December 21, 2025
Home » ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଯୁକ୍ତ ଦୁଇ ବିଜ୍ଞାନ ରେ ବ୍ଲକ ଟପ୍ପର ହେଲେ ପ୍ରଦ୍ୟୁମ୍ନ ଦାସ l

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଯୁକ୍ତ ଦୁଇ ବିଜ୍ଞାନ ରେ ବ୍ଲକ ଟପ୍ପର ହେଲେ ପ୍ରଦ୍ୟୁମ୍ନ ଦାସ l

0
WhatsApp Image 2025-05-14 at 1.54.04 PM

ସୁବର୍ଣ୍ଣପୁର— ଚଳିତ ବର୍ଷ ୨୦୨୪/୨୦୨୫ ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୁକ୍ତ ଦୁଇ ସି ବି ଏସ ଇ ବିଜ୍ଞାନ ବିଭାଗ ପରୀକ୍ଷା ରେ ୯୨.୬ ପ୍ରତିଶତ ମାର୍କ ରଖି ପ୍ରଦ୍ୟୁମ୍ନ ଦାସ ହେଲେ ତରଭା ବ୍ଲକ ଟପ୍ପର l ଶ୍ରୀମାନ ଦାଶ ତରଭା ଶ୍ରୀହରି ବିଦ୍ୟାଳୟ ଠାରେ ଏଲ କେ ଜି ରୁ କ୍ଲାସ ଫିଫଥ ଯାଏ ଓ କ୍ଲାସ ସିକ୍ସଥ ରୁ ଦଶମ ଶ୍ରେଣୀ ଯାଏ ସବୁବେଳେ ବ୍ଳକ୍ ଲେବେଲ ରେ ଟପ୍ପର ହୋଇ ଆସିଥିବା ଖବର ମିଳିଛି l ତରଭା ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସନ୍ତୋଷିନୀ ମାହାଣା ଓ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ଦାସ ଙ୍କ ସୁପୁତ୍ର ଅଟନ୍ତି l ଶ୍ରୀମାନ ଦାସ ଆଗକୁ ” ଆଇଜର ” ଗବେଷଣା କ୍ଷେତ୍ର ରେ ଶିକ୍ଷାଲାଭ କରିବା ଲକ୍ଷ୍ୟ ରଖିଥିବା ବିଷୟ ପ୍ରକାଶ କରିଥିବା ବେଳେ ଏହି ସଫଳତା ଖବର ପରେ ତାଙ୍କୁ ସାରା ଜିଲ୍ଲା ରୁ ଶୁଭେଚ୍ଛା ର ସୁଅ ଛୁଟୁଥିବା ଜଣା ଯାଇଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *