November 13, 2025
Home » ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ବିଦ୍ୟାଳୟ ପରିଚାଳନା ଓ ବିକାଶ ସମିତିର ସଭା (VMDC) ଅନୁଷ୍ଠିତ l

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ବିଦ୍ୟାଳୟ ପରିଚାଳନା ଓ ବିକାଶ ସମିତିର ସଭା (VMDC) ଅନୁଷ୍ଠିତ l

0
WhatsApp Image 2025-10-14 at 1.44.18 PM

 

ସୁବର୍ଣ୍ଣପୁର– ମଙ୍ଗଳବାର ଦିନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରଥପୁରରେ ଅଧ୍ୟକ୍ଷଙ୍କ କକ୍ଷରେ ୬ଷ୍ଠ ବିଦ୍ୟାଳୟ ପରିଚାଳନା ଓ ବିକାଶ ସମିତିର ସଭା (VMDC) ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ବିଦ୍ୟାଳୟର ସଭାଧ୍ୟକ୍ଷ ଡ଼ଃ.ନୃପରାଜ ସାହୁଙ୍କ ସକ୍ରିୟ ଯୋଗଦାନ ରହିଥିଲା। ବିଦ୍ୟାଳୟ ପରିଚାଳନା ଓ ବିକାଶ ସମିତିର ସଭ୍ୟ ଯଥା- ଡ଼ଃ.ପ୍ରଫୁଲ୍ଲ ରଥ, ଇନ୍ଦ୍ରଜିତ ପରୁଆ, ସନ୍ତୋଷିନୀ ନାୟକ , ନିରଞ୍ଜନ ଦାସ, ଡ଼ଃ. ସରୋଜ କୁମାର ପାଣିଗ୍ରାହୀ, ଶତୃଘ୍ନ ସିଂ, CRCC ଦିଗାମ୍ବର ଶତପଥି ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ଉନ୍ନତି ସକାଶେ ବିଭିନ୍ନ ବିଷୟ ରେ ଟିକିନିଖି ଆଲୋଚନା କରିଥିଲେ। ଅତିଥି ପରିଚୟ ଓ ସ୍ବାଗତ ଭାଷଣ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନରେନ୍ଦ୍ର କୁମାର ବାରିକ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଜଳଦେବ ବେରିହାଙ୍କ ସ୍ବରଚିତ ପୁସ୍ତକ ” କାନଭାସର ପ୍ରଥମ ଗାର” ଜିଲ୍ଲାପାଳଙ୍କୁ ଉପହାର ଦେଇଥିଲେ ଓ ଏକାଦଶ ଶ୍ରେଣୀର ଛାତ୍ରୀ ସ୍ମାଇଲ ପ୍ରିୟଦର୍ଶିନୀ ସ୍ବ-ଅଙ୍କିତ ଜିଲ୍ଳାପାଳଙ୍କ ଏକ ପ୍ରତିଛବି ତାଙ୍କୁ ଭେଟି ଦେଇଥିଲେ। ଉକ୍ତ ସଭାରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର କାର୍ଯ୍ୟ ଶିଘ୍ର ଆରମ୍ଭ ପାଇଁ ସଂମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟରେ ପାଣିର ସୁବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ଗୃହ ପାଇଁ ସଂମ୍ପୃକ୍ତ ଅଧିକାରୀଙ୍କୁ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଜଣାଇଥିଲେ l ବାଇସାଇକେଲ ଓ ମଟର ସାଇକେଲ ଷ୍ଟାନ୍ ଶିଘ୍ର କରିବାକୁ ନିଷ୍ପତ୍ତି ହୋଇଥିଲା । ଶେଷରେ ବିଦ୍ୟାଳୟର ଇଂରାଜୀ ଶିକ୍ଷୟିତ୍ରୀ ଶାଶ୍ବତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାର ସଫଳ ରୂପାୟନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହ ଛାତ୍ରଛାତ୍ରୀ ଓ ଚତୁର୍ଥ କର୍ମଚାରୀ ସହଯୋଗ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *