October 23, 2025
Home » ଓରମାସ ପକ୍ଷରୁ ଦିପାବଳୀ ଉତ୍ସବ ୨୦୨୪ ଦୀପଷ୍ଟଲ ଉଦଘାଟିତ

ଓରମାସ ପକ୍ଷରୁ ଦିପାବଳୀ ଉତ୍ସବ ୨୦୨୪ ଦୀପଷ୍ଟଲ ଉଦଘାଟିତ

0
WhatsApp Image 2024-10-29 at 8.43.48 AM

ଜଗତସିଂହପୁର, ତା୨୯.୧୦ ସ୍ଥାନୀୟ ସଂସ୍କୃତି ଭବନ ସମ୍ମୁଖ ରେଥିବା ଖୋଲା ସ୍ଥାନରେ ଓରମାସ ପକ୍ଷରୁ “ଦିପାବଳୀ ଉତ୍ସବ ୨୦୨୪ “ଦୀପଷ୍ଟଲ କୁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଛନ୍ତି।ଉତ୍ପାଦକ ଗୋଷ୍ଠୀ ର ମହିଳା ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ହାତ ତିଆରି ଟେରାକୋଟା ଦୀପ ଯଥା ବୋହୂ ଦୀପ, କଳସ ଦୀପ, ଷ୍ଟାଣ୍ଡ ଦୀପ, ଝାଡୁ , କାଇଁଚ ତିଆରି ଜିନିଷ, ତାଳପତ୍ର ତିଆରି ଗୃହସଜ୍ଜା ଉପକରଣ ଆଦି ବିକ୍ରୟ କରାଯାଉଛି।

ଜିଲ୍ଲାପାଳ ଏହି ଦୀପ ଷ୍ଟଲ ଟିକୁ ଯାଇ ଦୀପ କିଣିବା ସହ ଉତ୍ପାଦକ ମାନଙ୍କ ଆର୍ଥିକ ଉନ୍ନତି ରେ ସହାୟକ ହେବାପାଇଁ ଜିଲ୍ଲାବାସୀ ଙ୍କୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ଓରମାସ ର ସି ଇ ଓ, ଡି ପି ସି ମିଶନ ଶକ୍ତି, ଏକଜିକ୍ୟୁଟିଭ ଆସିଷ୍ଟାଣ୍ଟ ଓରମାସ, ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବ ର ଋତୁ ରେ ସୁନ୍ଦର ହାତ ତିଆରି ଦୀପ ତଥା ଗୃହ ସଜା ଉପକରଣ ଜିଲ୍ଲା ବାସୀଙ୍କୁ ଆକୃଷ୍ଟ କରିବ ବୋଲି ଓରମାସ ର ସି ଇ ଓ ମତପ୍ରକାଶ କରିଥିଲେ।

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *