February 23, 2026
Home » ଓଡିଶା ସାମ୍ବାଦିକ ସଂଘ ଜଗତସିଂହପୁର ଜିଲା ପକ୍ଷରୁ ସାଧାରଣ ପରିଷଦ ବୈଠକ

ଓଡିଶା ସାମ୍ବାଦିକ ସଂଘ ଜଗତସିଂହପୁର ଜିଲା ପକ୍ଷରୁ ସାଧାରଣ ପରିଷଦ ବୈଠକ

0
WhatsApp Image 2025-12-29 at 4.43.20 PM

ଜଗତସିଂହପୁର::ଓଡିଶା ସାମ୍ବାଦିକ ସଂଘ ଜଗତସିଂହପୁର ଜିଲା ସାଧାରଣ ପରିଷଦ ବୈଠକ ଧଳତଙ୍ଗଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସଂଘର ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଜେୟ ର ରାଜ୍ୟ ସାଧାରଣ ସଂପାଦକ ଦୁର୍ଯ୍ୟୋଧନ ମହାରଣା ଯୋଗଦେଇ ଜିଲାରେ ସଂଘର ସମସ୍ତ ଏକତ୍ରିତ ହୋଇ କାର୍ଯ୍ୟକରିବା ସହିତ ଆଗାମୀ ଦିନରେ ସଂଘକୁ ଜିଲାରେ ସୁଦୃଢ କରିବାକୁ ପରାମର୍ଶ ଦେବା ସହିତ ଶପଥପାଠ କରାଇଥିଲେ ।ଏହି ବୈଠକରେ ଜିଲା ସଂପାଦକ ସରୋଜକାନ୍ତ ସାହୁ ଯୋଗଦେଇ ବାର୍ଷିକ ବିରଣୀ ପାଠ କରିବା ସହିତ ଜିଲାର ଆଠଟି ବ୍ଳକ ଓ ୨ଟି ମୁନିସିପାଲଟିରେ ଥିବା ଓଜେୟ ସଂଘର କର୍ମକର୍ତା ତଥା ସମସ୍ତ ସଦସ୍ୟ ସଦସ୍ୟା ମାନେ ନିଜ ଭିତରେ ସମନ୍ଵୟ ରଖି କାର୍ଯ୍ୟକରିବାକୁ ଦିଗଦର୍ଶନ ଦେଇଥିଲେ ।ରାଜ୍ୟ ସାଧାରଣ ସଂପାଦକ ଜିଲ୍ଲାର ନୂତନ ଭାବେ କାର୍ଯ୍ୟକାରୀ ସଭାପତି ଡକ୍ଟର ମାନସ ମହାନ୍ତି ଓ କୋଷାଧ୍ୟକ୍ଷ ଗୟାଧର ମହାରଣାଙ୍କ ନାମ ଘୋଷଣା କରିବା ସହିତ ତାଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବୈଠରେ ପାରାଦୀପ ଶାଖାର ସଭାପତି କର୍ମେଶ୍ବର ସ୍ଵାଇଁ,ସଂପାଦକସମୀର କୁମାର ମହାନ୍ତି, ଉପଦେଷ୍ଟା ଚିତରଂଜନ ସ୍ଵାଇଁ, ଉପସଭାପତି ପ୍ରଶାନ୍ତ ଦାଶ,ରାଜଦ୍ଵୀପ ବିଶ୍ବାସ,ଏରସମା ବ୍ଳକର ସଭାପତି ହିସ୍ତୀରଂଜନ ଖଣ୍ଡୁଆଳ,କୁଜଙ୍ଗ ବ୍ଲକର ସଭାସପତି ସୁବ୍ରତ ମଲ୍ଲିକ,ଜିଲାର ମଖ୍ୟ ସଂଯୋଜକ ଗିରିଜାପ୍ରସାଦ ମହାନ୍ତି, ସହ ସଂଯୋଜକ ସନ୍ତୋଷ ବେହେରା,ବିଚିତ୍ରାନନ୍ଦ ପ୍ରଧାନ ସହ ସଂପାଦକ,ସଂଗଠନ ସଂପାଦକ ବିପିନ ସେଠୀ, ପବିତ୍ର ମଙ୍ଗରାଜ, ମନୋଜ ସାହୁ,ସଦସ୍ୟ ରୀତା ସାହୁ, ବିରିଡିର ସୁବାଷ ସ୍ୱାଇଁ, ରଘୁନାଥପୁର ଅମୂଲ୍ୟ ମହାପାତ୍ର, ମିଲନ ଜେନା ପ୍ରମୁଖ ବହୁ ସଦସ୍ୟ ଯୋଗଦେଇଥିଲେ । ଏହି ଅବସରରେ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଜିଲା ସଂଘ ପକ୍ଷରୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଂଘର ଜ଼ିଲ୍ଲା ଉପସଭାପତି ରଂଜନ ଖୁଣ୍ଟିଆ ସମସ୍ତଙ୍କୁ ଧନ୍ୟ ବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।