ଓଡ଼ିଶା ଜୀବିକା ମିଶନ ଇସି ସଂଘ ର ବିକ୍ଷୋଭ

ତିର୍ତୋଲ /ଜଗତସିଂହପୁର: ଓଡ଼ିଶା ଜୀବିକା ମିଶନ ଇ ସି ସଙ୍ଘ ତିର୍ତ୍ତୋଲ ବ୍ଲକ ଶାଖା ପକ୍ଷରୁ ୬ ଦଫା ଦାବୀରେ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏହି ବିକ୍ଷୋଭ ପ୍ରଦର୍ଶନରେ ସଙ୍ଘ ସଭାନେତ୍ରୀ ଶିବାନୀ ବାରିକ,ସମ୍ପାଦିକା ଝୁନିବାଳା ଦାସ, କବିତା ମିଶ୍ର, ଆଶଳତ ମଲ୍ଲିକ, ସବିତା ଦାସଙ୍କ ସମେତ ବହୁ ସଂଖ୍ୟାରେ ସଙ୍ଘ ର ସଦସ୍ୟା ମାନେ ସାମିଲ ହୋଇ ଗତମାସ ୮ ତାରିଖରେ ସରକାରଙ୍କ ପକ୍ଷ ରୁ ଜାରି ହୋଇଥିବା ପଞ୍ଚାୟତ ସ୍ତରୀୟ ଜିପିଏଲଫ ଇସୀ ସଂଘ ପୁନର୍ଗଠନ ନିଷ୍ପତ୍ତିର ପ୍ରତ୍ୟାହାର ଓ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ତରଫରୁ ଜାରି କରାଯାଇଥିବା ନୂଆ ଗାଇଡ ଲାଇନର ପ୍ରତ୍ୟାହାର ଦାବୀ ସମେତ ସାମାଜିକ ନିରାପତ୍ତା, କାର୍ଯ୍ୟକାଳ ସମୟ ସୀମା ବୃଦ୍ଧି ଆଦି ୬ ଦପା ଦାବୀ କରାଯାଇଥିଲା l ପରେ ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଲକ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।