July 6, 2025
Home » ଓଡିଶା ସାହିତ୍ୟ ଏକାଡେମୀର ବ୍ଲକ ସ୍ତରୀୟ ସ୍ଵନକ୍ଷତ୍ର ଦିବସ ପାଳିତ।

ଓଡିଶା ସାହିତ୍ୟ ଏକାଡେମୀର ବ୍ଲକ ସ୍ତରୀୟ ସ୍ଵନକ୍ଷତ୍ର ଦିବସ ପାଳିତ।

0
WhatsApp Image 2025-07-06 at 5.01.27 PM

ରାମନାଗୁଡା:ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ସଦର ମହକୁମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଓଡିଶା ସାହିତ୍ୟ ଏକାଡେମୀର ବ୍ଲକ ସ୍ତରୀୟ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି।ରାୟଗଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରବନ୍ଧ,କବିତା ଆବୃତ୍ତି, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ,ବକୃତା ଓ ଇଂରାଜୀ ସାହିତ୍ୟକୁ ଓଡ଼ିଆରେ ଅନୁବାଦ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଷଷ୍ଠ,ସପ୍ତମଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ କନିଷ୍ଠବର୍ଗ ଓ ଅଷ୍ଟମ,ନବମ ଓ ଦଶମ ଶ୍ରେଣୀ ଛାତ୍ରୀ,ଛାତ୍ରଙ୍କୁ ବରିଷ୍ଠବର୍ଗରେ ଭାଗ କରି ପ୍ରତିଯୋଗିତା ହୋଇଥିଲା।ଏଥିରେ ବିଭିନ୍ନ ବିଦ୍ୟାଳୟରୁ ମୋଟ 45ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

ଏବିଇଓ ଦାମୋଦର ହିମିରିକାଙ୍କ ତତ୍ୱାବଧାନରେ ପ୍ରତିଯୋଗିତା ହୋଇଥିଲା,ବରିଷ୍ଠ ଶିକ୍ଷକ ଅଶ୍ୱିନୀ ତ୍ରିପାଠୀ,ରମେଶ ମିଶ୍ର, ତାଉଡୁ ଗୋବିନ୍ଦ,ଜାମି ନାଗରାଜ ଓ ଶରତ ନେମାଲୀପୁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବିଭିନ୍ନ ବିଦ୍ୟାଳୟର 15 ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ବିଚାରକ ଭାବେ ଯୋଗ ଦେଇ ପ୍ରଥମ,ଦ୍ଵିତୀୟ, ତୃତୀୟ ସ୍ଥାନ ପାଇଥିବା ପିଲାଙ୍କୁ ଚୟନ କରିଥିଲେ।

ramanaguda ru narasingh parichha nka report

Leave a Reply

Your email address will not be published. Required fields are marked *