November 28, 2025
Home » ଓଡ଼ିଶା-ଜାପାନ ସାଂସ୍କୃତିକ ବିଚିତ୍ରାରେ ମୁଗ୍ଧ ଦର୍ଶକ

ଓଡ଼ିଶା-ଜାପାନ ସାଂସ୍କୃତିକ ବିଚିତ୍ରାରେ ମୁଗ୍ଧ ଦର୍ଶକ

0
WhatsApp Image 2025-02-09 at 8.49.17 PM (1)

ପୁରୀ : ଓଡିଶା ଓ ଜାପାନୀ କଳାକାରଙ୍କ ସାଂସ୍କୃତିକ ବିଚିତ୍ରା ଓ ବିବିଧତାରେ ମନ୍ତ୍ର ମୁଗ୍ଧ ହୋଇଉଠିଥିଲେ ଦର୍ଶକ। ସମଗ୍ର ତାଳବଣିଆ ରେ ଗୁଞ୍ଜୁରି ଉଠିଥିଲା ତୁହାକୁ ତୁହା କରତାଳି।ଆଜି ସଂଧ୍ୟାରେ ତାଳବଣିଆ ପାର୍କିଂ ସ୍ଥଳ ଠାରେ ଓଡିଶା ଜାପାନ ସାଂସ୍କୃତିକ କଳାକାର ମାନଙ୍କ ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ଓଡ଼ିଆ-ଜାପାନ ମହୋତ୍ସବ। ଏଥିରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଆଇ ଆଇ ସି ସୁନିଲ ପ୍ରଧାନ ପ୍ରମୁଖ ଯୋଗ ଦେଇ ଏହି ପର୍ବ ଭାରତ-ଜାପାନ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ସହ ଦୁଇଦେଶ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବାରେ ସହାୟକ ହୋଇଛି।

ଶ୍ରୀଜଗନ୍ନାଥ ସଂସ୍କୃତିକୁ ଜାପାନ ରେ ଅଧିକ ପ୍ରଚାର ପ୍ରସାର ସହ ଦୁଇ ଦେଶର କଳାକାରଙ୍କ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ଏହି ମହୋତ୍ସବ ମାଧ୍ୟମରେ ଅଧିକ ଋଦ୍ଧିମନ୍ତ ହୋଇ ପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।ଓଡ଼ିଶା-ଜାପାନ ପର୍ବର ସଫଳତା କାମନା କରିବା ସହ ସମସ୍ତ ସଦସ୍ୟ ଓ କଳାକାର ମାନଙ୍କୁ ଅତିଥି ମାନେ ଶୁଭେଚ୍ଛା ଜଣାଇଥିଲେ।ଜାପାନର ବିଶିଷ୍ଟ କଳାକାର ରୀନା ନାକାନୋ,କାନ ମିଜୁଓଛୁ,ଏଇକୋ ଓନୋ,ରାମ ତାମାକି, ଆକିଏ, ରୀକା ୟାନୋ,ମାମିକୋ ସିବୁକି, ଓଡ଼ିଆ କଳାକାର ଗୁରୁ ରୋଜାଲିନ ମହାନ୍ତି, ବିଶ୍ବବନ୍ଧୁ ଦାସ,ସୁଶ୍ରୀ ଦିବ୍ୟ ଜ୍ୟୋତି ନନ୍ଦ, ଶିବ ସୁନ୍ଦର ମିଶ୍ର, ଶାଶ୍ବତୀ ଦାସ ପ୍ରମୁଖ ଭାରତୀୟ ଓ ଜାପାନୀ ନୃତ୍ୟ ଓ ସଂଗୀତ ର ସାଂସ୍କୃତିକ ବିବିଧତା କୁ ଋଦ୍ଧିମନ୍ତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରକୃତିବନ୍ଧୁ ବଦ୍ରି ମିଶ୍ର,ରାମ ପ୍ରକାଶ ସେନାପତି ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟାପକ ବିଶ୍ଵନାଥ ମିଶ୍ର ଏଥିରେ ସଂଯୋଜନାରେ କରିଥିଲେ। ଏହି ଅବସରରେ , ନୃତ୍ୟ ପାଇଁ ରୋଜାଲିନ ମହାନ୍ତି, କଣ୍ଠସଂଗୀତ ପାଇଁ ଶାଶ୍ଵତୀ ଦାଶ ଓ ଦିବ୍ୟଜ୍ୟୋତି ନନ୍ଦ, ବାଦ୍ୟ ଯନ୍ତ୍ର ପାଇଁ ଲିଙ୍ଗରାଜ ଦାସ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।ଜାପାନ ତରଫରୁ ଆୟୋଜିତ ଷ୍ଟଲକୁ ଅତିଥି ମାନେ ପରିଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *