October 24, 2025
Home » ଓପିଜିସି ଓ ଓସିପିଏଲ୍‌ ଏକତ୍ରୀକରଣ ରେ ନୂତନ ନିଯୁକ୍ତି ବାଧାପ୍ରାପ୍ତ ହେବ

ଓପିଜିସି ଓ ଓସିପିଏଲ୍‌ ଏକତ୍ରୀକରଣ ରେ ନୂତନ ନିଯୁକ୍ତି ବାଧାପ୍ରାପ୍ତ ହେବ

0
WhatsApp Image 2025-08-31 at 6.17.28 PM

ଭୁବନେଶ୍ବର: ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍(ଓପିଜିସି) ବୋର୍ଡ ଓସିପିଏଲ୍‌ (ଓଡିଶା କୋଲ୍ ଏଣ୍ଡ୍‌ ପାୱାର ଲିମିଟେଡ୍)କୁ ନିଜ ସହିତ ମିଶ୍ରଣ କରିବା ପ୍ରସ୍ତାବକୁ ଗ୍ରହଣ କରିଛି। ଓସିପିଏଲ୍‌ରେ ଓପିଜିସିର ୫୧% ଅଂଶଧନ ଥିବାବେଳେ ରାଜ୍ୟ ସରକାରଙ୍କ ୪୯% ଅଂଶଧନ ରହିଛି। ଫଳରେ ଓପିଜିସି ବୋର୍ଡ ନିଜର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅପେକ୍ଷା କରିଛି। ଏକାଧିକ ଖଣି ହାସଲ କରି ନିଜର କଳେବର ବୃଦ୍ଧି କରିବାକୁ ଅଣ୍ଟା ଭିଡ଼ିଥିବା ଓସିପିଏଲ୍‌କୁ ଓପିଜିସିରେ ମିଶ୍ରଣ ପ୍ରସ୍ତାବକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଶକ୍ତି ଉତ୍ପାଦନ କରୁଥିବା ଓପିଜିସି ଓ କୋଇଲା ଉତ୍ପାଦନ କରୁଥିବା ଓସିପିଏଲ୍‌ ଏକତ୍ରୀକରଣ ଦ୍ବାରା ନୂତନ ନିଯୁକ୍ତି ଓ ବ୍ୟବସାୟ ଗୁରୁତର ବାଧାପ୍ରାପ୍ତ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛି।

ପ୍ରକାଶ ଥାଉକି ଓସିପିଏଲ୍‌କୁ ଏବେ ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ୟବସାୟିକ କୋଇଲା ଖଣି ସୁନ୍ଦରଗଡ଼ର ଟାଙ୍ଗରଡ଼ିହି(ଉତ୍ତର) ମିଳିଛି। ଏହି କୋଇଲା ଖଣିର ଉତ୍ପାଦନ କ୍ଷମତା ବାର୍ଷିକ ୧୬ ନିୟୁତ ଟନ୍। ଓସିପିଏଲ୍‌ ଏହାର ମନୋହରପୁରର ୨ଟି କୋଇଲା ଖଣିରୁ ଗତ ୬ ବର୍ଷ ହେଲା କୋଇଲା ଉତ୍ପାଦନ କରି ଓପିଜିସିର ଆବଶ୍ୟକତା ପୂରଣ କରି ନିଜର ବ୍ୟବସାୟ ବୃଦ୍ଧି କରିଚାଲିଛି। ଓସିପିଏଲ୍‌ ବ୍ୟବସାୟିକ କୋଇଲା ଖଣି ପରିଚାଳନା କଲେ ରାଜ୍ୟର ଅର୍ଥନୈତିକ ପ୍ରଗତି ସହିତ ୫ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବାର ଆକଳନ କରାଯାଇଛି। ୨୦୨୩-୨୪ରେ ଓସିପିଏଲ୍‌ ୧୨ ନିୟୁତ ଟନ କୋଇଲା ଉତ୍ପାଦନ କରିଥିବା ବେଳେ ଚଳିତ ବର୍ଷ ପାଇଁ ୧୬ ନିୟୁତ ଟନ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏପରିକି ଓସିପିଏଲ୍‌ ୪ବର୍ଷ ହେଲା ଖଣି ପରିଚାଳନାରେ ଉତ୍ତମ କାର୍ଯ୍ୟ ପାଇଁ ଜାତୀୟ ସ୍ତରରେ ୫ଷ୍ଟାର୍‌ ରେଟିଂ ପରସ୍କାର ପାଇଆସିଛି। ଏହି ପରିସ୍ଥିତିରେ ଓପିସିଏଲ୍‌ର ସ୍ବତନ୍ତ୍ରତାକୁ ହ୍ରାସ କରି ଓପିଜିସିରେ ମିଶ୍ରଣ ‌ଯୋଜନାକୁ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଓସିପିଏଲ୍‌-ଓପିଜିସି ମିଶ୍ରଣ ରାଜ୍ୟବାସୀଙ୍କ ପାଇଁ କ୍ଷତିକାରକ।

ସପକ୍ଷବାଦୀଙ୍କ ଯୁକ୍ତି ହେଲା ମିଶ୍ରଣ ଫଳରେ ଓପିଜିସିର ବିଦ୍ୟୁତ୍‌ ମୂଲ୍ୟ ହ୍ରାସ ଘଟିବ ଓ ଓଡ଼ିଶାର ବିଦ୍ୟୁତ୍‌ ଉପଭୋକ୍ତା ଉପକୃତ ହେବେ। ମାତ୍ର ୭ ମାସ ପରେ ଏପ୍ରିଲ ୨୦୨୬ରୁ କୋଇଲା ଉପରେ ଟନ୍‌ ପିଛା ୪୦୦ ଟଙ୍କା ଜିଏସ୍‌ଟି କ୍ଷତିପୂରଣ ସେସ୍ ବନ୍ଦ ହୋଇଯାଇପାରେ। ଏହା ପୂର୍ବରୁ ଜିଏସ୍‌ଟିରୁ ବର୍ତ୍ତିବା ପାଇଁ ତରବରିଆ ଭାବେ ଓପିଜିସିର ଏହି ଯୋଜନା ସେପରି କିଛି ଲାଭ ହେବନାହିଁ। ଏଥିସହିତ ଏନ୍‌ଟିପିସି ବୋର୍ଡ ଓସିପିଏଲ୍‌ ଭଳି ଏନ୍‌ଏମ୍‌ଏଲ୍‌ କମ୍ପାନି ଗଠନ କରି କୋଇଲା ଖଣି ବିଭାଗ ହସ୍ତାନ୍ତର ପ୍ରସ୍ତାବକୁ ମଞ୍ଜୁର କରିବା ସହିତ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଥିବାବେଳେ byରାଜ୍ୟରେ ଓପିଜିସି ନିଜ ସହିତ ଓସିପିଏଲ୍‌କୁ ମିଶ୍ରଣ କରି ନୂତନ ନିଯୁକ୍ତି ଓ ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଯୋଜନାକୁ ସରକାର ରୋକିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *