୍ମୋଚନ ହୋଇଥଲା। ପତ୍ରିକାର ମୁଖ୍ୟ ପୃଷ୍ଟପୋଷକ ଧର୍ମଗଡ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ଶ୍ରୀ ଅଗ୍ରୱାଲଙ୍କ ସ୍ୱର୍ଗୀୟ ପିତା ଗୁରୁ ପ୍ରସାଦ ଅଗ୍ରୱାଲ ଙ୍କ ପ୍ରତିଛବି ପତ୍ରିକାର ମୁଖ୍ୟ ପୃଷ୍ଠାରେ ସ୍ଥାନିତ କରାଯାଇଅଛି।ଧର୍ମଗଡ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଶ୍ରୀ କବିରାଜ ଦୁର୍ଗା ଓ ଉପଦେଷ୍ଟା ଲୋକନାଥ ବେହେରା ଶ୍ରୀ ଅଗ୍ରୱାଲ ଙ୍କୁ ତାଙ୍କ ବାସ ଭବନ ରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରି ତାଙ୍କର ସେବା କାର୍ଯ୍ୟ ଆଗାମୀ ଦିନ ମାନଙ୍କ ରେ ସମାଜ ପ୍ରତି ଆହୁରି ବ୍ୟାପକ ହେଉ ବୋଲି କାମନା କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *