February 3, 2026
Home » ଓଲଟପୁରେ ଠାରେ ଆଲମିକୋ ପକ୍ଷରୁ ୫୩ତମ ପ୍ରୋସ୍ଥେଟିକସ ଓ ଆର୍ଥେଟିକସ ପ୍ରତିଷ୍ଠା ଦିବସ ପାଳିତ।

ଓଲଟପୁରେ ଠାରେ ଆଲମିକୋ ପକ୍ଷରୁ ୫୩ତମ ପ୍ରୋସ୍ଥେଟିକସ ଓ ଆର୍ଥେଟିକସ ପ୍ରତିଷ୍ଠା ଦିବସ ପାଳିତ।

0
WhatsApp Image 2025-12-05 at 4.55.37 PM (1)

 

ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ କାରୀ ସଂସ୍ଥା ,ଆଲମିକୋ ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜାତୀୟ ପ୍ରଶିକ୍ଷଣ ପୁନର୍ବାସ ଓ ଅନୁସଂନ୍ଧାନ କେନ୍ଦ୍ର(ଏସଭିନିର୍ତ୍ତାର) ପରିସରରେ ୫୩ତମ ଆନ୍ତର୍ଜାତୀୟ ପ୍ରୋସ୍ଥେଟିକସ ଓ ଆର୍ଥେଟିକସ ଦିବସ ଦିବ୍ୟାଙ୍ଗ ଜନ ଓ ବରିଷ୍ଠ ନାଗରିକଙ୍କ ଗହଣରେ ପ୍ରସ୍ଥେଟିକସ ତଥା ଆର୍ଥୋଟିକସ ଜିତେନ୍ଦ୍ର କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏସଭିନିର୍ତ୍ତାରର ନିର୍ଦ୍ଦେଶକ ଡଃ ପତିତ ପାବନ ମହାନ୍ତିଙ୍କ ପରାମର୍ଶରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବହୁ ବିଧ ଉପକରଣ ପ୍ରଦାନ କରାଯାଇଛି। ଏହି ଦିବସ ପାଳନର ତାତ୍ପର୍ଯ୍ୟ ଓ କିଭଳି ଦିବ୍ୟାଙ୍ଗ ଜନମାନଙ୍କୁ ପରିବାରରେ ବୋଝ ନଭାବିବେ ସେଥିପାଇଁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇଦେବା ବ୍ୟବସ୍ଥା ରହିଛି।

୪୦ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବା ଯେ କୌଣସି ବୟସର ବ୍ୟକ୍ତି ଯେଉଁ ପରିବାରର ବାର୍ଷିକ ଆୟ ୨ ଲକ୍ଷ ୭୦ହଜାର ମଧ୍ୟରେ ସେମାନେ ଉପକରଣ ପାଇବାକୁ ଯୋଗ୍ୟ ଅଟନ୍ତି।ସେହିଭଳି ବରିଷ୍ଠ ନାଗରିକ ଯାହାର ବାର୍ଷିକ ଆୟ ୧ଲକ୍ଷ ୮୦ହଜାର ମଧ୍ୟରେ ସେମାନେ ମଧ୍ୟ ଉପକରଣ ପାଇପାରିବେ ବୋଲି ସଂସ୍ଥାର ଅଧିକାରୀ ଜିତେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସଂସ୍ଥାର ସହାୟକ ତଥା ଡାଟା ଏଣ୍ଟ୍ରି ଅପରେଟର ସୋମନାଥ ଗୋଛିପରିଚାଳନା କରିଥିଲେ। ଯୋଗାଇ ଦିଆଯାଉଥିବା ଉପକରଣ ମଧ୍ୟରେ ହୁଇଲଚେୟାର, ଆଶାବାଡି, ମୋଟରାଇଜଡ ହୁଇଲଚେୟାର, କମୋଡ଼ ପାଇଖାନା ସହ ହୁଇଲଚେୟାର, ଅଣ୍ଟା ବେଲ୍ଟ,ବେକ ଆଣ୍ଠୁ ବେଲ୍ଟ, ଚେୟାର କମୋଡ ପାଇଖାନା, ଭିନ୍ନ ଭିନ୍ନ ୱାକର ଭଳି ସାମଗ୍ରୀ ଯାହା ଜଣେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହଜ ଜୀବନ ଯାପନ ଓ ଯିବା ଆସିବାରେ ସାହାଯ୍ୟ କରିପାରିବ।ଏହା ଫଳରେ ଦିବ୍ୟାଙ୍ଗ ମାନେ ସମାଜରେ ମର୍ଯ୍ୟାଦାର ସହ ଯିବା ଆସିବା କରିପାରିବେ ଏହା ସରକାରଙ୍କ ଉଦ୍ଦେଶ୍ୟ ବୋଲି କହିଥିଲେ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବ୍ୟକ୍ତି ବିଶେଷଙ୍କୁ କିଛି ଆବଶ୍ୟକ ଉପକରଣ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଇଥିଲା।ହିତାଧିକାରୀଙ୍କ ଭିନ୍ନକ୍ଷମ ସାର୍ଟିଫିକେଟ ,ଆଧାର କାର୍ଡନକଲ ସହ ଫଟୋ ଆବଶ୍ୟକ।ସମାଜିକ ସୁରକ୍ଷା ଯୋଜନାର ଭତ୍ତା ଧାରୀମାନେ ଏହାର ସୁଯୋଗ ନେଇପାରିବେ।କୌଣସି ଗରିବ ବ୍ୟକ୍ତିଙ୍କ କୌଣସି କାଗଜପତ୍ର ଅଭାବ ଥିଲେ ସ୍ଥାନୀୟ ସରପଞ୍ଚଙ୍କ ସୁପାରିଶ ମଧ୍ୟ ବିଚାରକୁ ନେବା ବ୍ୟବସ୍ଥା ରହିଛି। ସମାଜରେ ଦିବ୍ୟାଙ୍ଗ ଓ ଶାରୀରିକ ଅକ୍ଷମତା ଥିବା ବରିଷ୍ଠ ନାଗରିକଙ୍କ ନିମନ୍ତେ ସରକାର ଓ ଆଲମିକୋ ସଂସ୍ଥା ପ୍ରତିଶ୍ରୁତିବଦ୍ଧ।ଓଲଟପୁରେ ଠାରେ ଏସଭିନିର୍ତ୍ତାର ଫିଜୋଥେରାପି, ବାକଚିକିତ୍ସା,ମେରୁଦଣ୍ଡ, ସ୍ନାୟୁ ଗତ ସମସ୍ୟାର ନିରାକରଣ ପାଇଁ ଉପରୋକ୍ତ ଜନସାଧାରଣଙ୍କ ନିମନ୍ତେ ଏକ ଅଦ୍ୱିତୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି।

Leave a Reply

Your email address will not be published. Required fields are marked *