July 5, 2025
Home » କଂଗ୍ରେସ୍ ର ବିକ୍ଷୋଭ ପ୍ରଦର୍ଶନ !

କଂଗ୍ରେସ୍ ର ବିକ୍ଷୋଭ ପ୍ରଦର୍ଶନ !

0
WhatsApp Image 2025-04-16 at 8.49.14 PM

ଛତ୍ରପୁର:କଂଗ୍ରେସ୍ ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ କଂଗ୍ରେସ୍ ନେତା ଭାଗିରଥୀ ବେହେରା ଙ୍କ ନେତୃତ୍ତ୍ୱରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମଶାଲ୍ ଶୋଭାଯାତ୍ରା ବାହାରି ଛତ୍ରପୁର ସହର ପରିକ୍ରମା ହୋଇଥିଲା । ମଶାଲ୍ ଶୋଭାଯାତ୍ରାରେ କଂଗ୍ରେସ୍ ର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ପୁରୁଖାନେତ୍ତୃବର୍ଗ, କର୍ମୀ ଯୋଗଦେଇ ରାଜ୍ୟରେ ଶାସକ ବିଜେପି ସରକାରଙ୍କ ବିରୁଦ୍ଧରେ ଡ଼ାକବାଜି ଯନ୍ତ୍ର ଯୋଗେ ସ୍ବର ଉତ୍ତୋଳନ କରି ସହର ପରିକ୍ରମା କରିଥିଲେ ।

କଂଗ୍ରେସ୍ ପାର୍ଟି ପକ୍ଷରୁ ଲୋକଙ୍କୁ ବିଜେପି ସରକାରଙ୍କ ନୀତି ଅଗଣତାନ୍ତ୍ରିକ ଶାସନ, ଚୋରୀ, ରାହାଜାନୀ, ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ନେଇ ପ୍ରଚାର ପ୍ରସାର କରିଥିଲେ । ଛତ୍ରପୁର ଲୋୱେର୍ ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସାଂଗକୁ ସରକାରଙ୍କ ବିରୁଦ୍ଧରେ କଟୁ-ସମାଲୋଚନା କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *