July 1, 2025
Home » ଓଡିଆ ପକ୍ଷରେ ପାଳନ ହେଲା ଓଡିଆ ନବ ବର୍ଷ ୨୦୨୫

ଓଡିଆ ପକ୍ଷରେ ପାଳନ ହେଲା ଓଡିଆ ନବ ବର୍ଷ ୨୦୨୫

0
WhatsApp Image 2025-04-14 at 6.43.02 PM

ମାଲକାନଗିରି ଜିଲ୍ଳା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନବବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ସଂସ୍କୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପୌର ପରିଷଦ ଉପାଧ୍ୟକ୍ଷ କବିତା ମହନ୍ତ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁ ଏବଂ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଉପସ୍ଥିତ ଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଓଡ଼ିଆ ପକ୍ଷ ପାଳନର ଅନ୍ତିମ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଓଡିଆ ନବ ବର୍ଷ ଆମ ସଂସ୍କୃତି, ପରମ୍ପରାର ଅନନ୍ୟ ବିଭବ। ସ୍ୱାଭିମାନୀ ଓଡ଼ିଆ ଭାବେ ଓଡ଼ିଆ ନବବର୍ଷକୁ ସମସ୍ତେ ମହା ଆଡ଼ମ୍ବର ସହକାରେ ପାଳନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆମ ଓଡିଆ ଘରର ପରମ୍ପରାକୁ ବଞ୍ଚାଇ ରଖିବାରେ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ପୌର ପରିଷଦ ଉପାଧ୍ୟକ୍ଷ କହିଛନ୍ତି ଯେ ମହିଳା ସଶକ୍ତିକରଣ ଅନନ୍ୟ ନିଦର୍ଶନ ହେଉଛି ଏହି କାର୍ଯ୍ୟକ୍ରମ ଯେଉଁଥିରେ ମାଆ ମାନେ ନିଜ ଭିତରେ ଲୁଚି ରହିଥିବା ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇଛନ୍ତି। ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଲିଙ୍ଗରାଜ ପାଳ ପରିଚାଳନା କରିଥିଲେ। ମହିଳା ମାନଙ୍କ ମଧ୍ୟରେ ପାରମ୍ପରିକ ଓଡ଼ିଆ ଝୋଟି ଚିତା ମୁରୁଜ, ହୁଳହୁଳି ଓ ପିଠାପଣା ପ୍ରତିଯୋଗୀତା ଆୟୋଜନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି। ପୌର ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରିଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *