କଂଗ୍ରେସର ସମ୍ବିଧାନ ବଞ୍ଚାଅ ମହାସମାବେଶ

ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ସମ୍ବିଧାନ ବଞ୍ଚାଅ ମହା ସମାବେଶ ଅନୁଷ୍ଠିତ ହୋଇଛି । ଓଡିଶା ପ୍ରଦେଶ କଂଗ୍ରେସ ଉପ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ କଂଗ୍ରେସ ଦଳର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଭୁଲୁ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ବିଷମ କଟକ ବିଧାୟକ ନୀଳମାଧବ ହିକ୍କା, ମୋହନା ବିଧାୟକ ଦାସରଥି ଗମାଙ୍ଗ ପ୍ରମୁଖ ଯୋଗଦେଇ ଥିଲେ ।
ଏହି ଅବସରରେ ହିଞ୍ଜିଳି ଡାକ ବଙ୍ଗଳା ଠାରେ ରାଜ୍ୟ କଂଗ୍ରେସ ନେତୃ ମଣ୍ଡଳୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରିବା ପରେ ଏକ ବାଇକ ରାଲି ବାହାରି ବିଜୁ ପଟ୍ଟନାୟକ ଛକ ସ୍ଥିତ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋଭାଯାତ୍ରା ଆରମ୍ଭ ହୋଇ ପରିକ୍ରମା କରାଯାଇଥିଲା ଏହି ସମାବେଶରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ଦଳରୁ ବହୁ କର୍ମି କଂଗ୍ରସ ରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ କଂଗ୍ରେସର ପୂର୍ବତନ ବ୍ଲକ ସଭାପତି ଶିବରାମ ପ୍ରଧାନ ଓ ଛାତ୍ର କଂଗ୍ରେସ ସଭାପତି ସଞ୍ଜୟ ସ୍ୱାଇଁ ସଂଯୋଜନା କରିଥିବା ବେଳେ, ଜିଲ୍ଲାର କୋଣ ଅନୁ କୋଣରୁ ହଜାର ହଜାର ସଂଖ୍ୟାରେ ଯୁବ, ଛାତ୍ର, ମହିଳା କର୍ମୀ ମାନେ ଯୋଗ ଦେଇଥିଲେ ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )