ଓଡିଶା ସାମ୍ବାଦିକ ସଙ୍ଘ ପାରାଦୀପ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ
ପାରାଦୀପ : ଅଟଳ ବିହାରୀ ବଜପେୟୀ ଟ୍ରଷ୍ଟ ପରିସରରେ ଓଡିଶା ସାମ୍ବାଦିକ ସଙ୍ଘ ପାରାଦୀପ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି।ଓଡିଶା ସାମ୍ବାଦିକ ସଙ୍ଘ ର ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯୋଧନ ମହାରଣା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ଗଣଅଧିକାର ର ସମ୍ପାଦକ ଚିତ୍ତ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର କୁମାର ବିଶ୍ବାଳ, ଜିଲ୍ଲା ଶାଖା ର କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ଖୁଣ୍ଟିଆ, ବରିଷ୍ଠ ସାମ୍ବାଦିକ ଧ୍ରୁବ ଚରଣ ମହାପାତ୍ର, ଶୁକଦେବ ଜେନା, ଶରତ ଚନ୍ଦ୍ର ରାଉତ ଓ ଅଜିତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।ଓଜେୟୁ ପାରାଦୀପ ଶାଖା ର କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ମହାପାତ୍ର କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ସମୀର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସାମ୍ପ୍ରତିକ ପରିସ୍ଥିତି ରେ ଦେଶରେ ସାମ୍ବାଦିକତା ଦୁଇ ଭାଗରେ ପରିଣତ ହୋଇଛି।ଗୋଟିଏ ପକ୍ଷ କର୍ପୋରେଟ ହାଉସେସ ଙ୍କ ଦ୍ଵାରା ନିୟୋଜିତ ହୋଇଥିବା ବେଳେ ଅନ୍ୟ ପକ୍ଷ ଟି ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି।ଯାହାକି ସମଗ୍ର ଦେଶପାଇଁ ଏହା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି।ନିରପେକ୍ଷ ସାମ୍ବାଦିକତା ଦିନକୁ ଦିନ ଧୂଳିସାତ ହେଉଛି ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ ପ୍ରକାଶ କରିଥିଲେ।ଅନ୍ୟ ପକ୍ଷରେ ସୋସିଆଲ ମିଡିଆ ଦେଶର ସାମ୍ବାଦିକତା କ୍ଷେତ୍ରରେ ଆଉ ଏକ ନୂଆ ରୂପରେ ଉଭା ହୋଇଛି।ଏଥି ସହିତ ପ୍ରିଣ୍ଟ ମିଡିଆ ମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛି।ଏପରି ପରିସ୍ଥିତି ରୁ ଦେଶକୁ ରକ୍ଷା କରିବାକୁ ହେଲେ ସାମ୍ବାଦିକ ମାନଙ୍କୁ ଯଥେଷ୍ଟ ତ୍ୟାଗ ସ୍ୱୀକାର କରିବାକୁ ପଡିବ ବୋଲି ବକ୍ତା ଶ୍ରୀ ସ୍ୱାଇଁ କହିଥିଲେ।ଗଣମାଧ୍ୟମ ର ମାଲିକ ମାନେ ସାମ୍ବାଦିକ ମାନଙ୍କ ଠାରୁ ସମସ୍ତ ସୁବିଧା ସୁଯୋଗ ହାସଲ କରିଥିଲେ ମଧ୍ୟ ସେମାନଙ୍କ ବଞ୍ଚିବା ପାଇଁ କୌଣସି ଆଶାନୁରୂପକ ପଦକ୍ଷେପ ଗ୍ରହଣ କରୁ ନଥିବା ନେଇ ଉପସ୍ଥିତ ସାମ୍ବାଦିକ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା।

ଆଗାମୀ ଦିନରେ ସମସ୍ତ ସାମ୍ବାଦିକ ମାନଙ୍କୁ ଏଖାଟି କରି ନିଜର ଦାବୀ ହାସଲ ପାଇଁ ଲଢେଇ ହେବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଓଜେୟୁ ପାରାଦୀପ ଶାଖା ପକ୍ଷରୁ ପ୍ରଶାନ୍ତ ଦାସ, ସୁଶୀଲ ପଟ୍ଟନାୟକ, ନିରଞ୍ଜନ ଆଚାର୍ଯ୍ୟ, ପୁରୁଷୋତ୍ତମ ଶତପଥି, ସନ୍ତୋଷ କୁମାର ବେହେରା, ସୁଦର୍ଶନ ବିଶ୍ୱାଳ ଓ ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ସମସ୍ତ କାର୍ଯ୍ୟକ୍ରମ କୁ କର୍ମେଶ୍ବର ସ୍ୱାଇଁ ଓ ସୁଧାଂଶୁ ଶେଖର ପୃଷ୍ଟି ପରିଚାଳନା କରିଥିଲେ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
