July 5, 2025
Home » ଓଡ଼ିଶା ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କଲେ କୋରାପୁଟ ପରବ ୨୦୨୪

ଓଡ଼ିଶା ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କଲେ କୋରାପୁଟ ପରବ ୨୦୨୪

0
WhatsApp Image 2024-12-14 at 4.51.16 PM

ଆଜିଠାରୁ ପରବ ୨୦୨୪ ଆରମ୍ଭ ହୋଇଯାଇଛି । ଏହାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମାଳରେ ଉଦ୍ଘାଟିତ ହୋଇଯାଇଛି । ଏଥିପାଇଁ ଶନିବାର ୧୪/୧୨/୨୪ ତାରିଖ ସକାଳେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ୍ କୋରାପୁଟ ଅଧିଷ୍ଠାତ୍ରୀ ଦେବୀ ମାଆ ମୂତ୍ୟାଲାମ୍ମାଙ୍କ ନିକଟରେ ପରବ କମିଟି ସଭ୍ୟ ,ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଯାଇ ପୂଜାର୍ଚ୍ଚନା,ଆଳତି ଦେଇ ପରବ ୨୦୨୪’ର ଭଲ ଭାବେ ସମାପନ ପାଇଁ ମାଆ ଙ୍କ ନିକଟରେ ଆଶୀର୍ବାଦ ନେଇଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଗହଳି ଭିଡ଼କୁ ଦୃଷ୍ଟିରେ ରଖି ୦୩ ଏଏସପି,୦୫ ଡିଏସପି ,୧୪୦ ବରିଷ୍ଠ ପୋଲିସ ଅଧିକାରୀ ସହ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିବା ସହ ଜନସାଧାରଣ ସୁବିଧାରେ ପରବ ଦେଖି ଭଲରେ ଘରକୁ ଯାଇପାରିବେ ସେଥି ପାଇଁ ସହରରେ ପୋଲିସ ପ୍ରଶାସନ ପକ୍ଷରୁ ରୁଟ ମେପ ଜାରି ଜରି ବ୍ୟାପକ ବ୍ୟବସ୍ଥା କରାଯାଇଛି । ତିନୋଟି ସାଇଡରୁ ଭାରିଯନ୍ ପରିବହନ ଗମନାଗମନ ବାରଣ କରାଯାଇଛି ।

ତାହା ହେଲା ସୁନାବେଡ଼ାରୁ ଆସୁଥିବା,ଜୟପୁରରୁ ଆସୁଥିବା ସହ ଆଉ ଏକ ରାସ୍ତା ଦେଇ ଆଜି ଠାରୁ ୧୮ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଭାରି ଯାନ ନିଷେଧ କରାଯାଇଛି । ଚଳିତ ବର୍ଷ ଜାତୀୟ ରାଜପଥ ପାର୍ଶ୍ୱର ରଙ୍ଗବାଲି କୁମ୍ବା ଗାଁ ନିକଟରେ ନିଜସ୍ଵ ପଡିଆ ଠାରେ ପରବ ୨୦୨୪ ମହା ଆଡମ୍ବର ସହକାରେ ପାଳନ କରିବା । ଆଜି ଅପରାହ୍ନ ୪.୩୦ ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜୟପୁର ବିମାନ ବନ୍ଦର ପହଞ୍ଚି ଜୟପୁରରୁ ରାସ୍ତା ଦେଇ କୋରାପୁଟ ପହଞ୍ଚି ୫ ଘଣ୍ଟିକ ସମୟରେ ସର୍କିଟ ହାଉସରୁ ରୋଡ ସୋ ରେ ବାହାରି ତାପରେ ୬.୧୫ ରେ ଜାତୀୟ ସ୍ତରୀୟ ଆଦିବାସୀ ସାଂସ୍କୃତିକ ମୋହସ୍ଚବ ପରବ ୨୦୨୪ କୁ ଉଦଘାଟନ କରି ୬.୩୦ ରୁ ୯.୩୦ ପର୍ଯ୍ୟନ୍ତ ଆୟୋଜିତ ପ୍ରଥମ ଦିବସର ପରବ କାର୍ଯ୍ୟକ୍ରମରେ ଆଂଶଗ୍ରଣ କରିବେ । ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରବ ମହୋତ୍ସବ ରେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ଜିଲ୍ଲାର ବିଭିନ୍ନ ଜନଜାତିଙ୍କ ସଂସ୍କୃତିକ କାର୍ଯ୍ୟକ୍ରମ ସହ କଳାକୃତି,ନାଚଗୀତରେ ମଞ୍ଚ ଦୁଲିକିବ। ଏହାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ସମସ୍ତ ଅତିଥିଙ୍କ ସମେତ ଆସିଥିବା ସମସ୍ତ ଦର୍ଶକ ଖୁବ୍ ଉପଭାଗ କରିବେ । ପ୍ରଥମ ଦିନର ୧୪ ଡ଼ିସେମ୍ବର ୨୦୨୪ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା, ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା, ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକା ମାନ୍ୟବର ସାଂସଦ, କୋରାପୁଟ ,ଶ୍ରୀଯୁକ୍ତ ଇ. ବଳଭଦ୍ର ମାଝି ମାନ୍ୟବର ସାଂସଦ, ନବରଙ୍ଗପୁର ,ଶ୍ରୀଯୁକ୍ତ ରଘୁରାମ ମାଛ ମାନ୍ୟବର ବିଧାୟକ,କୋରାପୁଟ,ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି ମାନ୍ୟବର ବିଧାୟକ, ଜୟପୁର,ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ ମାନ୍ୟବର ବିଧାୟକ, ପଟ୍ଟାଙ୍ଗି, ଶ୍ରୀଯୁକ୍ତ ରୁପୁ ଭତ୍ରା ମାନ୍ୟବର ବିଧାୟକ, କୋଟପାଡ଼, ଶ୍ରୀଯୁକ୍ତ ପବିତ୍ର ସାଉନ୍ନା ମାନ୍ୟବର ବିଧାୟକ, ଲକ୍ଷ୍ମୀପୁର ,ସୁଶ୍ରୀ ଶସ୍ମିତା ମେଲେକା ମାନ୍ୟବର ଅଧ୍ୟକ୍ଷା, ଜିଲ୍ଲା ପରିଷଦ, କୋରାପୁଟ ,ଶ୍ରୀଯୁକ୍ତ ନୀତି ଶେଖର, ଭା.ପୋ.ସେ. ଉପ ଆରକ୍ଷୀ ମହାନିରୀକ୍ଷକ, ଦକ୍ଷିଣ ପଶ୍ଚିମାଞ୍ଚଳ,,ଶ୍ରୀଯୁକ୍ତ ୱ କୀର୍ଭି ୱାସନ, ଭା. ପ୍ର. ସେ.ଜିଲ୍ଲାପାଳ ଏବଂ ଜିଲ୍ଲାମାଜିଷ୍ଟ୍ରେଟ, କୋରାପୁଟ,ଶ୍ରୀଯୁକ୍ତ ରୋହିତ ବର୍ମା, ଭା.ପୋ.ସେ, ଆରକ୍ଷୀ ଅଧୀକ୍ଷକ, କୋରାପୁଟ ଯୋଗ ଦେବେ । ୧୪ ଡ଼ିସେମ୍ବର ଆଜିର ପ୍ରଥମ ଦିବସର ମୁଖ୍ୟ ସମାରୋହ କାର୍ଯ୍ୟକ୍ରମରେ ଢେମସା ନୃତ୍ୟ (ଦୁରୁଆ),ଓଡିଶୀ ନୃତ୍ୟ, ,ଘୁଡ଼କା,ଘୁମୁରା,ଢେମସା ନୃତ୍ୟ,କଲାରୀ ପାଇଟୁ,ସାନ୍ତାଳୀ ଆସାମୀ ବାଗୁରୁମ୍ଭା ସହ ବିଶେଷ ଆକର୍ଷଣ ଅଭିଜିତ୍ ମଜୁମଦାର ଏବଂ ଦୀପ୍ତି ରେଖାଙ୍କ ଦ୍ବାରା ଅର୍କେଷ୍ଟ୍ରା ପରିବେଶକୁ ଦର୍ଶକ ଖୁବ୍ ଉପଭାଗ କରିବେ ।

ରିପୋର୍ଟ;କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *