ଓ.ଡ଼ି.ଏମ୍.ପି ର ରୌପ୍ୟ ଜୟନ୍ତୀ ପାଳନ।
ପୁରୀ ଯୁଥ୍ ହଷ୍ଟେଲ୍ ପରିସରରେ ପୁରୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓଡିଶା ଡ଼େଭଲପ୍ମେଣ୍ଟ ମ୍ୟାନେଜ୍ମେଣ୍ଟ ପ୍ରୋଗ୍ରାମ୍ (ଓ.ଡ଼ି.ଏମ୍.ପ) ର ୨୫ବର୍ଷ ପୁର୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ସୁଶାନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଠିତ ଏହି ଉତ୍ସବରେ ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧୂକାରୀ ଅଭିମନ୍ୟୁ ବେହେରା, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧୂକାରୀ ଅର୍ଜିତ୍ କୁମାର ନାୟକ ଏ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧୂକାରୀ ସନ୍ତୋଷ କୁମାର ସେଠୀ ଅତିଥ୍ ଭାବେ ବେ ଯୋଗଦେଇ କାର୍ଯ୍ୟକ୍ରମରେ ଉପସ୍ଥିତ ପୁରୀ ପୌରସଂସ୍ଥାରେ କାର୍ଯ୍ୟରତ ସମସ୍ତ ସ୍ଵଚ୍ଛକର୍ମୀ, ସ୍ଵଚ୍ଛସାଥ୍, ପ୍ଲାଣ୍ଟ ମ୍ୟାନେଜର, ଡ୍ରାଇଭର ଓ ପରିମଳ ବିଶେଷଜ୍ଞବ୍ ଷଜ୍ଞକୁ ପୁରୀ ସହରକୁ ସ୍ଵଚ୍ଛ ଓ ସୁନ୍ଦର ରଖୁବାରେ ବର୍ତ୍ତୀ ହେବା ସହିତ ନିଜ ନିଜର କର୍ଭବ୍ୟ ସଠିକ୍ ଭାବରେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ ଜୟନ୍ତୀ ଅବସରରେ ଓ.ଡ଼ି.ଏମ୍.ପ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଅତିଥିମାନେ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ୨୫ବର୍ଷ ଧରି ଓ.ଡ଼ି.ଏମ୍.ପି ନିରବଚ୍ଛିନ୍ନ ଭାବରେ ପୁରୀ ସହରରେ ପରିମଳ କାର୍ଯ୍ୟକୁ ସୁଦୃଢ଼ କରିବାରେ ନିୟୋଜିତ ଥୁବାରୁ ଅଭିନନ୍ଦନ ଜଣାଇଥିଲେ ।

ଏହି ଅବସରରେ ସ୍ଵଚ୍ଛାତା ସହିତ ଜଡ଼ିତ ପୁରୀ ପୌରସଂସ୍ଥା ଓ କଟକ ମହାନଗର ନିଗମର କର୍ମୀମାନଙ୍କୁ ମାନପତ୍ର ଓ ଉପଢୌକ କନ ସହିତ ସମ୍ବନ୍ଧିତ କରାଯାଇଥିଲା । ସର୍ବଶେଷରେ ଅନୁଷ୍ଠାନ ର ଉପାଧ୍ୟକ୍ଷ ପ୍ରଦୀପ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଷ୍ଣୁପ୍ରସାଦ ମିଶ୍ର, ସବିତା ରଥ ଓ ମିନତୀ ବାରିକ ପ୍ରଭୃତି ପରିଚାଳନା କରିଥିଲେ ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
