July 5, 2025
Home » ଓଡ଼ିଶା ଜଳ ବିଦ୍ୟୁତ ନିଗମର ୩୦ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ଜଳ ବିଦ୍ୟୁତ ନିଗମର ୩୦ତମ ପ୍ରତିଷ୍ଠା ଦିବସ ପାଳିତ

0
WhatsApp Image 2025-04-22 at 7.02.33 AM

ଭୁବନେଶ୍ୱର : ଓଡ଼ିଶା ଜଳ ବିଦ୍ୟୁତ ନିଗମର ୩୦ତମ ପ୍ରତିଷ୍ଠା ଦିବସ ଆଜି ଭୁବନେଶ୍ଵର ସ୍ଥିତଆଇଏମଏମଟି ପ୍ରେକ୍ଷାଳୟରେ ମହାଆଡମ୍ବରରେ ପାଳିତ ହୋଇଯାଇଛି | | ଓଡ଼ିଶା ବିଦ୍ଯୁତ ନିୟାମକ ଆୟୋଗରସମ୍ମାନନୀୟ ଅଧ୍ୟକ୍ଷ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ଏହିଉତ୍ସବରେ ମୁଖ୍ୟ ଅତିଥ୍‌ ଭାବରେ ଯୋଗ ଦେଇ ଉପସ୍ଥିତ ଓଏଚପିସି ପରିବାରର ସଦସ୍ଯ ଏବଂ ସେମାନଙ୍କରପରିବାରବର୍ଗଙ୍କୁ ଉତ୍ସାହିତ କରିଥିଲେ | ଓଡ଼ିଶା ସରକାରଙ୍କ ଶକ୍ତି ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ଯାବିଭାଗର ପ୍ରମୁଖ ଶାସନ ଶାସନ ସଚିବ ଏବଂ ଏବଂ ଓଡ଼ିଶା ଜଳ ବିଦ୍ୟୁତ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ତପ୍ରଶାସନିକ ସେବା ଅଧୁକାରୀ ଶ୍ରୀଯୁକ୍ତ ବିଶାଲ କୁମାର ଦେବ ଏହି ଉତ୍ସବରେ ପୌରାହିତ୍ୟ କରିଥିଲେ |ଅନ୍ଯମାନ ଅନଙ୍କ ମଧ୍ୟରେ ଓଏଚପିସିର ବିତ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଣବ କୁମାର ମହାନ୍ତି, ଭାରପ୍ରାପ୍ତ ପରିଚାଳନାନିର୍ଦ୍ଦେଶକ ଶ୍ରୀଯୁକ୍ତ ଅମୀୟ କୁମାର ମହାନ୍ତି ଏବଂ ମାନବ ସମ୍ବଳ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ଦୀପ ପଟ୍ଟନା ନାୟକ ପ୍ରମୁଖ ଏହିଅବସରରେ ଉପସ୍ଥିତ ଥିଲେ |

ଓଏଚପିସିର ବିତ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଣବ କୁମାର ମହାନ୍ତି ସ୍ବାଗତ ସମ୍ଭାଷଣପ୍ରଦାନ କରିଥିଲେ | ମୁଖ୍ୟ ଅତିଥ୍ ଏବଂ ଅନ୍ୟ ଅତିଥ୍‌ମାନେ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବର ଶୁଭାରମ୍ଭ କରିବାସହିତ ସମେବେତ ଦର୍ଶକଙ୍କୁ ସମ୍ବୋଧୂତ କରିଥିଲେ |୦୨୪-୨୫ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଓଡ଼ିଶା ଜଳ ବିଦ୍ୟୁତ ନିଗମରବିଭିନ୍ନ ୟୁନିଟକୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା | ଶ୍ରେଷ୍ଠ ପ୍ରଦର୍ଶନକାରୀ ୟୁନିଟ ଭାବେ ବାରିଣୀପୁଟସ୍ଥିତ ଉପର କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପକୁ ପୁରସ୍କୃତ କରାଯାଇଥିବା ବେଳେ ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନକାରୀ ୟୁନିଟଭାବରେ ମୂଖ୍ଗୁଡା ସ୍ଥିତ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପକୁ ସମ୍ମାନୀତ କରାଯାଇଥୁଲା | ଆହୁରି ମଧ୍ୟ ଶ୍ରେଷ୍ଠହାଉସ କିପିଙ୍ଗ ୟୁନିଟ ଭାବେ ରେଙ୍ଗାଲି ସ୍ଥିତ ରେଙ୍ଗାଲି ଜଳ ବିଦ୍ୟୁତ ପ୍ରକଳ୍ପକୁ ପୁରସ୍କୃତ କରାଯାଇଥିଲା |ଓଏଚପିସି ପକ୍ଷରୁ ମାନବ ସମ୍ବଳ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀମତୀ ଅନିମା ତ୍ରିପାଠୀ ଧନ୍ୟବାଦ ଅର୍ପଣକରିଥିଲେ |ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍ସବ ରଙ୍ଗାୟିତ ହୋଇଥିଲା | ଶାସ୍ତ୍ରୀୟ ସଂଗୀତଜ୍ଞ ଶ୍ରୀଯୁକ୍ତଲକ୍ଷ୍ମୀକାନ୍ତ ପାଲିତ ଏବଂ ତାଙ୍କ ଦଳ ଦ୍ବାରା ସର୍ବେ ସଙ୍ଗ ଶୀର୍ଷକ ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲାପରିଶେଷରେ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ ପକ୍ଷରୁ ଏକ ଓଡ଼ିଶୀ ନୃତ୍ୟ ନାଟକ ଅନନ୍ୟ ଓଡ଼ିଶା ପରିବେଷଣକରାଯାଇଥିଲା | ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ ଦ୍ବାରା ପରିବେଷିତ ଓଡ଼ିଶୀ ନୃତ୍ୟ ନାଟକ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥୁଲା |

Leave a Reply

Your email address will not be published. Required fields are marked *