ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ଵାରା ବୋରିଗୁମ୍ମାକୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷିତ

ଅଞ୍ଚଳବାସୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇ ଖୁସିରେ ବାଣ ଫୁଟାଇ ଓ ପରସ୍ପର ମଧ୍ୟରେ ମିଠା ବାଣ୍ଟିଲେ
ଓଡ଼ିଶା ସରକାର ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ପାଳନ ଅବସରରେ ସାତଟି ସହରର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)କୁ ପୌରପାଳିକାକୁ ଉନ୍ନୀତ କରିଥିବା ବେଳେ ୧୬ଟି ନୂତନ ଏନଏସି ଗଠନ କରିଛନ୍ତି,ଯେଉଁଥିରେ କି ବୋରିଗୁମ୍ମାକୁ ନୂତନ ଏନଏସି ତାଲିକାରେ ଅନ୍ତର୍ଭୁକ୍ତ ।
ଏହି ଅବସରରେ ଜୟପୁରରେ କଂଗ୍ରେସ ନେତା ଓ କର୍ମୀମାନେ ଜୟପୁର ସହରର ଜିଲ୍ଲା କଂଗ୍ରେସ ଭବନ ସମ୍ମୁଖରେ ବାଣ ଫୁଟାଇ ମିଠା ବଣ୍ଟନ କରି ଏହି ବିଜୟ ଉତ୍ସବ ପାଳନ କରିଥିବାବେଳେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହାକୁ ବୋରିଗୁମାବାସୀଙ୍କ ଆନ୍ଦୋଳନ ଏବଂ ଦାବିକୁ ରାଜ୍ୟ ସରକାର ପୁରଣ କରିଥିବାରୁ ମୋହନ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ବୋରିଗୁମା ଆନ୍ଦୋଳନର ବିଜୟ କହି ବୋରିଗୁମାବାସୀଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରକାଶ ଥାଉ କି ଯେ ,ରାଜ୍ୟ ସରକାରଙ୍କ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଘୋଷଣାର ପ୍ରଥମ ପର୍ଯ୍ୟାୟ ତାଲିକାରେ ୨୫,୦୦୦ ଜନସଂଖ୍ୟା ବିଶିଷ୍ଟ ବୋରିଗୁମ୍ମା ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇ ନଥିଲା, ଯାହା ପୂର୍ବ ବିଜେଡି ସରକାର କରିଥିଲେ। ବୋରିଗୁମ୍ମା ନାଗରିକ ମଞ୍ଚ ନେତୃତ୍ୱରେ ବାସିନ୍ଦାଙ୍କ ଦାବିକୁ ସମର୍ଥନ କରି, ବିଜେଡି ଏବଂ କଂଗ୍ରେସ ଦଳଗୁଡ଼ିକ ତୁରନ୍ତ ବୋରିଗୁମ୍ମାକୁ ନୂତନ ଏନଏସି ଘୋଷଣା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ