November 19, 2025
Home » ଓଡ଼ିଶା ଅମେଚ୍ୟର୍ ବକ୍ସିଂ ଆସୋସିଏସନ୍ ଓଡ଼ିଶା ୟୁଥ୍ ପୁରୁଷ ଓ ମହିଳା ବକ୍ସିଂ ଦଳର ଗ୍ରେଟର ନୋଇଡା ଯାତ୍ରା

ଓଡ଼ିଶା ଅମେଚ୍ୟର୍ ବକ୍ସିଂ ଆସୋସିଏସନ୍ ଓଡ଼ିଶା ୟୁଥ୍ ପୁରୁଷ ଓ ମହିଳା ବକ୍ସିଂ ଦଳର ଗ୍ରେଟର ନୋଇଡା ଯାତ୍ରା

0
WhatsApp Image 2025-04-18 at 5.49.50 PM

ବ୍ରହ୍ମପୁର : ୨୧/୦୪/୨୦୨୫ ଠାରୁ ୨୭/୦୪/୨୦୨୫ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ର ଗ୍ରେଟର ନୋଇଡା ରେ ଅବସ୍ଥିତ ଗୌତମ ବୁଦ୍ଧ ୟୁନିଭରସିଟି ଠାରେ ୭ମ ପୁରୁଷ ଓ ମହିଳା ଜାତୀୟ ୟୁଥ୍ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶା ର ୧୦ ଜଣ ପୁରୁଷ ବକ୍ସର , ୩ ଜଣ ମହିଳା ବକ୍ସର, ୩ ଜଣ କୋଚ୍, ମ୍ୟାନେଜର ଓ ୧ ଜଣ ରିଫେରୀ ଜଜ୍ ମୋଟ ୧୮ ଜଣିଆ ଦଳ ନୀଳାଚଳ ଏକ୍ସପ୍ରେସ ଯୋଗେ ଆଜି ଅପରାହ୍ନ ରେ ଗ୍ରେଟର ନୋଇଡା ଅଭିମୁଖେ ଯାତ୍ରା ଆରମ୍ଭ କଲେ ବୋଲି OABA ର ସମ୍ପାଦକ ଶ୍ରୀ ଅନିଲ ବୋହିଦାର ଜଣାଇଛନ୍ତି। ପୁରୁଷ ଦଳ ରେ ଶିବ ଆଙ୍କୁଲ, ଚନ୍ଦନ ଥାପା, ମନୋଜ ବେହେରା, ଆଶିଷ ମଲ୍ଲିକ, ଏନ, ତେଜେସ କୁମାର, ଚନ୍ଦ୍ର ଶେଖର ପଣ୍ଡା , ଅଙ୍କୁଶ ସିଂ, ତୁଷାର ତନ୍ତି, ସୋହନ ପାଣ୍ଡବ, ଅଖିଳେଶ ବେହେରା, ତଥା ମହିଳା ବକ୍ସର ରାଜଲକ୍ଷ୍ମୀ ଭୋଳ, ସଜନସିନି ପର୍ଡିଆ, ବିଦ୍ୟା ନାୟକ, କୋଚ୍ ମ୍ୟାନେଜର ଭାବେ ରାଜେଶ ତିର୍କୀ, ଜି,ଯୋଗୀ ନନ୍ଦ, ମସୁଦ୍ ଆଲମ୍, ଏ ,ରିତୁ ରାଓ ତଥା ରେଫରୀ ଜଜ୍ ଭାବେ ସ୍ଥାନୀୟ କୋଚ୍ ତଥା ଅନ୍ତର୍ଜାତୀୟ ବକ୍ସିଂ ରିଫେରୀ ଜଜ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ଏହି ଦଳ ସହ ଯାତ୍ରା କରୁଛନ୍ତି। ଏହି ଦଳ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଶ୍ରୀଯୁକ୍ତ ଆଶୀର୍ବାଦ ବେହେରା, ଶ୍ରୀ ଅଭିଜିତ ପାଳ, ଶ୍ରୀ ଅଶୋକ ସାହୁ, ଶ୍ରୀ ଅଞ୍ଜନ ଦାସ, ଶ୍ରୀ ବିଜୟ ଦାସ, ଶ୍ରୀ କେ,ପ୍ରଭାକର ରାଓ, ଏସନ୍ ନାୟକ, ଶ୍ରୀ ଶିବରାମ ପାତ୍ର,ଶ୍ରୀ ବାବୁ ପାତ୍ର, ଶ୍ରୀ ଲୋଡୁ କିଶୋର ସାହୁ, ଶ୍ରୀ ଆର୍.ଏନ୍ ପାଢ଼ି, ଜେ,କେ ରାଓ, ଶ୍ରୀ ବସନ୍ତ ପାଣଗ୍ରାହୀ, ଶ୍ରୀ ଶରତ ମହାପାତ୍ର, ଶ୍ରୀ ଉପେନ୍ଦ୍ର ପଟ୍ଟନାୟକ ଏଵଂ ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ତଥା ବହୁତ୍ ବକ୍ସର ଓ କ୍ରୀଡ଼ା ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *