ଓ ଏ ଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାର କୃତୀ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

l ସୁବର୍ଣ୍ଣପୁର — ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାର ୦୭ ଜଣ ଛାତ୍ର ଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସାମ୍ବାଦିକ ସଂଘ, ସୁବର୍ଣ୍ଣପୁର ଶାଖା ତରଫରୁ ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଉପ ଜିଲ୍ଲାପାଳ, ସୋନପୁର, ଡ.ସୌମ୍ୟାରୂପା ରଥ ଓ ବିଡ଼ିଓ ସୋନପୁର ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ , ବ୍ଲକ ସ୍ତରୀୟ ଅଧିକାରୀ ଓ ବିଭିନ୍ନ ସମ୍ବାଦପତ୍ର ର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାର ଛାତ୍ର ଛାତ୍ରୀ ସୁଶ୍ରୀ ସୁପ୍ରିୟା ମିଶ୍ର ରମ୍ଭା ସିଣ୍ଡୋଲ, ତରଭା ବ୍ଲକ, ଅଂଶୁମାନ ସାହୁ, ପଟାଭାଡି, ସୋନପୁର , ଯତୀନ କୁମାର ବାଦି, ଜଟେସୀଙ୍ଗା , ଵୀରମହାରାଜପୁର ବ୍ଲକ, ବିପ୍ଳବ କିଶୋର ଭୋଇ, ନାରାୟଣପୁର , ସୋନପୁର ବ୍ଲକ (ଅନୁପସ୍ଥିତି ଯୋଗୁଁ ତାଙ୍କ ପିତା ଶ୍ରୀ ରାଜେନ୍ଦ୍ର ଭୋଇ ଙ୍କୁ , ସୁଶ୍ରୀ ସ୍ମୃତିଶିଖା ଭୋଇ, ଗଜବନ୍ଧ , ଡୁଙ୍ଗୁରିପାଲି ବ୍ଲକ,( ଦୃଷ୍ଟି ବାଧିତ ଭିନ୍ନକ୍ଷମ)ବର୍ତ୍ତମାନ ସୋନପୁର ନିବାସୀ, ବିଶାଳ ରଞ୍ଜନ ଭୋଇ, ଅବସରପ୍ରାପ୍ତ ମୁଖ୍ୟ କିରାଣୀ,ଶ୍ରୀ ପ୍ରଦୀପ କୁମାର ଭୋଇଙ୍କ ପୁତ୍ର ସୋନପୁର ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ବାହାଦୁର ଦେବତା,ନି – କର୍ତ୍ତଙ୍ଗ, ବିନିକା ବ୍ଲକ (ଦୃଷ୍ଟି ବାଧିତ ଭିନ୍ନକ୍ଷମ) ଅନୁପସ୍ଥିତ ଥିଲେ। ଏହା ବ୍ୟତୀତ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ପୁତ୍ର ଶ୍ୱାସତ ସୌମ୍ୟକାନ୍ତ ମଧ୍ୟ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୋଗୁଁ ସେ ଅନୁପସ୍ଥିତ ଥିବାରୁ ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼. ନୃପ ରାଜ ସାହୁ ଙ୍କୁ ମଧ୍ୟ ଭବ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁରୂପ ଭାବେ ଓଡ଼ିଶା ସାମ୍ବାଦିକ ସଂଘ, ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ମଧ୍ଯ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଉପସ୍ଥିତ ସଂଘର କର୍ମକର୍ତ୍ତା (ସାମ୍ୱାଦିକ) ମାନଙ୍କ ଦ୍ଵାରା ଉପଢୌକନ ସହିତ ତାଙ୍କ ସଂଘର ଏକ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନେ ସେମାନଙ୍କର ପ୍ରତିକ୍ରିୟା ରଖିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରସ୍ତାବ ଦେଇ କହିଥିଲେ ଯେ ଜିଲ୍ଲା ପାଠାଗାର କୁ ଯାଇ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆବଶ୍ୟକୀୟ ପରାମର୍ଶ ଓ ଦିଗ ଦର୍ଶନ ଦେଲେ ସୁବର୍ଣ୍ଣପୁର ଜିଲ୍ଲାର ଅଧିକ ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବେ । ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସାମ୍ବାଦିକ ସଂଘ ତରଫ ରୁ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିଲା l ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅର୍ଜୁନ ମାଝୀ ସମ୍ବର୍ଦ୍ଧନା ସଭା କୁ ସଂଯୋଜନା କରିଥିବା ବେଳେ ବ୍ଳକ୍ AEE,ବିବେକ ପଣ୍ଡା ଓ ସାମ୍ୱାଦିକ ମନୋରଂଜନ ତ୍ରିପାଠୀ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…