November 13, 2025
Home » ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ବ୍ଲକ ଛକ ଦୁର୍ଗା ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା

ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ବ୍ଲକ ଛକ ଦୁର୍ଗା ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା

0
WhatsApp Image 2025-10-05 at 6.00.58 PM (1)

 

ସୁବର୍ଣ୍ଣପୁର— ସୋନପୁର ବ୍ଲକ୍ ଛକ ଦୁର୍ଗା ପୂଜା ୨୦୨୫ ଅବସର ରେ ପୂଜା କମିଟି ପକ୍ଷରୁ ଆୟୋଜିତ ରାବଣ ପୋଡ଼ି ଉତ୍ସବ ରେ ୨୦୨୩ ପ୍ରଶାସନିକ ସେବା ପରୀକ୍ଷାରେ କୃତ କାର୍ଯ୍ଯ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଓ ସମ୍ମାନିତ ଅତିଥି ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି ଓ ସମାଜ ର ଅବହେଳିତ ଅପହଞ୍ଚ ଅଞ୍ଚଳରେ ଜନତା ଙ୍କ ଉତ୍ତମ ସେବା ପ୍ରଦାନ ସହ ସାଧାରଣ ଲୋକ ଙ୍କ ଆସ୍ଥା ଭାଜନ ହେବାକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଶୁଭକାମନା ଜଣାଇଥିଲେ l ଶିକ୍ଷା, କଳା, ସଂସ୍କୃତି ସହ ବିଭିନ୍ନ କ୍ଷେତ୍ରରେ କୃତୀ ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା କରା ଯାଇଛି l

 

୧୭ ନମ୍ବର ରାଙ୍କ ରଖିଥିବା ପଶ୍ଚିମ ଓଡ଼ିଶା ର ଟପ୍ପର ତଥା ସୁବର୍ଣ୍ଣପୁର ଜିଲ୍ଲା ର ତରଭା ରମ୍ଭା ସିଂଢୋଲ ଗାଁ ର ସୁପ୍ରିୟା ମିଶ୍ର, ଜିଲ୍ଲାପାଳ ଙ୍କ ସୁ ପୁତ୍ର ସୌମ୍ୟ କାନ୍ତ ସାହୁ, ଡୁଙ୍ଗୁରିପାଲି ଗଜବନ୍ଦ ଗାଁ ର ଅନ୍ଧ ଝିଅ ସ୍ମୃତିଶିଖା ଭୋଇ , ସୋନପୁର ର ଅଂଶୁମାନ ସାହୁ, ସମୃଦ୍ଧ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ବେଳେ ଜିଲ୍ଲା ର +2 ଟପ୍ପର ଦେବେନ୍ଦ୍ର ଖମାରୀ, ପୂଜା କମିଟି ର ସକ୍ରିୟ ସଦସ୍ୟ ଭାବେ ସୁବ୍ରତ ସେଠୀ, ସର୍ବେଶ୍ଵର ନାୟକ ଙ୍କୁ ଓ କଳା କ୍ଷେତ୍ରରେ ଲକ୍ଷ୍ମୀ ପ୍ରିୟା ପାଣିଗ୍ରାହୀ ଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *