July 1, 2025
Home » ଓଡିଶା ତଥା ଦେଶର ପ୍ରଗତିରେ ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାର ର ଗୁରୁତ୍ୱପୂର୍ଣ୍ଣ ଭୂମିକା : ଆତ୍ମନିର୍ଭର ଭାରତ ଅନ୍ତର୍ଗତ ନବୀକରଣ କୁ ପ୍ରୋତ୍ସାହନ

ଓଡିଶା ତଥା ଦେଶର ପ୍ରଗତିରେ ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାର ର ଗୁରୁତ୍ୱପୂର୍ଣ୍ଣ ଭୂମିକା : ଆତ୍ମନିର୍ଭର ଭାରତ ଅନ୍ତର୍ଗତ ନବୀକରଣ କୁ ପ୍ରୋତ୍ସାହନ

0
WhatsApp Image 2025-06-14 at 9.21.50 AM

ପାରାଦୀପ – ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ (ଆଇଓସିଏଲ) ପାରାଦୀପ ରେ ପ୍ରାୟ ୪୩,୩୫୯ କୋଟି ଟଙ୍କାର ପୁଞ୍ଜି ନିବେଶ କରିଛି, ଯେଉଁଥିରେ ଏହାର ଅତ୍ୟାଧୁନିକ ରିଫାଇନରୀ ୟୁନିଟ୍ (୩୪,୫୫୫ କୋଟି ଟଙ୍କା), ପଲିପ୍ରୋପିଲିନ୍ ପ୍ଲାଣ୍ଟ (୩,୧୫୦ କୋଟି ) ଏବଂ ମୋନୋ ଇଥୁଲିନ୍‌ ଗ୍ଲାଇକୋଲ ପ୍ଲାଣ୍ଟ (୫,୬୫୪ କୋଟି ଟଙ୍କା) ଅନ୍ତର୍ଭୁକ୍ତ । ଏହା ସହିତ, ପେଟ୍ରୋକେମିକାଲ୍ କ୍ଷେତ୍ରରେ ଇଣ୍ଡିଆନ୍ ଅଏଲ୍, ପାରାପରେ ଚାଲିଥିବା ପିଏକ୍ସ-ପିଟିଏ ପ୍ରକଳ୍ପରେ ୧୩, ୮o୫ କାଟି ଟଙ୍କା ପୁଞ୍ଜିନିବେଶ କରିଛି I ଓଡ଼ିଶାର ବୟନ ଶିଳ୍ପ କ୍ଷେତ୍ରକୁ ସହଯୋଗ କରିବା ପାଇଁ ଭଦ୍ରକ ଟେକ୍ସଟାଇଲ୍ ପାର୍କ ପ୍ରକଳ୍ପରେ ପ୍ରାୟ ୪,୩୮୨ କୋଟି ଟଙ୍କା ନିବେଶ କରାଯିବା ପାଇଁ ଯୋଜନା ରହିଛି I ଆଗାମୀ ପାରାଦୀପ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ପ୍ରକଳ୍ପ ରେ ପ୍ରସ୍ତାବିତ ୬୧,୦୭୭ କୋଟି ଟଙ୍କାର ନିବେଶ ସହ ଓଡ଼ିଶାରେ ଶିଳ୍ପ ଓ ନିଯୁକ୍ତି ବୃଦ୍ଧି କରିବ l ଏହି ନିବେଶ ଗୁଡିକ ପାରାଦୀପକୁ ଏକ ସମନ୍ବିତ ଉର୍ଜା ଏବଂ ପେଟ୍ରୋକେମିକାଲ ହବ୍‌ ଭାବେ ବିକଶିତ କରିବା ପାଇଁ ଇଣ୍ଡିଆନ୍ ଅଏଲ୍‌ ର ରଣନୈତିକ ଦୃଷ୍ଟିକୋଣକୁ ଦର୍ଶାଉଛି । ଏହା ଭାରତ ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ପଦକ୍ଷେପ ଅଧୀନରେ ନବୀକରଣକୁ ପ୍ରୋତ୍ସାହନ, ଆତ୍ମନିର୍ଭରତା ବୃଦ୍ଧି ଏବଂ ସ୍ବଚ୍ଛ, ନିରନ୍ତର ଭବିଷ୍ୟତ ପାଇଁ ଜାତୀୟ ଉର୍ଜା ପରିବର୍ତ୍ତନକୁ ଆଗେଇ ନେବାରେ କର୍ପୋରେସନର ଦୃଢ଼ ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି। ଏଥିସହ ପାରାଦୀପ ତୈଳ ବିଶୋଧନାଗାର ର ବିକାଶ, ପରିଚାଳନା ଏବଂ ୧୫ ହଜାରରୁ ଅଧିକ ଜୀବିକା ନିର୍ବାହକୁ ପ୍ରତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସହାୟକ ହେବ, ଯେଉଁଥିରେ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ, ଠିକାଦାର ଏବଂ ଯୋଗାଣ ଶୃଙ୍ଖଳା ଅଂଶୀଦାର ମାନେ ଅନ୍ତର୍ଭୁକ୍ତ ରହିବେ। ଇଣ୍ଡିଆନଅଏଲ୍ ସ୍ଥାନୀୟ ଦକ୍ଷତା ବିକାଶ ଏବଂ କ୍ଷମତା-ନିର୍ମାଣ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ଯ ସମର୍ଥନ କରିଥାଏ, ଯାହା ନିକଟବର୍ତ୍ତୀ ସମୁଦାୟ ଗୁଡ଼ିକରେ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିଛି l
୨୦୨୪-୨୫ ଆର୍ଥିକ ବର୍ଷରେ, ପାରାଦୀପ ତୈଳ ବିଶୋଧନାଗାର ବିଭିନ୍ନ ଶୁଳ୍କ, ଟିକସ ଓ ଅନ୍ୟାନ୍ୟ ଦେୟ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରାଜକୋଷକୁ ୨୫,୬୯୯ କୋଟି ଟଙ୍କାରୁ ଉର୍ଦ୍ଧ ଅଂଶଦାନ ପ୍ରଦାନ କରିଛି, ଯାହା ଏହାର ଦାୟିତ୍ବଶୀଳ କର୍ପୋରେଟ ପ୍ରତିଷ୍ଠାନ ଓ ଅର୍ଥନୈତିକ ସାମର୍ଥ୍ୟର ଭୂମିକାକୁ ରେଖାଙ୍କିତ କରିଥାଏ । ସେହିପରି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) ଯୋଜନା ଅନ୍ତର୍ଗତ ପାରାଦୀପ ତୈଳ ବିଶୋଧନାଗାର ପାରିପାର୍ଶ୍ଵିକ ଅଞ୍ଚଳରେ ତାର ପରିଯୋଜନା ଯଥା ପାନୀୟ ଜଳ, ଶିକ୍ଷା, ଦକ୍ଷତା ବିକାଶ, ଯୁବ ପ୍ରଶିକ୍ଷଣ, ସ୍ୱାସ୍ଥ୍ୟ ସେବା, ଗ୍ରାମୀଣ ବିକାଶ, ମହିଳା ସଶକ୍ତିକରଣ, ପରିବେଶ ସରଂକ୍ଷଣ, ଆତ୍ମନିଯୁକ୍ତି, ଅନାଥାଶ୍ରମ ଓ ବୃଦ୍ଧାଶ୍ରମ କୁ ସହାୟତାରେ ନିବେଶ କରିଆସୁଛି l ବର୍ତ୍ତମାନ ପର୍ଯ୍ୟନ୍ତ ପାରାଦୀପ ତୈଳ ବିଶୋଧନାଗାର ତାର ସିଏସଆର ଓ କର୍ପୋରେଟ ପରିବେଶ ଦାୟିତ୍ୱ (ସିଇଆର) ଅଧୀନରେ ୫୪,୫୫ କୋଟି ଟଙ୍କା ବ୍ୟୟ କରିଛି l
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ତୈଳ ବିଶୋଧନାଗାର ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ କୌଶିକ ବସୁ ସୂଚନା ଦେଇ କହିଥିଲେ ଯେ ପାରାଦୀପ ତୈଳ ବିଶୋଧନାଗାର ହେଉଛି ଶିଳ୍ପ ଉତ୍କର୍ଷତା ର ଏକ ସ୍ୱରୂପ ଏବଂ ସମାବେଶୀ ବିକାଶ ଏବଂ ନବୀକରଣ ର ପ୍ରତୀକ l ଆଇଓସିଏଲ ର ପୁଞ୍ଜି ନିବେଶ ପାରାଦୀପ ର ଏକ ସମନ୍ବିତ ରିଫାଇନେରୀ ଓ ପେଟ୍ରୋକେମିକାଲହବ ନିର୍ମାଣ ପାଇଁ ଆଇଓସିଏଲ ର ପ୍ରତିବଦ୍ଧତା କୁ ସୁଦୃଢ କରୁଛି ଯାହା ଓଡିଶା ତଥା ଦେଶବାସୀ ଙ୍କ ପାଇଁ ଉର୍ଜା-ଶକ୍ତି ସୁରକ୍ଷା, ପରିବେଶ ସରଂକ୍ଷଣ ଏବଂ ସାମାଜିକ-ଅର୍ଥନୈତିକ ବିକାଶ କୁ ସମର୍ଥନ କରୁଥିବା ନେଇ ଶ୍ରୀ ବସୁ ସୂଚନା ଦେଇଥିଲେ l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *