ଓଡିଶା ପତ୍ରକାର ସଙ୍ଘ ବାଲେଶ୍ୱରଶାଖା ର ବଂଧୁ ମିଳନ

ଓଡିଶା ପତ୍ରକାର ସଙ୍ଘ ବାଲେଶ୍ୱର ଶାଖାର ନୂଆ ବର୍ଷରେ ବଂଧୁ ମିଳନ ଓ ବୈଠକ ନୂଆବଜ଼ାର ଫାଣ୍ଡି ଛକ ନିକଟସ୍ଥ ଡା.ମହେଶ୍ୱର ପ୍ରଧାନଙ୍କ ହୋମେଓପାଥି ଡାକ୍ତର ଖାନା ପ୍ରାଙ୍ଗଣରେ ଅନୁଷ୍ଠାନ ର ସଭାପତି ଶ୍ରୀ ବାସୁଦେବ ରାଉଳଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ସଭାରେ ନୂତନ ସଦସ୍ୟତା ଗ୍ରହଣ, ସାମାଜିକ ଉନ୍ନତି ମୂଳ କାର୍ଯ୍ୟକ୍ରମ ସାଙ୍ଗକୁ ଆଗାମୀ ବାର୍ଷିକ ଉତ୍ସବ ପାଳନ ସାକାଶେ ଆଲୋଚନା କରାଯାଇ ସମସ୍ତ ସଦସ୍ୟ ମାନଙ୍କର ମତାମତ ଗ୍ରହଣ କରାଯାଇଥିଲା l ଚଳିତ ବର୍ଷ ମାର୍ଚ୍ଚ ମାସରେ ଏ ବାବଦ ରେ ପ୍ରସ୍ତୁତି ବୈଠକ ହୋଇ ଏପ୍ରିଲ ମାସରେ ବାର୍ଷିକ ଉତ୍ସବ ପାଳନ କରିବାକୁ ଆଲୋଚନା କରାଯାଇଥିଲା l ଆୟୋଜିତ କାଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଗୟାଧର କର, ସୁଶାନ୍ତ କୁମାର ଦାସ,ସୁଶିଲ କୁମାର ଜେନା, ଡା. ମହେଶ୍ୱର ପ୍ରଧାନ, ସତ୍ୟବ୍ରତ ମଣ୍ଡଳ, ଲଷ୍ମୀଧର ମଣ୍ଡଳ, ପ୍ରଭାତ ଶର୍ମା ଉପସ୍ଥିତ ରହି ଆଲୋଚନ ବିଷୟବସ୍ତୁ ରେ ଅଂଶଗ୍ରହଣ କରିଥିଲେ l ସଭା ଶେଷରେ ସଂଗଠନ ର ସମ୍ପାଦକ ଶ୍ରୀ ମିତ୍ରବନ୍ଧୁ ପଳେଇ ବିସ୍ତୃତ ଆଲୋଚନା କୁ ଆଗାମୀ ଅଧିବେଶନକୁ ରଖି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାସାଙ୍ଗ ଥିଲେ l